Whatsapp ଉପରେ ଲାଗିଲା କଟକଣା
ଜମ୍ମୁ ଓ କାଶ୍ମୀର ର ସରକାର ସମସ୍ତ ବିଭାଗରେ ପେନ୍ ଡ୍ରାଇଭ୍ ବ୍ୟବହାର ଏବଂ ସରକାରୀ ଯୋଗାଯୋଗ ପାଇଁ ହ୍ବାଟ୍ସଆପ୍ ମେସେଜିଂ ସେବା ଉପରେ କଟକଣା ଜାରି କରିଛନ୍ତି।
ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ହମଲାରେ ୨୬ ଜଣଙ୍କ ମୃତ୍ୟୁ ପରେ ଭାରତର ପ୍ରତିଆକ୍ରମଣ 'ଅପରେସନ୍ ସିନ୍ଦୁର' ସମୟରେ ହୋଇଥିବା ସାଇବର ଆକ୍ରମଣ ଆଶଙ୍କା ମଧ୍ୟରେ ଏହି ନିଷ୍ପତ୍ତି ନିଆ ଯାଇଛି। ଏହି ନିର୍ଦେଶନାମା ସାଧାରଣ ପ୍ରଶାସନ ବିଭାଗର କମିଶନର ସେକ୍ରେଟାରୀ ଏମ୍ ରାଜୁଙ୍କ ଦ୍ବାରା ଜାରି କରାଯାଇଛି |
ଜମ୍ମୁ ଓ କାଶ୍ମୀର ର କେନ୍ଦ୍ରଶାସିତ ଅଞ୍ଚଳର ସାଇବର ସୁରକ୍ଷା ମଜବୁତ କରିବା, ସମ୍ବେଦନଶୀଳ ସରକାରୀ ତଥ୍ୟ ସୁରକ୍ଷା ଓ ଡାଟା ଉଲଂଘନ, ମାଲୱେର ସଂକ୍ର ଏବଂ ଅନଧୂକୃତ ପ୍ରବେଶର ବିପଦ ହ୍ରାସ କରିବା ଲକ୍ଷ୍ୟରେ ନିଆଯାଇଛି।
ଶ୍ରୀନଗରର ସିଭିଲ ସେକ୍ରେଟାରିଆଟ ଆଦେଶ ଅନୁସାରେ, “ଜମ୍ମୁ ଓ ଶ୍ରୀନଗର ଏବଂ ସମସ୍ତ ଜିଲାର ଡେପୁଟି କମିଶନର କାର୍ଯ୍ୟାଳୟ ସମେତ ସମସ୍ତ ଚକ ବିଭାଗରେ ସରକାରୀ ଡିଭାଇସ୍ରେ ପେନ୍ ଡ୍ରାଇଭ୍ ବ୍ୟବହାର ନିଷିଦ୍ଧ କରାଯାଇଛି।
ଜମ୍ମୁ ଓ କାଶ୍ମୀରରେ ସରକାରୀ ଯୋଗାଯୋଗ ପାଇଁ ହାଟ୍ସଆପ୍ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମର ବ୍ୟବହାରକୁ ମଧ୍ୟ କଡାକଡ଼ି ଭାବେ ନିଷିଦ୍ଧ କରାଯାଇଛି।
ଆଦେଶରେ କୁହାଯାଇଛି ଯେ "ସରକାରୀ କିମ୍ବା ଗୋପନୀୟ ସାମଗ୍ରୀ ପ୍ରକ୍ରିୟାକରଣ, ଶେୟାର କିମ୍ବା ସଂରକ୍ଷଣ ପାଇଁ ହ୍ବାଟ୍ସଆପ୍ ଭଳି ପବ୍ଲିକ ମେସେଜିଂ ପ୍ଲାଟଫର୍ମ ଅନଲାଇନ ସେବାର ବ୍ୟବହାର ଡାଟା ସାର୍ବଭୌମତ୍ୱ ରକ୍ଷା ଏବଂ ସୁରକ୍ଷା ଉଲଂଘନ ରୋକିବା ଦିଗରେ କଡାକଡ଼ି ଭାବେ ନିଷିଦ୍ଧ।"
ମେ' ମାସରେ ମାସରେ 'ଅପରେସନ୍ ସିନ୍ଦୁର' ସମୟରେ ଜମ୍ମୁ ଓ କାଶ୍ମୀରରେ ଅଧୂକାଂଶ ସରକାରୀ ସାଇଟ୍, ବିଶେଷତ ବିଦ୍ୟୁତ କ୍ଷେତ୍ର, ସାଇବର ଆକ୍ରମଣର ଶିକାର ହୋଇଥିଲା ଏବଂ ଏହି ଆକ୍ରମଣ ଜନସାଧାରଣ ସେବା ଏବଂ ବିଭିନ୍ନ ବିଭାଗର ସରକାରୀ କାର୍ଯ୍ୟକୁ ପ୍ରଭାବିତ କରିଥିଲା।'
ଅପରେସନ୍ ସିନ୍ଦୁର' ପରେ କେନ୍ଦ୍ର ବିଦ୍ୟୁତ ମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି ଯେ, ଭାରତରେ ବିଦ୍ୟୁତ କ୍ଷେତ୍ରରେ ଦୁଇ ଲକ୍ଷ ସାଇବର ଆକ୍ରମଣ ହୋଇଛି। ସମସ୍ତ ଆକ୍ରମଣକୁ ମଧ୍ୟ ବିଫଳ କରାଯାଇଛି |