ପୁଣି ମୁହାଁମୁହିଁ ହେଲେ ଯବାନ-ମାଓବାଦୀ
ନୂଆପଡ଼ା : ପୁଣି ସର୍ଚ୍ଚ ଅପରେସନବେଳେ ମୁହାଁମୁହିଁ ହେଲେ ଯବାନ-ମାଓବାଦୀ । ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ବରକୋଟ ଘାଟିରେ ସର୍ଚ୍ଚ ଅପରେସନ ଚାଲିଥିଲାବେଳେ ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ । କିଛି ସମୟ ପରେ ପରେ ଯବାନ-ମାଓବାଦୀଙ୍କ ମଧ୍ୟ ହେଉଥିବା ଗୁଳି ବିନିମୟର ରୂପ ନେଇଥିଲା । ଘଟଣାରେ ୫ ରାଉଣ୍ଡ ଗୁଳିଚାଳନ ହୋଇଛି । ଗୁଳି ବିନିମୟରେ କୌଣସି କ୍ଷତିର ସୂଚନା ମିଳିନାହିଁ । କିନ୍ତୁ ବର୍ତ୍ତମାନ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ମାଓବାଦୀଙ୍କ ହିଂସାତ୍ମକ କାର୍ଯ୍ୟ ବଢ଼ିବାରେ ଲାଗିଛି । ଓଡ଼ିଶା ସୀମାକୁ ପ୍ରବେଶ କରି ଯବାନଙ୍କ ଉପରକୁ ଗୁଳିଚାଳନ କରୁଛନ୍ତି । ମାଓବାଦୀଙ୍କ ଆତଙ୍କ ବଢ଼ିବାରେ ଲାଗିଛି ।
