ଆଜି ସାବିତ୍ରୀ ବେଶରେ ଦର୍ଶନ ଦେଇଛନ୍ତି ମା ବିରଜା
ଯାଜପୁର : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ବିରଜା। ଆଜି ହେଉଛି ତ୍ରିବେଣୀ ଅମାବାସ୍ୟା। ଆଜି ମା' ବିରଜାଙ୍କ ସ୍ଵନକ୍ଷତ୍ର ଦିବସ । ସାବିତ୍ରୀ ବେଶରେ ଦର୍ଶନ ଦେଇଛନ୍ତି ମା ବିରଜା ।ମାଙ୍କ ଜନ୍ମୋତ୍ସବ ଦିବସରେ ଚଳଚଞ୍ଚଳ ହୋଇପଡିଛି ବିରଜା ପୀଠ । ଏଥିପାଇଁ ସମସ୍ତ ନୀତିକାନ୍ତି କରାଯାଇଛି । ମାଙ୍କ ଜନ୍ମତ୍ସବକୁ ଆଡ଼ମ୍ବରସହ ପାଳନ କରିବା ପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି । ପରମ୍ପରା ଅନୁଯାୟୀ ବଢି ଭୋରୁ ମା'ଙ୍କର ନୀତିକାନ୍ତି ଆରମ୍ଭ ହୋଇଯାଇଛି । ବ୍ରହ୍ମମୁହୂର୍ତ୍ତରୁ ଦେବୀଙ୍କ ନିତ୍ୟସ୍ନାନ ଓ ବେଶ କାର୍ଯ୍ୟ ଆଦି ସମ୍ପନ୍ନ ହୋଇଯାଇଛି । ମାଙ୍କ ସ୍ନାନ ପରେ ମାଙ୍କୁ ସାବିତ୍ରୀ ବେଶରେ ସୁସଜ୍ଜିତ କରାଯାଇଛି । ମାଙ୍କର ଏହି ବେଶ ଅତ୍ୟନ୍ତ ଆକର୍ଷଣୀୟ । ମା'ଙ୍କ ଏହି ବେଶକୁ ଦର୍ଶନ କରିବା ପାଇଁ ବିରଜା ପୀଠରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଛି ।