କେରଳ ର କୋଚିରେ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ସମ୍ବୋଧନ

Aug 26, 2025 - 10:50
 11
କେରଳ ର କୋଚିରେ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ସମ୍ବୋଧନ

ମୋଦୀଜୀ ପ୍ରଧାନମନ୍ତ୍ରୀ ହେବା ପରେ ଦେଶ ଜାତିବାଦ, ପରିବାରବାଦ ଏବଂ ତୁଷ୍ଟିକରଣ ପରିବର୍ତ୍ତେ ପ୍ରଦର୍ଶନ ଭିତ୍ତିକ ରାଜନୀତିର ଏକ ନୂତନ ଯୁଗ ଆରମ୍ଭ କରିଛି

ଭାରତ ବିକଶିତ ନହେବା ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବୁ ନାହିଁ

ଯେତେବେଳେ ବି ସୀମା ପୁନଃ ନିର୍ଦ୍ଧାରଣ ହେବ, ଦକ୍ଷିଣ ରାଜ୍ୟଗୁଡ଼ିକ ପ୍ରତି କୌଣସି ଅନ୍ୟାୟ କରାଯିବ ନାହିଁ

ବାମପନ୍ଥୀ ବିଚାରଧାରାରୁ ଉପୁଜିଥିବା ଆଗ୍ରହଶୂନ୍ୟ ବିକାଶ ମଡେଲ କେରଳର ବିକାଶରେ ବାଧା ସୃଷ୍ଟି କରୁଛି

ଭୋଟ ବ୍ୟାଙ୍କ ରାଜନୀତି କାରଣରୁ କେରଳରେ ଜାତୀୟ ସୁରକ୍ଷା ସହ ସାଲିସ୍ କରାଯାଇଛି, ଏବଂ ଆଇନ ଶୃଙ୍ଖଳା ସ୍ଥିତି ନିମ୍ନ ସ୍ତରକୁ ଖସିଛି; ଆମ ଦଳ ଏହି ସ୍ଥିତିରେ ଉନ୍ନତି ଆଣିବ

କେରଳ ସରକାର ପିଏଫ୍ଆଇ ଭଳି ସଙ୍ଗଠନଗୁଡ଼ିକୁ ଠିକ୍ ସମୟରେ କାହିଁକି ନିଷିଦ୍ଧ କଲେ ନାହିଁ? ଯଦି ମୋଦୀ ସରକାର ନଥାନ୍ତେ, ତେବେ ସମ୍ଭବତଃ କେରଳ ସରକାର ପିଏଫ୍ଆଇ ଉପରେ ପ୍ରତିବନ୍ଧକ ଲଗାଇ ନଥାନ୍ତେ

କେରଳର ଲୋକମାନେ ପୂର୍ବରୁ ସ୍ଥିର କରିସାରିଛନ୍ତି ଯେ ସେମାନେ ଏପରି ଏକ ସରକାର ଚାହୁଁଛନ୍ତି ଯାହା ଜନସାଧାରଣଙ୍କ ପାଇଁ କାମ କରିବ, କ୍ୟାଡରମାନଙ୍କ ପାଇଁ କାମ କରିବ ନାହିଁ

ରାଜନୀତି ପାଇଁ ପରିବାର ଏବଂ ଘରକୁ ତ୍ୟାଗ କରି ଦେଶ ସେବାର ଏକ ଆଦର୍ଶ ଉଦାହରଣ ପାଲଟିଛନ୍ତି ମୋଦୀଜୀ

୨୦୦୪ ରୁ ୨୦୧୪ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା ପାଇଁ କେନ୍ଦ୍ର ସରକାର ୧୩୪୨ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ଗତ ୧୦ ବର୍ଷ ମଧ୍ୟରେ ମୋଦୀ ଜୀ ୫୧୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି