ଉତ୍ତରପ୍ରଦେଶର ରସିଦମଇ ଗାଁରୁ ୩ ନାବାଳିକା ନିଖୋଜ
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ର କୌଶାମ୍ବିର ରସିଦମଇ ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବାପାମା’ ବିଲକୁ କାମ କରିବାକୁ ଯାଇଥିଲେ ଘର ବାହାରେ ଖେଳୁଥିଲେ ୩ ଭଉଣୀ। ମାତ୍ର କାମରୁ ଫେରିବା ପରେ ଆଉ ୩ ଝିଅଙ୍କ ପତ୍ତା ପାଉ ନାହାନ୍ତି ବାପାମା’ । ଚାରିଆଡ଼େ ଖୋଜାଖୋଜି କରି ବି ୩ ଝିଅଙ୍କୁ ଠାବ କରି ପାରୁ ନାହାନ୍ତି। ପୁଲିସ୍ ବି ସେମାନଙ୍କ ଲାପତ୍ତା ହେବାର କାରଣ ଜାଣି ପାରୁନି। ନିଖୋଜ ନାବାଳିକାମାନଙ୍କ ବୟସ ଯଥାକ୍ରମେ ୧୨, ୧୦ ଓ ୬ ବର୍ଷ ବୋଲି ଜଣାପଡ଼ିଛି । ପୁଲିସ୍ ବି ଆସି ଖୋଜାଖୋଜି କରି କୌଣସି ସନ୍ଧାନ ପାଇ ପାରୁନି।ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଚାଞ୍ଚଲ୍ୟ ଖେଳି ଯାଇଛି। ପିଲାମାନେ କୁଆଡ଼େ ଗଲେ ନା କିଏ ଅପହରଣ କରି ନେଇଛି ନା କୌଣସି ଦୁର୍ଘଟଣାର ଶିକାର ହୋଇଛନ୍ତି ସେ ନେଇ କିଛି ସୂଚନା ମିଳି ପାରିନି। ଏହି ଘଟଣାର ତଦନ୍ତ ପାଇଁ ପୁଲିସ୍ ବହୁ ଟିମ୍ ଗଠନ କରିଛି। ଏଥିସହ ଆଖପାଖରେ ଥିବା ସିସିଟିଭି ଫୁଟେଜକୁ ବି ଯାଞ୍ଚ କରୁଛି।