ଏକାକୀ ଲଢିବ ବିଜେପି : ମନମୋହନ ସାମଲ
ଭୁବନେଶ୍ୱର: ସବୁ କଳ୍ପନା ଜଳ୍ପନାର ଘଟିଲା ଅନ୍ତ । ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ଚର୍ଚ୍ଚା ଭିତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏକ ବଡ଼ ସୂଚନା ଦେଇଛନ୍ତି । ବିଜେପି ଏକାକୀ ଲଢ଼ିବ ବୋଲି ସେ କହିଛନ୍ତି । ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେବ ନାହିଁ ବୋଲି ଏକ୍ସ ଜରିଆରେ ସୂଚନା ଦେଇଛନ୍ତି । ତେବେ ଏହା ପୂର୍ବରୁ ସେ ଆକାଶ ସଫା ହୋଇଆସିଲାଣି, ଧୀରେ ଧୀରେ ସ୍ପଷ୍ଟତା ଆସିବ । ଯେବେ ଚୂଡ଼ାନ୍ତ ହେବ ସେ ସମ୍ପର୍କରେ ପ୍ରକାଶ କରାଯିବ । ଧୈର୍ଯ୍ୟ ଧରନ୍ତୁ, ଯାହାର ଧୈର୍ଯ୍ୟ ତା’ର ବିଜୟ ହେବ । ଦଳ ସବୁ ସମୟରେ ପ୍ରସ୍ତୁତ ଅଛି ବୋଲି ମନମୋହନ ସାମଲ କହିଥିଲେ । ପ୍ରକାଶ ଯେ ଗତକାଲି ଦିଲ୍ଲୀରୁ ଫେରିବା ପରେ ବିଜେପି ସଭାପତି ମନମୋହନ ସାମଲ ବିଜେଡି- ବିଜେପି ମେଣ୍ଟ ଚର୍ଚ୍ଚା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ । । ଅମିତ ଶାହ ମେଣ୍ଟ ସମ୍ପର୍କରେ ସୂଚନା ଦେଇ ସାରିଛନ୍ତି । ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ । ଯାହା ନିଷ୍ପତ୍ତି ନିଆଯିବ ତାହା ଜଣାଇ ଦିଆଯିବ ବୋଲି କହିଥିଲେ । ବିଜେପି ସଭାପତି । ସେପଟେ ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କ ନାମ ଖୁବ ଶୀଘ୍ର ଘୋଷଣା ହେବ ବୋଲି କହିଥିଲେ । ବିଜେପି ସଭାପତି । ସେ କହିଥିଲେ ।, " ଅମିତ ଶାହା ପୂର୍ବରୁ ଏନେଇ ସ୍ପଷ୍ଟ କରିଛନ୍ତି । ସେଥିରେ କିଛି ବି ଦ୍ୱନ୍ଦ୍ୱ ନାହିଁ । ଯାହା ନିଷ୍ପତ୍ତି ନିଆଯିବ ଜଣାଇ ଦିଆଯିବ ।"
ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ସସପେନ୍ସରେ ହଟୁନି ପରଦା । ବିଜେଡି ନେତା ଭିକେ ପାଣ୍ଡିଆନ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ ମେଣ୍ଟ ଚର୍ଚ୍ଚାକୁ ଆହୁରି ତେଜିବାରେ ଲାଗିଛି । ତେବେ ନୂଆଦିଲ୍ଲୀରେ ଏକ ଘରୋଇ ଗଣମାଧ୍ୟମର ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ଯୋଗ ଦେଇ ଭିକେ ପାଣ୍ଡିଆନ ମେଣ୍ଟ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିବା ପରେ ଏହି ନିଆଁରେ ଘିଅ ସଦୃଶ୍ୟ ଏହି ଚର୍ଚ୍ଚା ଆହୁରି ଜୋର ଧରିଥିଲା ।