ଓକିଲ ପୀତବାସ ପଣ୍ଡା ହତ୍ୟାକାଣ୍ଡର ପର୍ଦାପାସ...
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଆଜି ଏହା ପ୍ରମାଣିତ ହେବାକୁ ଯାଉଛି । ପୀତବାସଙ୍କ ହତ୍ୟା ପରେ ଯିଏ ହତ୍ୟାକାରୀର ଗିରଫ ଦାବି କରି ପରିବାରକୁ ବାରମ୍ବାର ସହାନୁଭୂତି ଦେଖାଇବା ଚେଷ୍ଟା କରିଥିଲେ, ଆଜି ସେ ନିଜେ ହାଜତରେ ! ପୀତବାସ ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା ଗିରଫ ହୋଇଛନ୍ତି । ଥରେ ତାଙ୍କର ସୋସିଆଲ୍ ମିଡିଆ ପୋଷ୍ଟ ଦେଖୂନିଅନ୍ତୁ ।
ତାଙ୍କ ସହ ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଓରଫ୍ ପିଣ୍ଡୁ ଦାସ, କର୍ପୋରେଟର ମଳୟ ବିଷୋୟୀ, ବିକ୍ରମଙ୍କ ନିକଟତମ ସହଯୋଗୀ ମଦନ ଦଳେଇ, ୩ ଜଣ ସାର୍ପ ସୁଟରଙ୍କ ସମେତ ସମୁଦାୟ ୧୨ ଜଣଙ୍କୁ ପୁଲିସ ଗିରଫ କରିଛି । ପୀତବାସଙ୍କ ହତ୍ୟା ମାମଲାରେ ଏମାନଙ୍କୁ ପୁଲିସ ଗିରଫ କରିଛି ।
ପୀତବାସ ପଣ୍ଡା ହତ୍ୟା ମାମଲା ରେ ବ୍ରହ୍ମପୁର ଏସ୍ତି ଶ୍ରବଣ ବିବେକ ଏମ୍ କହିଛନ୍ତି ଯେ ସାର୍ପ ସୁଟର ୧୦ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲା। ଚିଣ୍ଟୁ ପ୍ରଧାନ ଗାଡ଼ି ଚଳାଇଥିଲେ, କୁରୁପତି ଭୂୟାଁ ଗୁଳି ଚଳାଇଥିଲେ। ମଳୟ ବିଷୋୟୀ ଓ ମଦନ ଦଳେଇ ପୂରା ଷଡ଼ଯନ୍ତ୍ର କରିଥିଲେ। ବିଜେଡି ନେତା ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ ସବୁ ଷଡ଼ଯନ୍ତ୍ର କରାଇଥିଲେ। ମଳୟ ବିଷୋୟୀ ଓ ମଦନ ଦଳେଇ ଜରିଆରେ ଷଡ଼ଯନ୍ତ୍ର କରିଥିଲେ ବିକ୍ରମ ପଣ୍ଡା ବୋଲି ସୂଚନା ଦେଇଛନ୍ତି ଏସ୍ତି। ଆଜି ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଛି। ହତ୍ୟାକାଣ୍ଡ ଘଟଣାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୧୨ ଜଣ ଗିରଫ ହୋଇଛନ୍ତି।