ଚନ୍ଦ୍ରଯାନ - ୪ ମିଶନ

Nov 18, 2025 - 16:14
 8
ଚନ୍ଦ୍ରଯାନ - ୪ ମିଶନ

ନୂଆଦିଲ୍ଲୀ : ୨୦୨୮ରେ ଲଞ୍ଚ ହେବ ଚନ୍ଦ୍ରଯାନ-୪ ମିଶନ

। କେନ୍ଦ୍ର ସରକାର ଏହି ମିଶନ ପାଇଁ ଅନୁମୋଦନ ଦେଇ ସାରିଥିବା ବେଳେ ଇସ୍ରୋ ଏଥିପାଇଁ ଉଦ୍ୟମ ଆରମ୍ଭକରିଛି । ଏହି ମିଶନରେ ଚନ୍ଦ୍ରରୁ ନମୂନା ସଂଗ୍ରହ କରାଯିବାକୁ ଥୂବାରୁ ଏହା ଏକ ଜଟିଳ ମିଶନ ହେବ । ଏପର୍ଯ୍ୟନ୍ତ କେବଳ ଆମେରିକା, ଚୀନ ଓ ଋଷ ସଫଳତାର ସହ ଚନ୍ଦ୍ରରୁ ନମୂନା ସଂଗ୍ରହ କରିଥିବା ବେଳେ ଭାରତ ନିଜର ଚନ୍ଦ୍ରଯାନ-୪ ମିଶନରେ ଏହି ସଫଳତା ହାସଲ ପାଇଁ ଲକ୍ଷ୍ୟ ରଖୁଛି । ଏହି ମିଶନରେ ଆଡଭାନ୍ସଡ ଲ୍ୟାଣ୍ଡିଂ, ଯିବା ଓ ଫେରିବା ପ୍ରକ୍ରିୟା ରହିବ । ସେହିପରି ଚଳିତ ଆର୍ଥିକ ବର୍ଷରେ ୭ଟି ନୂଆ ମିଶନ ଲଂଚ କରିବାକୁ ଲକ୍ଷ୍ୟ ରଖୁଛି ଇସ୍ରୋ । ୨୦୨୭ ବେଳକୁ ଭାରତର ଗଗନାୟାନ ମିଶନ ଲଂଚ ହେବ ବୋଲି ଇସ୍ରୋ ଅଧ୍ଯକ୍ଷ ଭି ନାରାୟଣନ କହିଛନ୍ତି ।