ICAI ଦ୍ୱାରା ଆୟୋଜିତ CA ଙ୍କ ଜାତୀୟ ସମ୍ମିଳନୀ...
ଭୁବନେଶ୍ୱରରେ ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟର୍ଡ ଅଫ୍ ଇଣ୍ଡିଆ (ICAI) ଦ୍ୱାରା ଆୟୋଜିତ CA ଙ୍କ ଜାତୀୟ ସମ୍ମିଳନୀରେ ଚାର୍ଟର୍ଡ ଆକାଉଣ୍ଟାଣ୍ଟମାନଙ୍କ ସହିତ ଯୋଗ ଦେଇ ବିସ୍ତାରିତ ଭାବରେ ଆଲୋଚନା କରିଥିଲେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ |
ଦେଶର ଆର୍ଥିକ ଏବଂ ଆକାଉଣ୍ଟିଂ ପରିଦୃଶ୍ୟକୁ ସମୃଦ୍ଧ କରିବା ଦିଗରେ ସେମାନଙ୍କର ପ୍ରୟାସକୁ ପ୍ରଶଂସା କରିଥିଲେ।
ଆର୍ଥିକ ଏବଂ ଆକାଉଣ୍ଟିଂ ବୃତ୍ତିଗତଙ୍କ ଏହି କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଏକ ରୋଡ ମ୍ୟାପ୍ ନିର୍ମାଣ କରିବାର ଆବଶ୍ୟକତା ସମ୍ପର୍କରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣକୁ ପୁନରାବୃତ୍ତି କରିଥିଲେ।
ICAI କୁ ଚାଟାର୍ଡ ଆକାଉଣ୍ଟାଣ୍ଟସ୍ ଆଇନ, 1949 - ସଂସଦର ଏକ ଆଇନ ଅନୁଯାୟୀ ପ୍ରତିଷ୍ଠିତ କରାଯାଇଥିଲା ବୋଲି ମତ ପ୍ରକାଶ କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ |
ଏହା ଦେଶରେ ଭଲ ସେବା ପ୍ରଦାନ କରୁଛି ଏବଂ ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କୁ ପଥ ଦେଖାଇ ଆସୁଛି।