IGNOU ର ବିଭିନ୍ନ ପାଠପଢା କାର୍ଯ୍ୟକ୍ରମ
ଭୁବନେଶ୍ବର : ବିଭିନ୍ନ ବର୍ଗର ଲୋକଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରି ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟ (ଇଗ୍ନେ) କର୍ତ୍ତୃପକ୍ଷ ଜୁଲାଇ ୨୦୨୫ ଶିକ୍ଷାସତ୍ର ପାଇଁ ନାମଲେଖା ଅବଧୂକୁ ଚଳିତ ମାସ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଆଗ୍ରହୀ ଛାତ୍ରଛାତ୍ରୀ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଇଗ୍ନେର ୱେବସାଇଟ www.ignou.ac.inକୁ ଅନୁସରଣ କରିପାରିବେ। ନାମ ଲେଖାଇବା ପାଇଁ ค ดิ พิ ! https://ignouadmission.samarth.edu.inl
ଅଣ୍ଡର ଗ୍ରାଜୁଏଟ (ବିଏସସିଏମ), (ବିକମଏମଏଫ), (ବିଏଏମ) ପ୍ରୋଗ୍ରାମରେ ନାମ ପଞ୍ଜୀକରଣ କରିବାକୁ ଚାହୁଁବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ଦେୟ ଏବଂ ପୁନଃ ପଞ୍ଜୀକରଣ ଦେୟ ୫୦% ଛାଡ଼ କରାଯାଇଛି। ତେବେ, ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନେ ଯଦି ଅନ୍ୟ କୌଣସି ସୂତ୍ରରୁ ରିହାତିର ସୁବିଧା ପାଉଥିବେ, ସେମାନେ ଇଗ୍ନା ତରଫରୁ ଦିଆଯାଉଥିବା ଏହି ରିହାତି ପାଇବାକୁ ଯୋଗ୍ୟ ହେବେ ନାହିଁ।
ଏ ବର୍ଷ ଏମଏସସିରେ କିଛି ନୂତନ ପାଠ୍ୟକ୍ରମ ଆରମ୍ଭ କରାଯାଇଛି । ଏଥିମଧ୍ୟରେ ରହିଛି ଏମଏସସି (ଜୁଲୋଜୀ), ଏମଏସସି (କେମିଷ୍ଟ୍ରି), ଏମଏସସି (ଏନାଲିଟିକାଲ୍ କେମିଷ୍ଟ୍ରି), ଏମଏସସି (ବାୟୋକେମିଷ୍ଟ୍ରି), ଏମଏସସି (ଜିଓଇନଫର୍ମାଟିକ୍ସ), ଏମଏସସି (ଫିଜିକ୍ସ), ଏମଏସସି (ଆପ୍ଲାଏଡ୍ ଷ୍ଟାଟିଷ୍ଟିକ୍ସ), ଏମଏସସି (ଜିଓଗ୍ରାଫି) (ଏମଏସସିଜିଜି) ଏବଂ ଏଆଇସିଟିଇ ସ୍ବୀକୃତ ଏମବିଏ ଓ ଏମସିଏ
ସମ୍ପୂର୍ଣ୍ଣ ପ୍ରସ୍ପେକ୍ଟସ୍ ସିଧାସଳଖ ଇଗ୍ନା ୱେବସାଇଟରୁ ଡାଉନଲୋଡ କରାଯାଇପାରିବ। ନୂତନ ଶିକ୍ଷାନୀତି ଅନୁଯାୟୀ ଜଣେ ଚାହିଁଲେ ଦୁଇଟି ବିଷୟରେ ଡିଗ୍ରୀ କରିପାରିବେ ଏବଂ ଏହି ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଇଗ୍ଲୋର ୱେବସାଇଟରେ ପ୍ରଦାନ କରାଯାଇଛି।
ଅନ୍ୟାନ୍ୟ ସୂଚନା ପାଇବା ପାଇଁ ଇଗ୍ନା ଆଂଚଳିକ କେନ୍ଦ୍ର ଭୁବନେଶ୍ବରକୁ ଫୋନ (୦୬୭୪-୨୩୦୧୩୪୮, ୨୯୭୧୦୭୧) କିମ୍ବା ଇ-ମେଲ (rcbhubaneswar@ignou.ac.in, admissionrc21@ignou.ac.in) คดิต เเเด ดิเดิด ଇଗ୍ନେ, ଭୁବନେଶ୍ବରର ଅତିରିକୁ ଆଞ୍ଚଳିକ ନିର୍ଦ୍ଦେଶକ ଡ଼. ସନ୍ତୋଷ କୁମାର ପାଣିଗ୍ରାହୀ ଜଣାଇଛନ୍ତି ।