ପାର୍ଲିଆମେଣ୍ଟ ର ସଭ୍ୟମାନଙ୍କ ADR ରିପୋର୍ଟ...

Mar 22, 2026 - 08:13
 4
ପାର୍ଲିଆମେଣ୍ଟ ର ସଭ୍ୟମାନଙ୍କ ADR ରିପୋର୍ଟ...

ପାର୍ଲିଆମେଣ୍ଟ ର ସଭ୍ୟମାନଙ୍କ ADR ରିପୋର୍ଟ...

ରାଜ୍ୟ ସଭାର ମୋଟ ସଦସ୍ୟ ସଂଖ୍ୟାର ପ୍ରାୟ ୩୨ ପ୍ରତିଶତଙ୍କ ନାମରେ ଆପରାଧିକ ମାମଲା ରହିଥିଲାବେଳେ ୧୪ ପ୍ରତିଶତ ଅରବପତି ବୋଲି ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର୍‌) ରିପୋର୍ଟରୁ ଜଣାପଡ଼ିଛି ।

ରାଜ୍ୟ ସଭାର ୨୩୩ ସଦସ୍ୟଙ୍କ ମଧ୍ୟରୁ ୨୨୯ ଜଣଙ୍କ ସତ୍ୟପାଠକୁ ବିଶ୍ଳେଷଣ ଆଧାରରେ ଏଡିଆର୍‌ ଉକ୍ତ ରିପୋର୍ଟ ପ୍ରସ୍ତୁତ କରିଛି। 

ଝାଡ଼ଖଣ୍ଡରୁ ଗୋଟିଏ ରାଜ୍ୟ ସଭା ଆସନ ଖାଲି ପଡ଼ିଥିବାବେଳେ ୩ ଜଣ ଏମ୍‌ପିଙ୍କ ସତ୍ୟପାଠ ମିଳିନାହିଁ। 

ଉକ୍ତ ରିପୋର୍ଟରେ ନବନିର୍ବାଚିତ ୩୭ ଏମ୍‌ପିଙ୍କ ଘୋଷଣା ମଧ୍ୟ ସ୍ଥାନ ପାଇଛି। 

୨୨୯ ଏମ୍‌ପିଙ୍କ ମଧ୍ୟରୁ ୭୩ ଜଣଙ୍କ ନାମରେ ଆପରାଧିକ ମାମଲା ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୩୬ ଜଣ (୧୬%)ଙ୍କ ନାମରେ ଗମ୍ଭୀର ଅପରାଧ ମାମଲା ରହିଥିବା ସେମାନେ ସତ୍ୟପାଠରେ ଦର୍ଶାଇଥିଲେ। 

ଜଣେ ଏମ୍‌ପିଙ୍କ ନାମରେ ହତ୍ୟା ମାମଲା ରହିଥିବାବେଳେ ୪ ଜଣଙ୍କ ନାମରେ ହତ୍ୟା ଉଦ୍ୟମ, ୩ ଜଣଙ୍କ ନାଁରେ ମହିଳା ବିରୋଧୀ ଅପରାଧ ମାମଲା ରହିଛି। 

ଅପରାଧିକ ମାମଲା ::

ଭାଜପାର ୯୯ ଏମ୍‌ପିଙ୍କ ମଧ୍ୟରୁ ୨୭ ଜଣ, କଂଗ୍ରେସର ୨୮ ଜଣଙ୍କ ମଧ୍ୟରୁ ୧୨, ଟିଏମ୍‌ସିର ୧୩ ସଦସ୍ୟଙ୍କ ମଧ୍ୟରୁ ୪, ଆପ୍‌ର ୧୦ ଜଣରୁ ୪ ଜଣଙ୍କ ନାମରେ ଆପରାଧିକ ମାମଲା ରହିଛି। 

ସେହିପରି ସିପିଆଇଏମ୍‌ର ୩ ଏମ୍‌ପି ଏବଂ ବିଆର୍‌ଏସ୍‌ର ପ୍ରତ୍ୟେକ ଏମ୍‌ପିଙ୍କ ନାମରେ ଆପରାଧିକ ମାମଲା ଥିବା ଜଣାପଡ଼ିଛି। 

ସେହିପରି ୩୧ ଜଣ ଅରବପତି (୧୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସମ୍ପତ୍ତି ଥିବା) ଏମ୍‌ପିଙ୍କ ମଧ୍ୟରୁ 

ଭାଜପାରୁ ୬ ଜଣ ଥିବାବେଳେ କଂଗ୍ରେସରୁ ୫, ଓ୍ବାଇଏସ୍‌ଆର୍‌ସିପିରୁ ୪, ଆପ୍‌ରୁ ୨, ବିଆର୍‌ଏସ୍‌ରୁ ୨, ଏନ୍‌ସିପିରୁ ୩ ଜଣ ଏମ୍‌ପିଙ୍କ ସମ୍ପତ୍ତି ୧୦୦ କୋଟି ଟଙ୍କାରୁ ଅଧିକ ବୋଲି ସେମାନେ ଘୋଷଣା କରିଛନ୍ତି। 

ରାଜ୍ୟ ସଭା ସଦସ୍ୟମାନଙ୍କ ହାରାହାରି ସମ୍ପତ୍ତି ୧୨୦.୬୯ କୋଟି ଟଙ୍କା :::

????ଭାଜପା ଏମ୍‌ପିମାନଙ୍କ ହାରାହାରି ସମ୍ପତ୍ତି ୨୮.୨୯ କୋଟି ହୋଇଥିବାବେଳେ 

????କଂଗ୍ରେସ ଏମ୍‌ପିଙ୍କ ହାରାହାରି ସମ୍ପତ୍ତି ୧୨୮.୬୧ କୋଟି ଟଙ୍କା।

ଟିଏମ୍‌ସି ଏମ୍‌ପିଙ୍କ ହାରାହାରି ସମ୍ପତ୍ତି ୧୭.୭୦ କୋଟି, 

????ଆପ୍‌ ୫୭୪.୦୯ କୋଟି

????ଓ୍ବାଇଏସ୍‌ଆର୍‌ସିପି ୫୨୨.୬୩ କୋଟି, 

????ଏସ୍‌ପି ୩୯୯.୭୧ କୋଟି,

????ବିଜେଡି ୧୦୫.୬୩ କୋଟି

????ଡିଏମ୍‌କେ ଏମ୍‌ପିଙ୍କ ହାରାହାରି ସମ୍ପତ୍ତି ୧୧.୯୦ କୋଟି ଟଙ୍କା। 

????ବିଆର୍‌ଏସ୍‌ ସଦସ୍ୟ ବନ୍ଦିପାର୍ଥ ସାରଧିଙ୍କ ସମ୍ପତ୍ତି ୫,୩୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହୋଇଥିବାବେଳେ

ଆପ୍‌ ସଦସ୍ୟ ରାଜିନ୍ଦର ଗୁପ୍ତାଙ୍କ ସମ୍ପତ୍ତି ୫,୦୫୩ କୋଟି ଏବଂ 

????ଓ୍ବାଇଏସ୍‌ଆର୍‌ସିପିର ଆଲ୍ଲା ଅୟୋଧ୍ୟା ରାମି ରେଡ୍ଡୀଙ୍କ ସମ୍ପତ୍ତି ୨,୫୭୭ କୋଟି ଟଙ୍କା

????ଅନ୍ୟପକ୍ଷରେ ଆପ୍‌ ଏମ୍‌ପି ସନ୍ତ ବଲବୀର ସିଂଙ୍କ ସମ୍ପତ୍ତି ସର୍ବନିମ୍ନ ୩ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। 

ମଣିପୁରର ମହାରାଜା ସାନଜାଓବା ଲେଇଶେମ୍ବାଙ୍କ ସମ୍ପତ୍ତି ମୂଲ୍ୟ ୫ ଲକ୍ଷ ହୋଇଥିବାବେଳେ ଟିଏମ୍‌ସିର ପ୍ରକାଶ ଚିକ୍‌ ବାରାଇକ୍‌ଙ୍କ ସମ୍ପତ୍ତି ୯ ଲକ୍ଷ ଟଙ୍କା।