ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଙ୍କ ସେ ଦିନ ଆଉ ଆଜି ଦିନ
ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼ ଗତ ଜୁଲାଇ ୨୨ ରେ ଇସ୍ତଫା ଦେବାର ୪୨ ଦିନ ପରେ ଦେଖାଦେଲେ |
ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବେ ଦକ୍ଷିଣ ଦିଲ୍ଲୀର ଛତରପୁର ଅଞ୍ଚଳରେ ଅଭୟ ଚୌତାଲାଙ୍କ ଫାର୍ମ ହାଉସରେ ରହିବାର ବ୍ୟବସ୍ଥା ହୋଇଛି | ଇସ୍ତଫା ଦେବାର ୪୨ ଦିନ ପରେ ସୋମବାର ସନ୍ଧ୍ୟା ୬ଟାରେ ସେ ତାଙ୍କ (ଉପରାଷ୍ଟ୍ରପତି) ବାସଭବନ ଛାଡିଥିଲେ।
ଇଣ୍ଡିଆନ୍ ନ୍ୟାସନାଲ୍ ଲୋକଦଳ ମୁଖ୍ୟ ଅଭୟ ଚୌତାଲା କହିଛନ୍ତି ଯେ ଧନଖଡ଼ ଜୀଙ୍କ ସହିତ ଆମର ପାରିବାରିକ ପୁରୁଣା ସମ୍ପର୍କ ରହିଛି। ଆମେ ତାଙ୍କୁ ଆମ ଘରେ ରହିବାକୁ ଅନୁରୋଧ କରିଥିଲୁ, ଯେଉଁଥିରେ ସେ ରାଜି ହୋଇଥିଲେ। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଧନଖଡ଼ ମୌସୁମୀ ଅଧିବେଶନର ପ୍ରଥମ ଦିନ ୨୨ ଜୁଲାଇରେ ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ତାଙ୍କୁ କୌଣସି ସ୍ଥାନରେ ସାଧାରଣରେ ଦେଖାଯାଇ ନଥିଲା। ଏହି ସମୟ ମଧ୍ୟରେ ବିରୋଧୀ ଦଳ ଗୃହବନ୍ଦୀ ଭଳି ଅନେକ ଅଭିଯୋଗ ଆଣିଥିଲେ। କପିଲ ଶିବଲ ତାଙ୍କ ନିଖୋଜର କାରଣ ନେଇ ପ୍ରଶ୍ନ ମଧ୍ୟ କରୁଥିଲେ ।
ତଥାପି, ସରକାର ଏହାକୁ ଅସ୍ୱୀକାର କରିଥିଲେ। ଧନଖଡ଼ ଏପର୍ଯ୍ୟନ୍ତ ସଂସଦ ଭବନ ନିକଟସ୍ଥ ଉପରାଷ୍ଟ୍ରପତିଙ୍କ ଏନକ୍ଲେଭରେ ରହୁଥିଲେ।
ତାଙ୍କର କାର୍ଯ୍ୟକାଳ ୧୦ ଅଗଷ୍ଟ, ୨୦୨୭ ପର୍ଯ୍ୟନ୍ତ ଥିଲା। ଦେଶର ପ୍ରଥମ ଉପରାଷ୍ଟ୍ରପତି ଯାହାଙ୍କ ବିରୁଦ୍ଧରେ ମହାଭିଯୋଗ ଅଣାଯାଇଥିଲା । କଂଗ୍ରେସ ସହ ବିରୋଧୀ ନେତାମାନେ ଏହି ଅଭିଯୋଗ ଆଣିଥିଲେ । ଦେଶର ୭୨ ବର୍ଷର ସଂସଦୀୟ ଗଣତନ୍ତ୍ରର ଇତିହାସରେ, ଧନଖଡ଼ ପ୍ରଥମ ରାଜ୍ୟସଭା ଅଧ୍ୟକ୍ଷ ଏବଂ ଉପରାଷ୍ଟ୍ରପତି ଥିଲେ ଯାହାଙ୍କ ବିରୁଦ୍ଧରେ ଡିସେମ୍ବର ୨୦୨୪ରେ ମହାଭିଯୋଗ ପ୍ରସ୍ତାବ ଅଣାଯାଇଥିଲା। ଯାହାକୁ ପରେ ବୈଷୟିକ କାରଣରୁ ପ୍ରତ୍ୟାଖ୍ୟାନ କରାଯାଇଥିଲା।