ଆଜି ଦ୍ୱାରକା ଏକ୍ସପ୍ରେସୱେର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଚଣ୍ଡିଗଡ଼ : ଆଜି ଗୁରୁଗ୍ରାମରେ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୧୨ ଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିବେ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏକ ସରକାରୀ ବିବୃତି ଅନୁଯାୟୀ ପ୍ରଧାନମନ୍ତ୍ରୀ ଦ୍ୱାରକା ଏକ୍ସପ୍ରେସୱେର ହରିଆଣା ବିଭାଗ ଆଜି ଉଦଘାଟନ କରିବେ, ଯାହା ଜାତୀୟ ରାଜପଥ -୪୮ରେ ଦିଲ୍ଲୀ ଏବଂ ଗୁରୁଗ୍ରାମ ମଧ୍ୟରେ ଯାତାୟାତରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ। ଆଠ ଲେନ ବିଶିଷ୍ଟ ଦ୍ୱାରକା ଏକ୍ସପ୍ରେସୱେର ୧୯ କିଲୋମିଟର ଲମ୍ବ ହରିଆଣା ବିଭାଗ ପ୍ରାୟ ୪,୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟନ ହେବାକୁ ଥିବା ଅନ୍ୟାନ୍ୟ ପ୍ରମୁଖ ପ୍ରକଳ୍ପଗୁଡ଼ିକ ହେଉଛି ୯.୬ କିଲୋମିଟର ଲମ୍ବର ଛଅ ଲେନ ବିଶିଷ୍ଟ ସହରୀ ସମ୍ପ୍ରସାରଣ ରୋଡ୍-୨-ପ୍ୟାକେଜ୍ ୩, ନାଙ୍ଗଲୋଇ-ନାଜାଫଗଡ ରୋଡରୁ ଦିଲ୍ଲୀର ସେକ୍ଟର ୨୪ ଦ୍ୱାରିକା ବିଭାଗ ପର୍ଯ୍ୟନ୍ତ। ଏହା ବ୍ୟତୀତ ଲକ୍ଷ୍ନୌ ରିଙ୍ଗ ରୋଡ୍‌ର ତିନୋଟି ପ୍ୟାକେଜ୍ ଉତ୍ତରପ୍ରଦେଶରେ ପ୍ରାୟ ୪,୬୦୦ କୋଟି ମୂଲ୍ୟରେ ବିକଶିତ ହୋଇଛି ଏବଂ ଆନ୍ଧ୍ରପ୍ରଦେଶରେ ଏନ୍‌ଏଚ-୧୬ର ଆନନ୍ଦପୁରମ୍-ପେଣ୍ଡୁରଥୀ-ଆନାକାପଲ୍ଲୀ ବିଭାଗ ପ୍ରାୟ ୨,୯୫୦ କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଥିଲା।

Mar 11, 2024 - 17:04
 2
ଆଜି ଦ୍ୱାରକା ଏକ୍ସପ୍ରେସୱେର  ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ