POK ଏବେ ଅଶାନ୍ତ ହୋଇ ଉଠିଛି, ସେନା ମୁଖ୍ୟଙ୍କ ବିରୁଦ୍ଧରେ ଆରମ୍ଭ ହୋଇଗଲାଣି ହୋ ହଲ୍ଲା...
ପିଓକେରେ ସେନାମୁଖ୍ୟ ମୁନୀରଙ୍କୁ ଘୋର ବିରୋଧ ମୁନୀର ସେନାଙ୍କ ବିରୋଧରେ ହଲ୍ଲା ବୋଲ ।
ତୃତୀୟ ଦିନରେ ଆର୍ମୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ପାକିସ୍ତାନ ସେନାଙ୍କ ଗୁଳିମାଡରେ ୧୨ ନାଗରିକଙ୍କ ମୃତ୍ୟ ପରେ ଭୟଙ୍କର ହୋଇଛି ଆନ୍ଦୋଳନ । ଅଶାନ୍ତ ହୋଇପଡିଛି ପାକ୍ ଅଧିକୃତ କଶ୍ମୀର ।
ସ୍ବାଧୀନତା ଦାବି ନାରାବାଜିରେ କମ୍ପୁଛି ପାକିସ୍ତାନ ମାଟି । ପାକ୍ ସରକାରଙ୍କ ବିଫଳତାକୁ ନେଇ ଆରମ୍ଭ ହୋଇଥିବା ପ୍ରତିବାଦ ସେନାଙ୍କ ଅତ୍ୟଧିକ କାର୍ଯ୍ୟାନୁଷ୍ଠାନ ପରେ ଏବେ ହିଂସାକାଣ୍ଡରେ ପରିଣତ ହୋଇଛି ।
ସରିଫ ସରକାରଙ୍କୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ପିଓକେ ବାସିନ୍ଦା ।
ଏକାଧିକ ଜିଲ୍ଲାରେ ଦେଖାଦେଇଛି ହିଂସାକାଣ୍ଡ।
ରାୱଲକୋଟ, ମୁଜାଫରବାଦ, ନୀଲମଘାଟି ,ମୀରପୁର ଏବଂ କୋଟ୍ ଲୀ ପର୍ଯ୍ୟନ୍ତ ବ୍ୟାପିଛି ଆନ୍ଦୋଳନ । ଏସିସିର ମୁଖ୍ୟ ଦାବି ପାକିସ୍ତାନରେ ରହୁଥିବା କଶ୍ମୀର ଶରଣାର୍ଥୀଙ୍କ ପାଇଁ ପିଓକେ ବିଧାନସଭାରେ ଥିବା ୧୨ ଆସନକୁ ଉଚ୍ଛେଦ କରିବା ।
ତେବେ ଆନ୍ଦୋଳନକୁ ନିୟନ୍ତ୍ରଣ କରିବା ପାଇଁ ପାକ୍ ସରକାର ପଞ୍ଜାବ ପ୍ରଦେଶ ଓ ଇସଲାମାବାଦରୁ ସେନା ଓ ପୋଲିସ ବଳ ପଠାଇଥିଲେ । ତେବେ ଆନ୍ଦୋଳନକାରୀଙ୍କ ଜୋରଦାର ପ୍ରତିବାଦ ଯୋଗୁ ସୁରକ୍ଷାକର୍ମୀମାନେ ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲେ। ଫଳରେ ଗୁଳିମାଡ଼ରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା ।