ଏ ବର୍ଷର ପ୍ରଥମ ପଥ ଉତ୍ସବ...
ଭୁବନେଶ୍ବର: ଆଜି ସକାଳ ୬ଟାରୁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ପଥ ଉତ୍ସବ । ମାଷ୍ଟର୍ କ୍ୟାଣ୍ଟିନ୍ ଛକଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଉପରେ ଦେଖୁବାକୁ ମିଳିଛି ନାଚଗୀତ, ଫ୍ୟାସନ ସୋ, ଜୁମ୍ବା, ସ୍କେଟିଂ, କରାଟେ ଓ ଯୋଗ ର ଝଲକ୍ । ବର୍ଷର ପ୍ରଥମ ପଥ ଉତ୍ସବ ପାଇଁ ରାଜପଥରେ ଯାନବାହନ ଚଳାଚଳ ନିଷିଦ୍ଧ କରାଯାଇଛି। ମାଷ୍ଟର କ୍ୟାଣ୍ଟିନରୁ ରାମ ମନ୍ଦିର ପର୍ଯ୍ୟନ୍ତ କମିଶନରେଟ୍ ପୋଲିସ ପକ୍ଷରୁ ଆଜି ସକାଳ ୧୧ଟା ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବନ୍ଦ ରଖାଯାଇଛି। ଜାନୁଆରୀ ୧୮ ରେ ଜାଗମରା ଓ ଫେବ୍ରୁୟାରୀ ୧ ତାରିଖରେ ଇନଫୋସିଟି ଅଞ୍ଚଳରେ ହେବ ପଥ ଉତ୍ସବ।