ଆଇସିସି ମହିଳା ବିଶ୍ବକପ ୨୦୨୫ ଚାମ୍ପିଅନ୍ ଦଳ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଟ୍ରଫି ଜିତିବାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ଦଳକୁ ଅଭିନନ୍ଦନ ଜଣାଇଲେ
ସଫଳତାର କାହାଣୀ ବାଣ୍ଟି ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଖେଳାଳିମାନଙ୍କୁ ଆହ୍ବାନ, ପ୍ରତ୍ୟେକ ଖେଳାଳିଙ୍କୁ ବର୍ଷକୁ ତିନୋଟି ସ୍କୁଲ ପରିଦର୍ଶନ କରିବାକୁ ଅନୁରୋଧ
ପ୍ରଧାନମନ୍ତ୍ରୀ ମେଦବହୁଳତାର ମୁକାବିଲା ପାଇଁ ଫିଟ୍ ଇଣ୍ଡିଆ ଆନ୍ଦୋଳନ ଉପରେ ଗୁରୁତ୍ବାରୋପ କରିଥିଲେ ଏବଂ ସମସ୍ତଙ୍କୁ, ବିଶେଷକରି ଦେଶର ଝିଅମାନଙ୍କ ଲାଭ ପାଇଁ ଏହାକୁ ପ୍ରୋତ୍ସାହିତ କରିବାକୁ ଖେଳାଳିମାନଙ୍କୁ ଅନୁରୋଧ କରିଥିଲେ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ନୂଆଦିଲ୍ଲୀର ୭, ଲୋକ କଲ୍ୟାଣ ମାର୍ଗରେ ଆଇସିସି ମହିଳା ବିଶ୍ବକପ ୨୦୨୫ ଚାମ୍ପିଅନ୍ ଦଳ ସହିତ ଆଲୋଚନା କରିଥିଲେ । ଭାରତୀୟ ଦଳ ଗତ ୨ ନଭେମ୍ବର, ୨୦୨୫ ରବିବାର ଦିନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଫାଇନାଲରେ ବିଜୟୀ ହୋଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ଦିନଟି ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଦିନ, କାରଣ ଏହି ଗୋଟିଏ ଦିନରେ ଉଭୟ ଦେବ ଦୀପାବଳି ଏବଂ ଗୁରୁ ପରବ ଉଭୟ ପାଳନ କରାଯାଉଛି। ସେ ଉପସ୍ଥିତ ସମସ୍ତଙ୍କୁ ତାଙ୍କର ଶୁଭେଚ୍ଛା ମଧ୍ୟ ଜଣାଇଥିଲେ।
ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରି ଦଳର ପ୍ରଶିକ୍ଷକ ଶ୍ରୀ ଅମୋଲ ମଜୁମଦାର କହିଛନ୍ତି ଯେ ତାଙ୍କୁ ଭେଟିବା ଏକ ସମ୍ମାନ ଏବଂ ସୌଭାଗ୍ୟର କଥା। ସେ ଖେଳାଳିମାନଙ୍କ କଠିନ ପରିଶ୍ରମକୁ ଦେଶର ଝିଅମାନଙ୍କ ଦ୍ବାରା ପରିଚାଳିତ ଏକ ଆନ୍ଦୋଳନ ଭାବରେ ଅବିହିତ କରିଥିଲେ ଏବଂ ଗତ ଦୁଇ ବର୍ଷରେ ସେମ ସମାନଙ୍କର ଅସାଧାରଣ ସମର୍ପଣଭାବକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଝିଅମାନେ ପ୍ରତ୍ୟେକ ଅଭ୍ୟାସ ଅଧୂବେଶନରେ ଉଲ୍ଲେଖନୀୟ ତୀବ୍ରତା ଏବଂ ଶକ୍ତି ସହିତ ଖେଳିଥିଲେ । ସେମାନଙ୍କର ଏହି କଠିନ ପରିଶ୍ରମ ଫଳପ୍ରଦ ହୋଇଛି ବୋଲି ସେ କହିଥିଲେ।
ଅଧୂନାୟକ ହରମନପ୍ରୀତ କୌର ୨୦୧୭ରେ ଟ୍ରଫି ନ ଜିତି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ଅଭିଜ୍ଞତାକୁ ମନେ ପକାଇଥିଲେ ଏବଂ ବର୍ଷ ବର୍ଷ ଧରି ସେ ଯେଉଁ ଟ୍ରଫି ପାଇଁ ଏତେ ପରିଶ୍ରମ କରିଥିଲେ ତାହାକୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଦେଇଥିବାରୁ ଗଭୀର ସମ୍ମାନିତ ଅନୁଭବ କରୁଥିବା କହିଥିଲେ । ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ତାଙ୍କର ଖୁସିକୁ ଦ୍ବିଗୁଣିତ କରିଛନ୍ତି ଏବଂ ଏହା ତାଙ୍କ ପାଇଁ ବହୁତ ଗର୍ବର ବିଷୟ। ସେ ଆହୁରି କହିଛନ୍ତି ଯେ ତାଙ୍କର ଲକ୍ଷ୍ୟ ହେଉଛି ଭବିଷ୍ୟତରେ ତାଙ୍କୁ ଆହୁରି ଭେଟିବା ଏବଂ ତାଙ୍କ ସହିତ ଦଳୀୟ ଫଟୋ ଉଠାଇବା ।
ଶ୍ରୀ ମୋଦୀ ସେମାନଙ୍କ ସଫଳତାକୁ ପ୍ରଶଂସା କରି କହିଛନ୍ତି ଯେ ସେମାନେ ପ୍ରକୃତରେ କିଛି ମହାନ ସଫଳତା ହାସଲ କରିଛନ୍ତି। ସେ କହିଥିଲେ ଯେ ଭାରତରେ କ୍ରିକେଟ କେବଳ ଏକ ଖେଳ ନୁହେଁ, ବରଂ ଲୋକଙ୍କ ଜୀବନର ଏକ ଅଂଶ ପାଲଟିଛି। ସେ କହିଛନ୍ତି ଯେ ଯେତେବେଳେ କ୍ରିକେଟରେ ସଫଳତା ଚାଲିଥାଏ, ଦେଶ ଉଲ୍ଲସିତ ଥାଏ, କିନ୍ତୁ ଏକ ଛୋଟ ବିଫଳତା ମଧ୍ଯ ସମଗ୍ର ଦେଶକୁ ଦୋହଲାଇ ଦିଏ। ଏହି ବିଶ୍ବକପରେ ଲଗାତାର ତିନୋଟି ମ୍ୟାଚ୍ ହାରିବା ପରେ ଦଳକୁ କିପରି ଟ୍ରୋଲିଂର ସମ୍ମୁଖୀନ ହେବାକୁ ପଡିଥିଲା, ସେ ବିଷୟରେ ସେ ଉଲ୍ଲେଖ କରିଥିଲେ ।
ହରମନପ୍ରୀତ କୌର ଦୋହରାଇଥିଲେ ଯେ ସେ ୨୦୧୭ରେ ଫାଇନାଲ୍ ହାରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ, କିନ୍ତୁ ପ୍ରଧାନମନ୍ତ୍ରୀ ପରବର୍ତ୍ତୀ ସୁଯୋଗରେ ହରମନଙ୍କୁ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ କରିବାକୁ ପ୍ରେରଣା ଦେଇଥିଲେ। ଶେଷରେ ଟ୍ରଫି ଜିତିବା ଏବଂ ତାଙ୍କ ସହ ପୁଣି କଥା ହେବାର ସୁଯୋଗ ପାଇବାରେ ହରମନପ୍ରୀତ ଖୁସି ପ୍ରକାଶ କରିଥିଲେ।
ଏହାପରେ ପ୍ରଧାନମନ୍ତ୍ରୀ ସ୍ମୃତି ମାନ୍ଧାନାଙ୍କୁ ତାଙ୍କ ମନ କଥା ଜଣାଇବାକୁ ନିମନ୍ତ୍ରଣ କରିଥିଲେ। ସ୍ମୃତି ମନ୍ଧାନା ମନେ ପକାଇଥିଲେ ଯେ ୨୦୧୭ରେ ଦଳ କୌଣସି ଟ୍ରଫି ଜିତି ନଥୁଲା, କିନ୍ତୁ ସେତେବେଳେ ସେ ପ୍ରଧାନମନ୍ତ୍ରୀଙ୍କୁ ଆକାଂକ୍ଷା ପୂରଣ ସଂପର୍କରେ ଏକ ପ୍ରଶ୍ନ ପଚାରିଥିବା ମନେପକାଇଥିଲେ । ସ୍ମୃତି କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ତାଙ୍କ ମନରେ ରହିଥିଲା ଏବଂ ପରବର୍ତ୍ତୀ ଛଅ କିମ୍ବା ସାତ ବର୍ଷ ମଧ୍ୟରେ ବିଶ୍ବକପରେ ଅନେକ ନିରାଶାଜନକ ପରାଜୟ ସତ୍ତ୍ବେ, ଏହା ଦଳକୁ ବହୁତ ସାହାଯ୍ୟ କରିଥିଲା। ସେ କହିଥିଲେ ଯେ ଏହା ଯେପରି ଭାଗ୍ୟରେ ଲେଖାଥ୍ଲା ଯେ ଭାରତର ପ୍ରଥମ ବିଶ୍ବକପ ସଫଳତା ଭାରତରେ ହିଁ ଆୟୋଜନ ହେବ । ସେ ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ସର୍ବଦା ପ୍ରେରଣାର ଉତ୍ସ ହୋଇଆସିଛନ୍ତି, ବିଶେଷକରି ମହିଳାମାନେ ବର୍ତ୍ତମାନ ପ୍ରତ୍ୟେକ କ୍ଷେତ୍ରରେ - ଇସ୍ରୋର ଶୁଭାରମ୍ଭ ଠାରୁ ଅନ୍ୟାନ୍ୟ ଜାତୀୟ ସଫଳତା ପର୍ଯ୍ୟନ୍ତ - ଯେଉଁଭଳି ଭାବରେ ପାଦ ଦେଉଛନ୍ତି - ଯାହାକୁ ସେ ମହିଳାମାନଙ୍କ ପାଇଁ ଭଲ ପ୍ରଦର୍ଶନ କରିବା ଏବଂ ଅନ୍ୟ ଝିଅମାନଙ୍କୁ ପ୍ରେରଣା ଦେବା ପାଇଁ ଅତ୍ୟନ୍ତ ପ୍ରେରଣାଦାୟକ ଏବଂ ସଶକ୍ତିକରଣ ବୋଲି ବର୍ଣ୍ଣନା କରିଥିଲେ। ଶ୍ରୀ ମୋଦୀ ଉତ୍ତର ଦେଇଥିଲେ ଯେ ସମଗ୍ର ଦେଶ ଦେଖୁଛି ଏବଂ ଗର୍ବ ଅନୁଭବ କରୁଛି ଏବଂ ସେ ପ୍ରକୃତରେ ସେମାନଙ୍କର ଅଭିଜ୍ଞତା ଶୁଣିବାକୁ ଚାହାଁନ୍ତି। ସ୍ମୃତି ମନ୍ଧାନା କହିଥିଲେ ଯେ ଅଭିଯାନର ସର୍ବୋତ୍ତମ ଭାଗ ହେଉଛି ଯେ ପ୍ରତ୍ୟେକ ଖେଳାଳି ଘରକୁ ଯାଇ ସେମାନଙ୍କର କାହାଣୀ ବାଣ୍ଟିପାରିବେ, କାରଣ କାହାର ଅବଦାନ କମ୍ ଗୁରୁତ୍ବପୂର୍ଣ୍ଣ ନୁହେଁ। ସେ ପୁଣି କହିଥିଲେ ଯେ ପ୍ରଧାନମନ୍ତ୍ରୀ ପୂର୍ବରୁ ଦେଇଥିବା ପରାମର୍ଶ ସର୍ବଦା ତାଙ୍କ ମନରେ ଥିଲା ଏବଂ ତାଙ୍କର ଶାନ୍ତି ଏବଂ ସଂଯମ ଆଚରଣ ପ୍ରେରଣାର ଉତ୍ସ ଥିଲା।