GST ପରିଷଦ ବୈଠକର ଗୃହୀତ ପ୍ରସ୍ତାବ...

Oct 9, 2026 - 17:56
 8
GST ପରିଷଦ ବୈଠକର ଗୃହୀତ ପ୍ରସ୍ତାବ...

GST ସମ୍ବନ୍ଧୀୟ ଗିରଫ କ୍ଷମତା ହଟାଯିବ; ମକଦ୍ଦମା ଦାୟର ପାଇଁ ସୀମା (threshold) ୧ କୋଟି ଟଙ୍କାରୁ ବୃଦ୍ଧି କରାଯାଇ ୫ କୋଟି ଟଙ୍କା କରାଯାଇଛି।

ସର୍ବନିମ୍ନ ଦଣ୍ଡବିଧାନ ବ୍ୟବସ୍ଥା ହଟାଯାଇଛି। ଦଣ୍ଡର ପରିମାଣ କ’ଣ ହେବ, ତାହା କୋର୍ଟ ସ୍ଥିର କରିବେ!!

ସାଧାରଣ ଜୋରିମାନା ହ୍ରାସ: ୨୫,୦୦୦ ଟଙ୍କାରୁ ୧୦,୦୦୦ ଟଙ୍କାକୁ କମାଯାଇଛି।

୯୦% ଯୋଗ୍ୟ ରିଫଣ୍ଡ (ପ୍ରାପ୍ୟ ଫେରସ୍ତ) ୩ କାର୍ଯ୍ୟ ଦିବସ ମଧ୍ୟରେ ସ୍ୱୟଂଚାଳିତ ଭାବେ ପ୍ରକ୍ରିୟାକରଣ କରାଯିବ।

ରିଫଣ୍ଡ ସ୍ୱୀକୃତି ସମୟସୀମା: ୧୫ ଦିନରୁ ୧୦ ଦିନକୁ ହ୍ରାସ।

୬୫% ନିୟମିତ GST ସଂଶୋଧନକୁ ସ୍ୱୟଂଚାଳିତ ଭାବେ ମଞ୍ଜୁରୀ ମିଳିବ।

କର୍ମଚାରୀଙ୍କ ସ୍ୱାସ୍ଥ୍ୟ/ଜୀବନ ବୀମା, ଟେଲିକମ୍ ଟାୱାର ଏବଂ ପାଇପଲାଇନ୍ ପାଇଁ ITC (ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍) ପ୍ରଦାନର ପ୍ରସ୍ତାବ।

୧ ନଭେମ୍ବର ୨୦୨୬ରୁ 'ଇନଭର୍ଟେଡ୍ ଡ୍ୟୁଟି' (inverted duty) ରିଫଣ୍ଡ ବ୍ୟବସ୍ଥାକୁ 'ଇନପୁଟ୍ ସେବା' (input services) ପାଇଁ ମଧ୍ୟ ସମ୍ପ୍ରସାରିତ କରାଯିବ।

କ୍ଷୁଦ୍ର ବିକ୍ରେତାଙ୍କ ପାଇଁ ଇ-କମର୍ସ ସୁବିଧାକୁ ଅଧିକ ସହଜ କରାଯାଇଛି।

କେବଳ ନିର୍ଦ୍ଦିଷ୍ଟ ଗୁପ୍ତ ସୂଚନା ଏବଂ ପୂର୍ବ ଅନୁମତି ଆଧାରରେ ହିଁ ସାମଗ୍ରୀ ପରିବହନକାରୀ ଗାଡ଼ିଗୁଡ଼ିକୁ ଅଟକାଯିବ।

GST ହାରରେ କୌଣସି ପରିବର୍ତ୍ତନ ନାହିଁ; ବର୍ଷକୁ ଥରେ ହାରର ସମୀକ୍ଷା କରାଯିବ।