ଅବସରପ୍ରାପ୍ତ ଅଧିକାରୀଙ୍କ ପାଇଁ କୃଷି-ବ୍ୟବସାୟ କର୍ମଶାଳା...

Aug 11, 2026 - 20:01
 9
ଅବସରପ୍ରାପ୍ତ ଅଧିକାରୀଙ୍କ ପାଇଁ କୃଷି-ବ୍ୟବସାୟ କର୍ମଶାଳା...

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ସ୍ଥାୟୀ କୃଷି ବ୍ୟବସାୟ ପାଇଁ ପ୍ରୋତ୍ସାହନ 

ଭୁବନେଶ୍ୱରସ୍ଥିତ କୃଷି ଭବନରେ "ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା" ଅଧୀନରେ ଅବସରପ୍ରାପ୍ତ ଅଧିକାରୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କର୍ମଶାଳା ଆୟୋଜିତ ହୋଇଯାଇଛି। 

ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସହାୟତା ନେଇ ଅବସରପ୍ରାପ୍ତ ମାନେ କିପରି ସ୍ଥାୟୀ କୃଷି ଉଦ୍ୟୋଗ ପ୍ରତିଷ୍ଠା କରିପାରିବେ, ସେ ସମ୍ପର୍କରେ ସେମାନଙ୍କୁ ମାର୍ଗଦର୍ଶନ ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଉଦ୍‌ଘାଟନୀ ସମାରୋହରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ସଚିନ୍ ରାମଚନ୍ଦ୍ର ଜାଧବ ଯୋଗଦେଇ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବିକାଶରେ ପ୍ରାକ୍ତନ ଅଧିକାରୀମାନଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।

ଉପସ୍ଥିତ ଶ୍ରୋତାମାନଙ୍କୁ ସମ୍ବୋଧିତ କରି ଶ୍ରୀ ଜାଧବ ଦକ୍ଷତା ଓ ଆଧୁନିକ କୃଷି ମଧ୍ୟରେ ଥିବା ରଣନୈତିକ ସାମଞ୍ଜସ୍ୟ ବିଷୟରେ ଆଲୋକପାତ କରିଥିଲେ। 

ଶ୍ରୀ ଯାଦବ କହିଥିଲେ, "ପ୍ରାକ୍ତନ ଅଧିକାରୀମାନଙ୍କ ପାଖରେ ଅତୁଳନୀୟ ଶୃଙ୍ଖଳା, ନେତୃତ୍ୱ ନେବାର ଦକ୍ଷତା ଏବଂ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାର କ୍ଷମତା ରହିଛି—ଯାହାକି ଏକ ସଫଳ କୃଷି-ବ୍ୟବସାୟ ପାଇଁ ଏକାନ୍ତ ଆବଶ୍ୟକ। 

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଭଳି ଯୋଜନା ମାଧ୍ୟମରେ କୃଷି ବିଭାଗ ଆମର ଅବସରପ୍ରାପ୍ତ ମାନଙ୍କୁ ଆର୍ଥିକ ସବ୍‌ସିଡି, ବୈଷୟିକ ଜ୍ଞାନକୌଶଳ ଏବଂ ସହଜ ପ୍ରକ୍ରିୟା ଯୋଗାଇଦେଇ ରାଜ୍ୟର ଅଗ୍ରଣୀ କୃଷି-ଉଦ୍ୟୋଗୀ ଭାବେ ଗଢ଼ିତୋଳିବାକୁ ବଦ୍ଧପରିକର।

ଏହି ଅବସରରେ ଅନୁଷ୍ଠିତ ବୈଷୟିକ ଅଧିବେଶନରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶର ସୁଯୋଗ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। 

ଆପିକଲ୍ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶୁଭ୍ରାଂଶୁ ମିଶ୍ର ସ୍ୱାଗତ ଭାଷଣ ଦେଇ ଆଗାମୀ କାର୍ଯ୍ୟପନ୍ଥାର ସୂଚନା ଦେଇଥିବା ବେଳେ ଆଇସିସି ଓଡ଼ିଶା ରାଜ୍ୟ ପରିଷଦର କୃଷି ଓ ଖାଦ୍ୟ ପ୍ରସଂସ୍କରଣ କମିଟିର ଆବାହକ ଶ୍ରୀ ଶ୍ରୀରାମ ପଣ୍ଡା ଏବଂ ସହ-ଆବାହକ କର୍ନେଲ ସୁଜନ ମହାନ୍ତି (ଅବସରପ୍ରାପ୍ତ) ପ୍ରମୁଖ ବିଷୟବସ୍ତୁ ଆଧାରିତ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଲେଫ୍ଟନାଣ୍ଟ ଜେନେରାଲ ଜୟନ୍ତ କୁମାର ମହାନ୍ତି (ଅବସରପ୍ରାପ୍ତ) ମଧ୍ୟ ଉପସ୍ଥିତ ଥିଲେ।