TPCODL ର ବିଦ୍ୟୁତ ଯୋଗାଣରେ ବିରତି ପାଇଁ ସୂଚନା...

Aug 10, 2026 - 20:33
 26
TPCODL ର ବିଦ୍ୟୁତ ଯୋଗାଣରେ ବିରତି ପାଇଁ ସୂଚନା...

ଗୁରୁତ୍ୱପୂର୍ଣ୍ଣ ଯାନ୍ତ୍ରିକ ଉନ୍ନତିକରଣ, ମରାମତି ଓ ନିହାତି ଆବଶ୍ୟକ |

ବୈଦ୍ୟୁତିକ ରକ୍ଷଣାବେକ୍ଷଣ ପାଇଁ ଅଗଷ୍ଟ ୧୧ ତାରିଖ ଦିନ ଭୁବନେଶ୍ୱର ସ୍ଥିତ ଧଉଳି ହାଇଟେକ୍ ଅଞ୍ଚଳରେ ସକାଳ ୯ଟା ୩୦ ରୁ ଦିନ ୧ଟା ଯାଏଁ, 

ଖଣ୍ଡଗିରି କୋଳଥିଆ ଅଞ୍ଚଳରେ ସକାଳ ୮ଟା ରୁ ଦିନ ୨ଟା ଯାଏଁ, ଜାଭିୟର ଅଞ୍ଚଳରେ ସକାଳ ୬ଟା ରୁ ଦିନ ୧୨ଟା ଯାଏଁ, ଭରତପୁର ଖଣ୍ଡଗିରି ଅଞ୍ଚଳରେ ସକାଳ ୯ଟା ରୁ ଦିନ ୨ଟା ଯାଏଁ, ଓଲ୍ଡ ଟାଉନ ଅଞ୍ଚଳରେ ସକାଳ ୮ଟା ୩୦ ରୁ ଦିନ ୧ଟା ୩୦ ଯାଏଁ, ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର  

ବିଡିଏ ଅଞ୍ଚଳରେ ସକାଳ ୭ଟା ରୁ ଦିନ ୧୨ଟା ଯାଏଁ, ଭିଏସ୍ଏସ୍ ନଗର ଅଞ୍ଚଳରେ ସକାଳ ୮ଟା ରୁ ଦିନ ୧ଟା ଯାଏଁ, ବାରଙ୍ଗ ଅଞ୍ଚଳରେ ସକାଳ ୮ଟା ୩୦ ରୁ ଦିନ ୧ଟା ଯାଏଁ, 

ଫୁଲନଖରା ତ୍ରିନାଥ ବଜାର ଅଞ୍ଚଳ ଓ ନୟାପଲ୍ଲୀ ରପ୍ତାନି ଭବନ ଅଞ୍ଚଳରେ ସକାଳ ୮ଟା ରୁ ସକାଳ ୧୨ଟା ଯାଏଁ, କଳିଙ୍ଗନଗର ସିଜୁଆ, ଉତ୍ତରା ପାଟ୍ଟଶାଣିପୁର ଅଞ୍ଚଳ 

ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ଼ ଅଞ୍ଚଳରେ ସକାଳ ୯ଟା ରୁ ଦିନ ୧ଟା ଯାଏଁ, ପାୱାର ହାଉସ ଓଇଆରସି ଅଞ୍ଚଳରେ ସକାଳ ୭ଟା ରୁ ସକାଳ ୧୧ଟା ଯାଏଁ, 

ଓଲ୍ଡ ଟାଉନ ଭୁଆଶୁଣି ଅଞ୍ଚଳ ଓ କାନନବିହାର ପଟିଆ ଅଞ୍ଚଳରେ ସକାଳ ୯ଟା ରୁ ଦିନ ୧୨ଟା ଯାଏଁ, ୟୁନିଟ୍-୧ ଅଞ୍ଚଳ ଓ ସହିଦ୍ ନଗର ଅଞ୍ଚଳରେ ସକାଳ ୮ଟା ରୁ ସକାଳ ୧୧ଟା ଯାଏଁ 

କଳ୍ପନା ଝରପଡ଼ା ଅଞ୍ଚଳରେ ସକାଳ ୮ଟା ରୁ ସକାଳ ୧୦ଟା ଯାଏଁ, ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ।  

ସେହିପରି କଟକ ସ୍ଥିତ କିଶନ ନଗର ରାମକୁମାରପୁର ଓ ସୋମପୁର ଅଞ୍ଚଳରେ ସକାଳ ୯ଟା ରୁ ଦିନ ୨ଟା ଯାଏଁ, ବିଡାନାଶି ଅଞ୍ଚଳ, କଲେଜ ଛକ ଅଞ୍ଚଳ, କାଜିବଜାର ଓ ଖପୁରିଆ ଅଞ୍ଚଳରେ ସକାଳ ୧୦ଟା ରୁ ଦିନ ୧ଟା ଯାଏଁ ଏବଂ ତୁଳସୀପୁର ଅଞ୍ଚଳରେ ସକାଳ ୧୦ଟା ୩୦ ରୁ ଦିନ ୧୨ଟା ୩୦ ଯାଏଁ, ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ। ଅସୁବିଧା ପାଇଁ ଦୁଃଖିତ - TPCODL