ବେଣ୍ଡପୁର ରେ ବିଜେଡି ର ବିଜୁ ଶ୍ରାଦ୍ଧ ଦିବସ ପାଳନ
ବାଲିଅନ୍ତା ବ୍ଲକର
ବିଜେଡି ସଂଗଠନ ପକ୍ଷରୁ ଆଜି ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଏନେଇ ବାଳକାଟି ଭାର୍ଗବୀ ପୋଲ ନିକଟରୁ ବିଜେଡି କର୍ମୀମାନେ ଏକ ବାଇକ୍ ଶୋଭାଯାତ୍ରାରେ ବାହାରି ରଙ୍ଗବଜାର ଛକ ଦେଇ ବେଣ୍ଟପୁର ପଞ୍ଚାୟତ ଦେଢ଼ାଳ ଛକ ନିକଟରେ ଥିବା ବିଜୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ଏନେଇ ଦେଢ଼ାଳ ଛକ ପାଣିଟାଙ୍କି ନିକଟରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା | ଅନ୍ୟମାନଙ୍କ ମଧ୍ୟରେ ୧୮ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ମଙ୍ଗରାଜ ବେହେରା, ପୂର୍ବତନ ବିଜୁ ଜନତା ଦଳ ଖୋର୍ଦ୍ଧା ଜିଲ୍ଲା ସଂପାଦକ ବିଜୟ ନାୟକ, ତ୍ରୈଲୋକ୍ୟ ମଙ୍ଗରାଜ, ବିରଞ୍ଚି ନାରାୟଣ କର, ଭାଗ୍ୟଲକ୍ଷ୍ମୀ ମିଶ୍ର, ଅମରେନ୍ଦୁ ପଟ୍ଟନାୟକ, ଦୁର୍ଗାନନ୍ଦନ ମିଶ୍ର, ବିରଞ୍ଚି ନାରାୟଣ କର, ସୂର୍ଯ୍ୟନାରାୟଣ ଦାସ, ନାରାୟଣ ବେହେରା, ଅରବିନ୍ଦ ସାହୁ, କରୁଣାକର ବେହେରା, ସୁଶୀଲ ଲାଲା ପ୍ରମୁଖ ବିଜୁ ବାବୁଙ୍କ ସ୍ମୃତିଚାରଣ କରିଥିଲେ |