ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିଜେପି-ବିଜେଡ଼ି ବିବାହ ଉତ୍ସବ
congress-bjp-bjd
ଆୟୋଜିତ ଭୁବନେଶ୍ଵର ତା. ୨୫.୧- ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ୱାଜଙ୍କ ତତ୍ସବଧାନରେ ବିଜେପି ଓ ବିଜେଡ଼ିର ବିବାହ ଉତ୍ସବ ମାଷ୍ଟରକ୍ୟାଟିନ ଛକଠାରେ ଆୟୋଜିତ ହୋଇଯାଇଛି। ହିନ୍ଦୁ ଧର୍ମର ରୀତି, ନୀତି ଅନୁଯାୟୀ ସ୍ବତନ୍ତ୍ର ବେଦୀ କରାଯାଇ ଏହି ଉତ୍ସବ ସମାପନ ହୋଇଛି। ବିଜେଡ଼ିକୁ କନ୍ୟା ଭାବରେ ଏବଂ ବିଜେପିକୁ ବର ଭାବରେ ଏହି ଉତ୍ସବରେ ଗ୍ରହଣ କରାଯାଇଛି। ବିଜେପିର ବାରାତରେ ଅମିତ ସାହା, ସ୍ମୃତିଇରାନୀ, ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ମାସ୍କ ପିନ୍ଧି ବର ସହିତ ବରଯାତ୍ରୀ ଆସିଥିଲେ । ଏବଂ କନ୍ୟା ବିଜେଡ଼ି ସହ ପ୍ରମିଳା ମଲ୍ଲିକ, କାର୍ତିକେୟନ ପାଣ୍ଡିଆନ, ପ୍ରତାପ ଦେବ ପମୁଖ ରହିଥିଲେ । ସ୍ବତନ୍ତ୍ର ଭାବେ ବ୍ରାହ୍ମଣ ବିବାହ କରାଇବା ସହ ହାତଗଣ୍ଠି ଫିଟାଯାଇଥିଲା। ବରକନ୍ୟା ବେଦୀ ଚାରିପଟେ ୭ଥର ବୁଲିଥିଲେ । ଏହି କାର୍ଯ୍ୟକ୍ରମରେ ବାଜା ଓ ଡିଜେ ପ୍ରଭୃତି ବାଜିଥିଲା ଏବଂ ବାଣ ଫୁଟିଥିଲା । ବିଜେପି ବିଜେଡ଼ିକୁ ଓ ବିଜେଡ଼ି ବିଜେପିକୁ ଫୁଲ ହାର ଦେଇ ବିବାହ ବନ୍ଧନରେ ବନ୍ଧା ହୋଇଥିଲା। ଏହି ପରିପ୍ରେକ୍ଷୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନଓ୍ୱାଜ କହିଛନ୍ତି ଏହି ଦୁଇଟି ଦଳ ସ୍ବାମୀ ସ୍ତ୍ରୀ ଭଳି ରହୁଛନ୍ତି । ଦୀର୍ଘ ୨୪ ବର୍ଷ ଲିଭ- ଇନ ସମ୍ପର୍କରେ ରହିଲେ। ଓଡ଼ିଶାରେ ଏହି ଲିଭଇନ ସମ୍ପର୍କ ଗ୍ରହଣୀୟ ନୁହେଁ। ତେଣୁ ଏମାନଙ୍କୁ ଆମେ ବିବାହ କରାଇଦେଲୁ ।
ଶ୍ରୀ ନଓ୍ୱାଜ କହିଛନ୍ତି ଯେ ବିଜେଡ଼ି ଓ ବିଜେପି ସବୁ ନିଷ୍ପତିରେ ଏକ । କେବଳ ଲୋକଙ୍କୁ ଦେଖାଇବା ପାଇଁ
ବିଧାନସଭାରେ କଳିର ଡ୍ରାମା କରନ୍ତି । କିନ୍ତୁ ଲୋକ ସଭାରେ ଏମାନଙ୍କର ଭୂମିକା ସ୍ଵାମୀସ୍ତ୍ରୀ ପରି । କଳା କୃଷି
ଆଇନ, ଏନଆରସି, ସିଏଏ, ମଣିପୁର ଦଙ୍ଗା, ଜିଏସଟି ବୋଝ, ବିମୁଦ୍ରାୟନର ବିପର୍ଯ୍ୟସ୍ତ ପରିସ୍ଥିତି, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପ୍ରଭୃତି ପ୍ରସଙ୍ଗରେ ସଂସଦରେ ଏହି ବିଜେଡ଼ି ଓ ବିଜେପିର ଭୂମିକା ସ୍ଵାମୀସ୍ତ୍ରୀ ଭୂମିକା ପରି ପରିଲିକ୍ଷିତ ହୋଇଛି। ସମସ୍ତ ପ୍ରସଙ୍ଗରେ ବିଜେଡ଼ି ବିଜେପିକୁ ଆଖୁବୁଜା ସମର୍ଥନ କରିଛି । ରେଳବାଇ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ରାଜ୍ୟସଭା ନିର୍ବାଚନରେ ବିଜେଡ଼ି ବିଜେପି ଉଭୟଙ୍କର ପ୍ରାର୍ଥୀ ଅସ୍ପିନୀ ବୈଷ୍ଣବ ଥିଲେ । ଦୁଇଦଳ ମଧ୍ୟ ଏକାଠି ୯ ବର୍ଷ ଶାସନ କରିଛନ୍ତି। କେବଳ ଓଡ଼ିଶାର ଲୋକଙ୍କ ବିଭ୍ରାନ୍ତ କରିବାପାଇଁ ଓଡ଼ିଶାରେ ଏହି ଦୁଇଦଳ ମିଛରେ କଳି ଲାଗନ୍ତି। ଏଣୁ ତାଙ୍କର ସୁସମ୍ପର୍କକୁ ହୃଦୟଙ୍ଗମ କରି ଛାତ୍ର କଂଗ୍ରେସ ଏହି ବିବାହ ଉତ୍ସବ ଆୟୋଜନ କରିଥିଲା । ଓଡ଼ିଶାର ଲୋକ ଜାଣିରଖନ୍ତୁ ଯେ ବିଜେପି ବିଜେଡ଼ି ଏକ ଏବଂ ମୋନେ ଓଡ଼ିଶାବାସୀଙ୍କ ସ୍ବାର୍ଥ ବିରୋଧ।