ବିଜୁ ଜନତା ଦଳ ର ବିଜୁ ପଟନାୟକଙ୍କ ୨୯ ତମ ଶ୍ରାଦ୍ଧ ଦିବସ ପାଳନ ରେ ନବୀନ ଙ୍କ ଆଭାସୀ ଯୋଗଦାନ...

Apr 18, 2026 - 15:54
 13
ବିଜୁ ଜନତା ଦଳ ର ବିଜୁ ପଟନାୟକଙ୍କ ୨୯ ତମ ଶ୍ରାଦ୍ଧ ଦିବସ ପାଳନ ରେ ନବୀନ ଙ୍କ ଆଭାସୀ ଯୋଗଦାନ...

ବିଜୁ ଜନତା ଦଳ ର ବିଜୁ ପଟନାୟକଙ୍କ ୨୯ ତମ ଶ୍ରାଦ୍ଧ ଦିବସ ପାଳନ ରେ ନବୀନ ଙ୍କ ଆଭାସୀ ଯୋଗଦାନ...

ଶଙ୍ଖ ଭବନ ରେ ବିଜୁ ବାବୁଙ୍କ 29 ତମ ଶ୍ରାଦ୍ଧ ଦିବସରେ ଦିଲ୍ଲୀରୁ ଆଭାସୀ ଜରିଆରେ ଯୋଗ ଦେଲେ ନବୀନ ପଟ୍ଟନାୟକ।

ବିଜୁ ବାବୁ ତାଙ୍କ ଦେଶଭକ୍ତି,ସାହସ ଓ ସ୍ୱାଭିମାନ ପାଇଁ ଅମର ରହିବେ।

 

ଓଡିଶା ର ସ୍ୱାଭିମାନ ଆଜି ବିପଦ ରେ ।

ସୀମା ପୁନଃ ନିର୍ଧାରଣ ଯୋଗୁଁ ଓଡିଶା କ୍ଷତି ଗ୍ରସ୍ତ ହେବ।

ଓଡିଶା ସରକାର ଓଡିଶା ର ସ୍ୱାର୍ଥ ଅପେକ୍ଷା ବିଜେପି ର ସ୍ୱାର୍ଥ ପାଇଁ ଅଧିକ ଆଗ୍ରହୀ।

ଏଥିପାଇଁ ଇତିହାସ କେବେ କ୍ଷମା ଦେବନି। 

ମୁଖା ର ଆବରଣ ପାପ କୁ ବେଶୀ ଦିନ ଲୁଚାଇ ପାରିବ ନାହିଁ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ 29 ତମ ଶ୍ରାଦ୍ଧ ଦିବସ ଆଜି ସାରା ରାଜ୍ୟ ରେ ପାଳିତ ହୋଇ ଯାଇଛି। 

ଏହି ଅବସରରେ ଶଙ୍ଖ ଭବନ ରେ ଆୟୋଜିତ ଶ୍ରାଦ୍ଧ ସଭା କାର୍ଯ୍ୟକ୍ରମ ରେ ଦିଲ୍ଲୀ ରୁ ଆଭାସୀ ଜରିଆରେ ଯୋଗ ଦେଇ ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ,ମହାନ ଜନ ନାୟକ ବିଜୁ ପଟ୍ଟନାୟକ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ  

ବିଜୁ ବାବୁ ଙ୍କ ଦେଶଭକ୍ତି, ସାହସ ଓ ସ୍ୱାଭିମାନ ପାଇଁ ସେ ଆଜି ଅମର ରହିଛନ୍ତି ଓ ରହିଥିବେ। 

ବିଜୁ ବାବୁ ମହିଳା ମାନଙ୍କ ସଶକ୍ତିକରଣ ର ଅଗ୍ରଦୂତ ଥିଲେ ଓ ସେମାନଙ୍କ ପାଇଁ 33 ପ୍ରତିଶତ ସଂରକ୍ଷଣ ଲାଗୁ କରି ସାରା ଦେଶ ରେ ଇତିହାସ ସୃଷ୍ଟି କରିଥିଲେ।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ 

ବିଜୁ ବାବୁ ଥିଲେ ଆକାଶ ପରି ବିଶାଳ । ମାଟି ପରି ସହିଷ୍ଣୁ ଓ ହିମାଳୟ ପରି ତୁଙ୍ଗ । କିନ୍ତୁ ଆପଣ ଜାଣନ୍ତି, ଓଡିଶା ରାଜନୀତିରେ କିଛି ଲୋକ ସବୁବେଳେ Betrayal role ରେ ଖୁସି ହୁଅନ୍ତି ।  

ସେମାନେ ମନେ ରଖିବା ଉଚିତ ଯେ ମୁଖା ର ଆବରଣ ତଳେ ସେମାନଙ୍କ ପାପ ଦୀର୍ଘଦିନ ଧରି ଲୁଚି ପାରିବ ନାହିଁ। କିଏ କଣ କରୁଛି ଓଡିଶା ବାସୀ ଭଲ ଭାବରେ ଜାଣନ୍ତି।

ସୀମା ପୁନଃ ନିର୍ଧାରଣ ବିଲ ସମ୍ପର୍କ ରେ ଆଲୋଚନା କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଓଡିଶା ସବୁବେଳେ କେନ୍ଦ୍ର ର ଭିନ୍ନ ଭିନ୍ନ ସରକାର ଙ୍କ ଦ୍ୱାରା ଉପେକ୍ଷିତ ହୋଇଆସିଛି ।

ବର୍ତ୍ତମାନ ର ସୀମା ପୁନଃ ନିର୍ଧାରଣ ବିଲ ଓଡିଶା ର ରାଜନୈତିକ ଅସ୍ତିତ୍ବ ପ୍ରତି,ଓଡ଼ିଆ ସ୍ୱାଭିମାନ ପ୍ରତି ବଡ଼ ବିପଦ ଭାବରେ ଉଭା ହୋଇଛି।

ତେଣୁ ସେ ମୁଖ୍ୟମନ୍ତ୍ରୀ ଙ୍କୁ ବିଧାନ ସଭା ର ସ୍ୱତନ୍ତ୍ର ଅଧିବେଶନ 48 ଘଣ୍ଟା ମଧ୍ୟରେ ଆହୁତ କରିବାକୁ ଅନୁରୋଧ କରିଥିଲେ ମଧ୍ୟ କିଛି ହେଲା ନାହିଁ।

ଶ୍ରୀ ପଟ୍ଟନାୟକ କହିଲେ ଓଡିଶା ର ବିଜେପି ସରକାର ଓଡିଶା ଅପେକ୍ଷା ବିଜେପି ର ସ୍ୱାର୍ଥ ରକ୍ଷା ପାଇଁ ଅଧିକ ଯତ୍ନଶୀଳ ପରି ଜଣା ପଡୁଛି।ଏହା କଣ ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରି ଆମେ ଯଦି ଏଵେ ଏକାଠି ଏହି ଅନ୍ୟାୟ ବିରୁଦ୍ଧରେ ନ ଲଢ଼ିବା ତେବେ ଇତିହାସ ଆମକୁ କେବେ କ୍ଷମା ଦେବନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।