ଆଇଟିଆଇ କୋଠାରେ ଅଗ୍ନିକାଣ୍ଡ

ବୌଦ୍ଧ : ଗତ ଶୁକ୍ରବାର ବିଳମ୍ବିତ ରାତ୍ରିରେ ବୌଦ୍ଧସ୍ଥିତ ରାମଲୀଳା ମୈଦାନ ନିକଟରେ ଥିବା ଏକ ପୁରୁଣା ଆଇଟିଆଇ କୋଠାରେ ଅଗ୍ନିକାଣ୍ଡ ଘଟିଛି l ତେବେ ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ବୋୖଦ୍ଧ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଛନ୍ତି l ସୂଚନାଯୋଗ୍ୟ ଯେ, ଅଗ୍ନିକାଣ୍ଡ ଘଟିଥିବା ଉକ୍ତ ପୁରୁଣା ଆଇଟିଆଇ କୋଠାରେ ସ୍ୱାସ୍ଥ୍ୟ ବିଭାଗର ଅନେକ ଅଧିକାରୀଙ୍କ କାର୍ଯ୍ୟାଳୟ ରହିଛି l ଏହା ସହ ଜିଲ୍ଲl ଜନସ୍ୱାସ୍ଥ୍ୟ ପରୀକ୍ଷାଗାର ମଧ୍ୟ ରହିଛି l ଘଟଣା ସଂକ୍ରାନ୍ତରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଥିଲେ ମଧ୍ୟ ସବୁ ଗେଟରେ ତାଲା ପଡ଼ିଥିଲା l ଘଟଣାସ୍ଥଳରେ କୌଣସି ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀ ଉପସ୍ଥିତ ନଥିବାରୁ ଶେଷରେ ତାଲା ଭାଙ୍ଗି ଅଗ୍ନିଶମ ବାହିନୀ ଯବାନମାନେ ନିଆଁକୁ ଆୟତ୍ତ କରିଥିଲେ l ତେବେ ଅଗ୍ନିକାଣ୍ଡର କାରଣ ଓ କ୍ଷୟକ୍ଷତି ନେଇ ଏପର୍ଯ୍ୟନ୍ତ ସବିଶେଷ ସୂଚନା ମିଳିପାରିନାହିଁ l

ଆଇଟିଆଇ କୋଠାରେ ଅଗ୍ନିକାଣ୍ଡ