ଅସହ୍ୟ ହେଲାଣି ଟାଟା ପାୱାର ର ଦୌରାତ୍ମ୍ୟ...

Dec 21, 2025 - 13:20
 24
ଅସହ୍ୟ ହେଲାଣି ଟାଟା ପାୱାର ର ଦୌରାତ୍ମ୍ୟ...

ଦିନକୁ ଦିନ ଟାଟା ପାୱାରର ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି I ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ଶୋଷଣ କରିବାର ଅଭିଯୋଗ ଆସିବା ପରେ ବିବାଦ ତୀବ୍ର ହୋଇଛି।

ସ୍ମାର୍ଟ ମିଟର ହେଉ ଅବା ଆଡ଼ିସିନାଲ ସିକ୍ୟୁରିଟି ଡିପୋଜିଟ୍‌ ନାମରେ ଲୋକଙ୍କ ଉପରେ ଜୋର୍‌ଜବରଦସ୍ତ ଲଦି ଦେଉଛି।

ବିଦ୍ୟୁତ୍‌ ଉପଭୋକ୍ତା ବିଦ୍ୟୁତ୍‌ ଟାଣିବା ବେଳେ ସିକ୍ୟୁରିଟି ଡିପୋଜିଟ୍‌ କରିଥିବା ବେଳେ ଏବେ ଟିପିସିଓଡିଲ୍‌ TPCODL ଗ୍ରାହକଙ୍କ ପାଖକୁ ଆଡ଼ିସ୍‌ନାଲ ସିକ୍ୟୁରିଟି ଡିପୋଜିଟ୍‌ କରିବା ପାଇଁ ଗୋଟିଏ ଗୋଟିଏ ମେସେଜ ପଠାଉଛି।

ସିକ୍ୟୁରିଟ୍ ଡିପୋଜିଟ୍‌ ନ କରିଲେ ବିଦ୍ୟୁତ୍‌ ସଂଯୋଗ କାଟିଦେବାର ଧମକ ଦେବା ସହିତ ୧୫% ହାରରେ ସୂଧ ଆଦାୟ କରିବ ବୋଲି ଧମକ ଦେଉଛି। 

ଏହା କ’ଣ ସରକାର ଜାଣିପାରୁ ନାହାଁନ୍ତି !

ନା ସରକାର ଓ ଟାଟା କମ୍ପାନୀର ମଧୁଚନ୍ଦ୍ରିକାରେ ଏସବୁ ଚାଲିଛି ବୋଲି ଧରି ନେବାକୁ ହେବ 

ସରକାରଙ୍କର ବିନା ଅଗୋଚ‌ରରେ ଟାଟା ପାୱାର କିପରି ଏତେ ବଡ଼ ନିଷ୍ପତ୍ତି ନେଇ ପାରୁଛି ତାହା ହିଁ ଆଶ୍ଚର୍ଯ୍ୟ !

ଏଥିରୁ ସରକାରଙ୍କର ପ୍ରଚ୍ଛନ୍ନ ହାତ ଥିବାର ସନ୍ଦେହ କରାଯାଉଛି |

ନଚେତ ସ୍ଥିତି ବିଗିଡିବ, ଆଗାମୀ ଦିନରେ ସାଧାରଣ ଜନତା ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋନ କରିଵା ସୁନିଶ୍ଚିତ ହୋଇ ପଡୁଛି |