ଆମ ଶାସନ ବ୍ୟବସ୍ଥା

Aug 26, 2025 - 15:57
 13
ଆମ ଶାସନ ବ୍ୟବସ୍ଥା

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ' ଆମ ଶାସନ ' କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଜନସେବାର ଏହି ନୂତନ ବ୍ୟବସ୍ଥା ଦ୍ୱାରା କ୍ଷେତ୍ର ପରିଦର୍ଶନ ସମୟରେ ସରକାରୀ ଅଧିକାରୀମାନେ ମୋବାଇଲ ଆପ୍ ଏବଂ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ ଟେଲିଫୋନ ମାଧ୍ୟମରେ ନାଗରିକମାନଙ୍କ ମତାମତ ନେବେ। ଏଥିସହ ସାଧାରଣ ଜନତା ବିଭିନ୍ନ ସରକାରୀ ସେବା ନେଇ 'ଆମ ଶାସନ' ବ୍ୟବସ୍ଥା ଅନ୍ତର୍ଗତ ସାମାଜିକ ଗଣମାଧ୍ୟମ, ହ୍ୱାଟ୍ସ ଆପ୍ ଚାଟ୍ (+91-7400221903), ୱେବସାଇଟ ଚାଟ୍ ବଟ୍ ଏବଂ ଟୋଲ ଫ୍ରି ନମ୍ବର 14471 ମାଧ୍ୟମରେ ନିଜର ମତାମତ ଜଣାଇପାରିବେ|

ଏହା ଦ୍ୱାରା ଶାସନରେ ସ୍ୱଚ୍ଛତା ଓ ପାରଦର୍ଶିତାରେ ଉନ୍ନତି ଆସିବ | ସରକାର ଓ ଲୋକଙ୍କ ମଧ୍ୟରେ ଥିବା ଦୂରତା କମିବ | ଲୋକଙ୍କ ମତାମତକୁ ଆଧାର କରି ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |