ଜଳ ଜୀବନ ମିଶନ
ଜଳ ଜୀବନ ମିଶନ
2.08 ଲକ୍ଷ କୋଟି କେନ୍ଦ୍ରୀୟ ବ୍ୟୟ ସହିତ, 15.72 କୋଟିରୁ ଅଧୂକ ଗ୍ରାମୀଣ ପରିବାରକୁ ଟ୍ୟାପ୍ ପାଣି ଯୋଗାଣ
15.72 କୋଟିରୁ ଅଧୂକ ଗ୍ରାମୀଣ ପରିବାରକୁ ବିଶୁଦ୍ଧ ଜଳ ଯୋଗାଣ
2019ରେ ଜଳଜୀବନ ମିଶନର ଶୁଭାରମ୍ଭ ସମୟରେ ଦେଶରେ 3.23 କୋଟି ପରିବାରରେ ଟ୍ୟାପ୍ ଜଳ ସଂଯୋଗ ଥୂଲା, ଇତିମଧ୍ୟରେ ଦେଶର ସବୁଠୁ ଦ୍ରୁତ ଭିତ୍ତିଭୂମି ବିସ୍ତାର ଜରିଆରେ ଅତିରିକୁ 12.48 କୋଟି ପରିବାରକୁ ଟ୍ୟାପ ସଂଯୋଗ ମିଳିଛି
ଏହି ମିଶନ ବାର୍ଷିକ 3 କୋଟି ନିଯୁକ୍ତି ସହ ପ୍ରାୟ 25 ଲକ୍ଷ ମହିଳାଙ୍କୁ କ୍ଷେତ୍ର ପରୀକ୍ଷଣ କିଟ୍ ପ୍ରଶିକ୍ଷଣ ଦେଇଛି
ସ୍ବଚ୍ଛ ଜଳ ଯୋଗାଣ କାରଣରୁ ଦେଶରେ 4 ଲକ୍ଷ ଡାଇରିଆ ମୃତ୍ୟୁ ରୋକାଯାଇପାରିଥିବା ବିଶ୍ବସ୍ବାସ୍ଥ୍ୟ ସଂଗଠନର ଆକଳନ
ପାଣି ସଂଗ୍ରହରେ ବିତାଉଥୂବା ସମୟ ହ୍ରାସ, ଦୈନିକ ପ୍ରାୟ 5.5 କୋଟି ଘଣ୍ଟା ସମୟ ସଞ୍ଚୟ, ମହିଳାଙ୍କ ଉପରେ ପଡ଼ୁଥିବା ତିନି ଚତୁର୍ଥାଂଶ ବୋଝ ହ୍ରାସ
ସାରା ଭାରତରେ 2,843 ଜଳ ପରୀକ୍ଷଣ ପରୀକ୍ଷାଗାରରେ 2025-26 ରେ 38.78 ନମୁନା ପରୀକ୍ଷଣ
ଭାରତରେ ଜଳ ଜୀବନ ମିଶନ ଗୁରୁତ୍ବପୂର୍ଣ୍ଣ ସଫଳତା ହାସଲ କରିଛି। ବର୍ତ୍ତମାନ ସୁଦ୍ଧା ଏହି ମିଶନ ଅଧୀନରେ 81 ପ୍ରତିଶତରୁ ଅଧୂକ ଗ୍ରାମୀଣ ପରିବାରକୁ ସ୍ବଚ୍ଛ ଜଳ ଯୋଗାଣ କରାଯାଇଛି। 22 ଅକ୍ଟୋବର 2025 ସୁଦ୍ଧା 15.72 କୋଟିରୁ ଅଧୂକ ଗ୍ରାମୀଣ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଇଛି। କେନ୍ଦ୍ର ସରକାର ଏହି ମିଶନରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶକୁ କେନ୍ଦ୍ରୀୟ ଅନୁଦାନ ଆକାରରେ 2,08,652 କୋଟି ଟଙ୍କା ଯୋଗାଇ ଦେଇଛନ୍ତି |