୧୫ ତମ ରାଜ୍ୟ ଓଡ଼ିଆ ସ୍ବାଭିମାନ ସମ୍ମିଳନୀ

Jan 4, 2026 - 14:19
 5
୧୫ ତମ ରାଜ୍ୟ ଓଡ଼ିଆ ସ୍ବାଭିମାନ ସମ୍ମିଳନୀ

ଭୁବେଶ୍ବର ୩/୧୨ : କଳା ସଂସ୍କୃତି,ଲୋକ ନୃତ୍ୟ, ଖଣିଜ

ସଂପଦ, ପର୍ଯ୍ୟଟନ ସ୍ଥଳୀ, କୃଷି ଜଙ୍ଗଲ, ସୁଦୀର୍ଘ ବେଳା ଭୂମି ସହ ମାନବ ସମ୍ବଳ ଓଡ଼ିଶା ପ୍ରତି ପ୍ରକୃତି ଓ ଶ୍ରୀ ଜଗନ୍ନାଥ ପ୍ରଭୁ ଙ୍କ ଅମୂଲ୍ୟ ବରଦାନ ।

ଓଡ଼ିଶା ଏକ ସଂସ୍କୃତି ସଂପନ୍ନ, ଐତିହ୍ୟ ବିମଣ୍ଡିତ, ପୁରାଣ ପ୍ରସିଦ୍ଧ ପ୍ରାଚୀନ ଭୂଖଣ୍ଡ I ଅତୀତରେ ଓଡ଼ିଆମାନେ କଳା, ସାହିତ୍ୟ, ସଂସ୍କୃତି, ଭାସ୍କର୍ଯ୍ୟ, ପରାକ୍ରମ ଓ ବଣିଜ କ୍ଷେତ୍ରରେ ସାରା ବିଶ୍ବରେ ସ୍ବତନ୍ତ୍ର ପରିଚୟ ଲାଭକରିଥିଲେ । ଖାରବେଳଙ୍କ ସମୟର ଓଡ଼ିଶା ଓ ପଞ୍ଚଦଶ ଶତାବ୍ଦୀ କପିଳେନ୍ଦ୍ରଦେବଙ୍କ ସମୟର ଓଡ଼ିଶା ସବୁ ଦିଗରୁ ସମୃଦ୍ଧ, ବିତ୍ତଶାଳୀ ଥିଲା । ପରବର୍ତ୍ତୀ ସମୟରେ ଓଡ଼ିଶା ବାହ୍ୟ ଶକ୍ତିଙ୍କ ଦ୍ବାରା ଆକ୍ରମିତ ହେଲା । ୧୫୬୮ ମସିହା ଗୋହିରା ଟିକିରି ଯୁଦ୍ଧରେ ଦ୍ବିତୀୟ ମୁକୁନ୍ଦଦେବ ପରାସ୍ତ ହେଲେ । ଓଡ଼ିଶା ପରାଧୀନ ହେଲା । ପାଖାପାଖୂ ୩୫୦ ବର୍ଷର ପରାଧୀନତା ଓଡ଼ିଆମାନଙ୍କୁ ଶିଳ, ଆଳସ୍ୟ ପରାୟଣ ଓ ପରମୁଖାପେକ୍ଷୀ କରିଦେଲା । ଓଡ଼ିଶା ବିଖଣ୍ଡିତହୋଇଗଲା । ଆମର ଅନେକ ଅଞ୍ଚଳ ପଡ଼ୋଶୀ ରାଜ୍ୟମାନଙ୍କ ଦଖଲକୁ ଚାଲିଗଲା । ଉତ୍କଳ ଗୌରବ ମଧୁସୂଦନ ଦାସ, ବ୍ୟାସକବି ଫକୀରମୋହନ ସେନାପତି,

ରାଜ୍ୟ ସମ୍ମିଳନୀ ରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ।

ମୁଖ୍ୟ ଅତିଥଭାବେ ରବିବାର ବେହେରା ବିଶିଷ୍ଟ ଅତିଥ ଭାବେ ବିଶିଷ୍ଟ ଚଲଚିତ୍ର ଅଭିନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରସାନୁ ନନ୍ଦ, ଜାଭିଆର ଗ୍ରୁପ ବିଦ୍ୟାଳୟ ର ସଭାପତି ଡ ବଦ୍ରିନାଥ ପଟ୍ଟନାୟକ, ମୁମ୍ବାଇ ଓଡ଼ିଆ ମହସଂଘ୍ ସଭାପତି ଡ ବିପିନି ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ପ୍ରତିଷ୍ଠାନ ର ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ସମ୍ମିଳନୀ ର ଅଧ୍ୟକ୍ଷତା କରି ଶତାୟୁ ଓଡ଼ିଶା କୁ ବିଶ୍ବ ଦରବାରରେ ପରିଚିତି କରାଇବା ନିମନ୍ତେ ଦଳ ମତ ଅନୁଷ୍ଠାନ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବାର ସମୟ ଆସିଛି ବୋଲି ମତବ୍ୟକ୍ତ କରିଥିଲେ। ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନ ମାନଙ୍କୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପୁରସ୍କୃତ କରାଯାଇଥିଲା। ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ଦ୍ବାରା ସୁନ୍ଦର୍ ସାଂସ୍କୃତିକ କାର୍ଯ୍ୟକ୍ରମ ଆକର୍ଷଣୀୟ ହୋଇଥିଲା। ରାଜ୍ୟର ବିଭନ୍ନପ୍ରାନ୍ତରୁ ୪୦୦ ରୁ ଉଦ୍ଧ ପ୍ରତିନିଧୂ ଅଂଶ ଗ୍ରହଣ କରିଥିଲେ।