Excise Duty ହ୍ରାସ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନ ମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କଲେ...

Mar 30, 2026 - 21:23
 10
Excise Duty ହ୍ରାସ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନ ମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କଲେ...

Excise Duty ହ୍ରାସ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନ ମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କଲେ...

ଭୁବନେଶ୍ବର: ଏକ୍ସସାଇଜ୍ ଡ୍ୟୁଟି ହ୍ରାସ୍ ପାଇଁ ପିଏମ

ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ନିଷ୍ପତ୍ତ ଲୋକଙ୍କୁ ଆଶ୍ବସ୍ତି ଦେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସ୍ଥିରତା ଓ ଜନ କଲ୍ୟାଣ ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଏହା ସୃଷ୍ଟ କରୁଛି। ଗୁଜବ ଉପରେ ବିଶ୍ବାସ ନକରି ଶାନୁ ରହିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ହେଇଛନ୍ତି।

ଇସ୍ରାଇଲ, ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ସାରା ବିଶ୍ବ ଉପରେ ପଡିଛି । ଦିନକୁ ଦିନ ଯୁଦ୍ଧ ବଢିବାରୁ ଇନ୍ଧନ ଦର ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଥିଲା । ହେଲେ ସରକାର ଏହାରି ମଧ୍ୟରେ ଗୋଟିଏ ବଡ ନିଷ୍ପତ୍ତି ନେଇଛନ୍ତି । ପେଟ୍ରୋଲ ଓ ଡିଜେଲ ଦର ଉପରେ ଏକ୍ସାଇଜ ଶୁଳ୍କ ପ୍ରତି ଲିଟର ପିଛା ୧୦ ଟଙ୍କା କମାଇଛନ୍ତି । ସରକାର ଶୁକ୍ଳ କମାଇବାରୁ ଏହା ୧୩ ଟଙ୍କାରୁ ଖସି ୩ ଟଙ୍କା ହୋଇଛି । ସେହିପରି ଡିଜେଲ ଉପରେ ୧୦ ଟଙ୍କାରୁ କମି ଶୂନ ହୋଇଛି । ଗ୍ଲୋବାଲ ଇନ୍ଧନ ସଙ୍କଟ ଓ ଦର ବୃଦ୍ଧି ଆଶଙ୍କା ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି ।

ଯୁଦ୍ଧ ପରେ ଇରାନ ଦ୍ବାରା ହର୍ମୁଜ ସମୁଦ୍ର ସଙ୍କୋଚ ଅବରୋଧ କରାଯାଇଥିବାରୁ ପରିସ୍ଥିତି ଅଧୂକ ଗଭୀର ହୋଇଛି । ହର୍ମୁଜ ବିଶ୍ବର ଏକ ପ୍ରମୁଖ ଇନ୍ଧନ ପରିବହନ ମାର୍ଗ । ଯୁଦ୍ଧ ଆଗରୁ ପ୍ରାୟ ୨୦ ପ୍ରତିଶତ ଗ୍ଲୋବାଲ କ୍ରୁଡ ତୈଳ ଓ ଗ୍ୟାସ ଏହି ସଙ୍କୋଚ ମାଧ୍ୟମରେ ଯାଉଥିଲା । ଭାରତ ପାଇଁ ଏହା ଅତ୍ୟନ୍ତ ଜରୁରୀ ମାର୍ଗ । ଭାରତ ଆମଦାନୀ କରୁଥିବା ତୈଳ ପ୍ରାୟ ଅଧା ଅଂଶ ଏହି ରାସ୍ତା ଦେଇ ଆସେ । ଏହା ସହ ପଶ୍ଚିମ ଏସିଆରୁ ବହୁ ପରିମାଣରେ ତରଳ ପ୍ରାକୃତିକ ଗ୍ୟାସ ଆମଦାନି କରେ । କତାର ଓ ଇରାନରୁ ଏହିମାର୍ଗ ଦ୍ବାରା ବହୁ ପରିମାଣରେ ଏଲପିଜି ମଧ୍ଯ ଆମଦାନୀ କରାଯାଏ ।

ହର୍ମୁଜ ପରିବହନ ମାର୍ଗ ଉପରେ ଭାରତ ନିର୍ଭରଶୀଳ ଥୂବାରୁ ଇରାନ ଯୁଦ୍ଧର ପ୍ରଭାବ ଭାରତ ଉପରେ ପଡିଛି । ତେବେ ସରକାର ଏହା ଉପରେ ନିଜର ମନୁବ୍ୟ ରଖୁଛନ୍ତି । ବର୍ତ୍ତମାନ ସୁଦ୍ଧା ୬୦ ଦିନର ତୈଳ ଓ ୩୦ ଦିନର ଏଲପିଜି ସିଲିଣ୍ଡର ଭାରତରେ ରହିଛି । ଭାରତ ସରକାର କୌଣସି ଅସୁବିଧା ନହେବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରୁଥିବା କୁହାଯାଇଛି ।