ଆରାବଳୀ ହେବ ସମ୍ପୂର୍ଣ ସୁରକ୍ଷିତ...

Dec 25, 2025 - 11:41
 8
ଆରାବଳୀ ହେବ ସମ୍ପୂର୍ଣ ସୁରକ୍ଷିତ...

ଆରାବଳୀ ହେବ ସମ୍ପୂର୍ଣ ସୁରକ୍ଷିତ...

ଦିଲ୍ଲୀରୁ ଗୁଜରାଟ ପର୍ଯ୍ୟନ୍ତ ବ୍ୟାପୀ ରହିଥ‌ିବା ସମ୍ପୂର୍ଣ୍ଣ ଆରାବଳୀ ପର୍ବତମାଳାକୁ ବେଆଇନ ଖଣି ଖନନରୁ ସଂରକ୍ଷଣ ଏବଂ ସୁରକ୍ଷା ଦେବେ କେନ୍ଦ୍ର ସରକାର । ଏ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ବରୂପ, କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଆରାବଳୀରେ କୌଣସି ନୂତନ ଖଣି ଲିଜ୍ ପ୍ରଦାନ ଉପରେ ସମ୍ପୂର୍ଣ ନିଷେଧାଦେଶ ଲାଗୁ କରିବା ପାଇଁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଜାରି କରିଛି।

ଏହି କଟକଣା ସମ୍ପୂର୍ଣ ଆରାବଳୀ ପରିଦୃଶ୍ୟରେ ସମାନ ଭାବରେ ଲାଗୁ ହେବ । ଏହା ପର୍ବତମାଳାର ଅଖଣ୍ଡତାକୁ ଅକ୍ଷୁଣ୍ଣ ରଖୁବା ପାଇଁ ଉଦ୍ଦିଷ୍ଟ। ଗୁଜରାଟରୁ ଜାତୀୟ ରାଜଧାନୀ ଅଞ୍ଚଳ ପର୍ଯ୍ୟନ୍ତ ବିସ୍ତୃତ ଏକ କ୍ରମାଗତ ଭୂତାତ୍ତ୍ଵିକ ପର୍ବତମାଳା ରୂପେ ଆରାବଳୀକୁ ସୁରକ୍ଷା ଦେବା ଏବଂ ସମସ୍ତ ଅନିୟନ୍ତ୍ରିତ ଖଣି କାର୍ଯ୍ୟକଳାପକୁ ବନ୍ଦ କରିବା ଉଦ୍ଦେଶ୍ୟରେ ଏହି ନିଷେଧାଦେଶ ଲାଗୁ କରାଯାଇଛି।

ଏହାବ୍ୟତୀତ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ କେନ୍ଦ୍ର ସରକାରଙ୍କ ଦ୍ବାରା ପୂର୍ବରୁ ଖଣି ପାଇଁ ନିଷିଦ୍ଧ କରାଯାଇଥିବା ଅଞ୍ଚଳ ବ୍ୟତୀତ ପରିବେଶଗତ, ଭୂ-ଭୌତିକ ଏବଂ ଭୂଦୃଶ୍ୟ-ସ୍ତରୀୟ ବିଚାରକୁ ଆଧାର କରି ସମ୍ପୂର୍ଣ ଆରାବଳୀର ଅତିରିକ୍ତ କ୍ଷେତ୍ର/ ଜୋନ୍ ଚିହ୍ନଟ କରିବାକୁ ଇଣ୍ଡିଆନ କାଉନସିଲ୍ ଅଫ୍ ଫରେଷ୍ଟ୍ରୀ ରିସର୍ଚ୍ଚ ଏଣ୍ଡ ଏଜୁକେସନ (ଆଇସିଏଫଆରଇ)କୁ ମଧ୍ଯ ନିର୍ଦ୍ଦେଶ ଦେଇଛି। ଏସବୁ କ୍ଷେତ୍ର/ ଜୋନରେ ଖଣି ଖନନକୁ ସମ୍ପୂର୍ଣ ନିଷେଧ କରାଯିବ ।

ସମ୍ପୂର୍ଣ ଆରାବଳୀ ଅଞ୍ଚଳରେ ଦୀର୍ଘସ୍ଥାୟୀ ଖଣି ପାଇଁ ଏକ ବ୍ୟାପକ, ବିଜ୍ଞାନ-ଆଧାରିତ ପରିଚାଳନା ଯୋଜନା (ଏମପିଏସଏମ) ପ୍ରସ୍ତୁତ କରିବା ସମୟରେ ଆଇସିଏଫଆରଇକୁ ଏହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଯୋଜନାକୁ ବ୍ୟାପକ ଅଂଶୀଦାରଙ୍କ ବିଚାରବିମର୍ଶ ଲାଗି

ସର୍ବସାଧାରଣରେ ଉପସ୍ଥାପନ କରାଯିବା ଏଥ୍ରେ ମୋଟ୍ ପରିବେଶ ପ୍ରଭାବ ଏବଂ ପରିବେଶ ପରିତନ୍ତ୍ରର କ୍ଷମତା ଆକଳନ କରାଯିବ। ଏହା ମଧ୍ୟ ପରିବେଶଗତ ଦୃଷ୍ଟିରୁ ସମ୍ବେଦନଶୀଳ ଏବଂ ସଂରକ୍ଷଣ ଲାଗି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରକୁ ଚିହ୍ନଟ କରିବ ଏବଂ ଆରାବଳୀର ପୁନରୁଦ୍ଧାର ଏବଂ ପୁନର୍ବାସ ନିମନ୍ତେ ଉପାୟ ପ୍ରସ୍ତୁତ କରିବ।

କେନ୍ଦ୍ର ସରକାରଙ୍କ ଏହି ପ୍ରୟାସ ସ୍ଥାନୀୟ ଭୌଗଳିକ ସ୍ଥିତି, ପରିବେଶ ଏବଂ ଜୈବ ବିବିଧତାକୁ ଧ୍ୟାନରେ ରଖ୍ ସମ୍ପୂର୍ଣ୍ଣ ଆରାବଳୀରେ ସୁରକ୍ଷିତ ଏବଂ ଖଣି ଖନନ ପାଇଁ ନିଷିଦ୍ଧ କ୍ଷେତ୍ରଗୁଡ଼ିକର ବିସ୍ତାରକୁ ଆହୁରି ବୃଦ୍ଧି କରିବ।

କେନ୍ଦ୍ର ସରକାର ଏହି ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ଯେ ପୂର୍ବରୁ କାର୍ଯ୍ୟକ୍ଷମ ଥିବା ଖଣିଗୁଡ଼ିକ ପାଇଁ, ସମ୍ପୃକ୍ତ ରାଜ୍ୟ ସରକାରମାନେ ସମସ୍ତ ପରିବେଶ ସୁରକ୍ଷା ନିୟମ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର କଠୋର ଅନୁପାଳନ ନିଶ୍ଚିତ କରିବେ । ପରିବେଶ ସୁରକ୍ଷା ଏବଂ ଦୀର୍ଘସ୍ଥାୟୀ ଖଣି ଖନନ ସୁନିଶ୍ଚିତ କରିବା ପାଇଁ ଅତିରିକ୍ତ ପ୍ରତିବନ୍ଧକ ସହିତ ଜାରି ରହିଥ‌ିବା ଖଣି କାର୍ଯ୍ୟକଳାପକୁ କଠୋର ଭାବରେ ନିୟନ୍ତ୍ରିତ କରିବାକୁ ପଡିବ

ଭାରତ ସରକାର ଆରାବଳୀ ପରିବେଶ ପରିତନ୍ତ୍ରର ଦୀର୍ଘକାଳୀନ ସୁରକ୍ଷା ପ୍ରତି ସମ୍ପୂର୍ଣ ପ୍ରତିବଦ୍ଧ, ମରୁଭୂମି ବିସ୍ତାରକୁ ରୋକିବା, ଜୈବ ବିବିଧତା ସଂରକ୍ଷଣ, ଜଳଭଣ୍ଡାର ପୁନଃଭରଣା ଏବଂ ଏହି ଅଞ୍ଚଳ ପାଇଁ ପରିବେଶଗତ ସେବାରେ ଏହାର ଗୁରୁତ୍ବପୂର୍ଣ ଭୂମିକାକୁ ସ୍ବୀକାର କରୁଛନ୍ତି।