ଆଉ ଏକ ଲଘୁଚାପ ୨୨ରେ

Nov 18, 2025 - 16:13
 65
ଆଉ ଏକ ଲଘୁଚାପ ୨୨ରେ

ଆଉ ଏକ ଲଘୁଚାପ ୨୨ରେ...

ଭୁବନେଶ୍ବର: ପୁଣି ଆଉ ଏକ ଲଘୁଚାପ ସମ୍ଭାବନା । ୨୨ ବେଳକୁ ୨୨ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ପ୍ରଭାବରେ କମିବ ଶୀତ, ବଢ଼ିବ ତାପମାତ୍ରା । ଏପଟେ ଉତ୍ତର ଦିଗରୁ ଶୁଷ୍କ ବାୟୁ ପ୍ରବାହ ଯୋଗୁ କମିଛି ରାତି ତାପମାତ୍ରା । ଆହୁରି ୨୪ ଘଣ୍ଟା ଥରାଇବ । ୨୫ ବର୍ଷର ରେକର୍ଡ ଭାଙ୍ଗିଲା ରାଜଧାନୀ ଶୀତ । ୬ସହରରେ ୧୦ ଡିଗ୍ରୀ ତଳେ ପାରଦ ।

ବଢୁଛି ଶୀତ, ଥରୁଛି ଓଡ଼ିଶା । ଆହୁରି ଦୁଇ ଦିନ ହାଡ଼ଭଙ୍ଗା ଶୀତ । ଜାଡ଼ର ପ୍ରକୋପରେ ଅସ୍ତବ୍ୟସ୍ତ ଜନଜୀବନ। ଗତ ୧୦ରୁ ୧୫ ଦିନ ମଧ୍ୟରେ ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା କମିଛି । ଉତ୍ତର ଦିଗରୁ ଶୁଷ୍କ ବାୟୁ ପ୍ରବାହ ଯୋଗୁ ଶୀତର ପ୍ରକୋପ ବଢ଼ିଛି । ରାତି ତାପମାତ୍ରା ପାଖାପାଖୂ ୩ରୁ ୪ ଡିଗ୍ରୀ ଯାଏଁ କମିଛି । ଆହରି ୨୪ ଘଣା ଶୀତ ଲହରି ରହିବ ।

ଏହାପରେ ବଢ଼ିବ ରାତି ତାପମାତ୍ରା । ଝାରସୁଗୁଡ଼ା,

ସୁନ୍ଦରଗଡ଼ ଏବଂ କନ୍ଧମାଳ ଜିଲ୍ଲାରେ ହାଡ଼ଭଙ୍ଗା ଶୀତ

ସମ୍ଭାବନା । ଏପଟେ ରାଜଧାନୀ ଭୁବନେଶ୍ବରରେ

ରେକର୍ଡ ଭାଙ୍ଗିଲା ଶୀତ। ଗତ ୨୫ ବର୍ଷ ତୁଳନାରେ

ସବୁଠାରୁ ଥଣ୍ଡା ରାତି। ହାଡ ଭଙ୍ଗା ଶୀତ ସର୍ବନିମ୍ନ ରାତ୍ରି

ତାପମାତ୍ରା ୧୨.୯ ଡିଗ୍ରୀ ରେକର୍ଡ ହୋଇଛି। ୨୦୧୮ରେ

ସର୍ବନମ୍ନ ତାପମାତ୍ରା ୧୪.୧ ଡିଗ୍ରୀ ରହିଥ୍‌ଲା । ସେହିପରି

୬ସହରରେ ୧୦ ଡିଗ୍ରୀ କିମ୍ବା ତାଠାରୁ କମ ରାତ୍ରି

ତାପମାତ୍ରା ରେକର୍ଡ କରାଯାଇଛି । ଜି.ଉଦୟଗିରି ୫.୪

ଡ଼ିଗ୍ରୀ ,ସେମିଳିଗୁଡା ୬.୧ ଡିଗ୍ରୀ, ଦାରିଙ୍ଗବାଡି ୭ ଡିଗ୍ରୀ,

ଫୁଲବାଣୀ ୮ ଡିଗ୍ରୀ ଏବଂ ଝାରସୁଗୁଡା ୯.୮ ଡିଗ୍ରୀ

ରେକର୍ଡ କରାଯାଇଛି ।