ଏକାମ୍ର ବରିଷ୍ଠ ନାଗରିକ ସଂଘର ବୃକ୍ଷରୋପଣ କାର୍ଯ୍ୟକ୍ରମ...
ଏକାମ୍ର ବରିଷ୍ଠ ନାଗରିକ ସଂଘ ଏବଂ ପ୍ରମେୟ ସମ୍ବାଦପତ୍ର,ସୋଆ ବିଶ୍ବବିଦ୍ୟାଳୟ,ନିୟୁଜ ୭ ର ମିଳିତ ଆନିକୁଲ୍ୟରେ ଗଡକଣ୍ଟୁଣିଆ ,ହୀରାପୁର ଠାରେ ସୁଦର୍ଶନଙ୍କ ଦାରୁପୀଠରେ ନଦୀ କୂଳେ ସୁନ୍ଦର ପରିବେଶରେ ଏକ ଭବ୍ଯ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଗଢି ଉଠିଛି |
ଶ୍ରୀଶ୍ରୀ ପରମବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ର ସଭାପତି ରଣଜିତ ସାହୁ ,ପ୍ରତିଷ୍ଠାତା ସଦସ୍ଯ ଗୟାଧର ଭୋଳ ,ମନ୍ଦିର ଟ୍ରଷ୍ଟ ର ,ଆଜୀବନ ନ୍ୟାସୀ ଅଶୋକସାହୁ , କୋଷାଧ୍ୟକ୍ଷ ମୁଖ୍ୟ ପରଚାଳନାକାରି ଚକ୍ରଧର ନାୟକ,ପ୍ରକୃତି ବନ୍ଧୁ ଦିନବନ୍ଧୁ ଭୋଇ ,ସତୀଶ ମିଶ୍ର ,ରବି ପ୍ରସାଦ ମହାନ୍ତି ଙ୍କ ପ୍ରତ୍ୟକ୍ଷ ସହଯୋଗରେ ପ୍ରମେୟ ସମ୍ବାଦପତ୍ରର ଭୁବନେଶ୍ବର ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର ,ପ୍ରସାରଣ ବିଭାଗର ଡି.ଜି.ଏମ.ଗଜେନ୍ଦ୍ର ଦାସ,ଉତ୍ସବର ଅତିଥି ସଂଗ୍ରାମ କେଶରୀ ପାଇକରାୟ,ବିଶିଷ୍ଟ ସମାଜସେବୀ ପୂର୍ବତନ କର୍ପୋରେଟର ମଳୟ ମହାପାତ୍ର ,କର୍ପୋରେଟର ଅଜିତ ବେହେରା ଏକାମ୍ର ବରିଷ୍ଠ ନାଗରିକ ସଂଘର ଉପଦେଷ୍ଟା ରାଜେନ୍ଦ୍ର ସମର୍ଥା, ସଭାପତି ହୃଷୀକେଶ ତ୍ରିପାଠୀ ,ଉପସଭାପତି ରମାକାନ୍ତ ମହାନ୍ତି, ଅଶୋକ ଆଚାର୍ଯ୍ଯ, ବିମଳ ପଟ୍ଟନାୟକ,ସମ୍ପାଦକ ଧିରେନ ପଟ୍ଟନାୟକ ଯୁଗ୍ମ ସମ୍ପାଦକ ଅଜିତ କୁମାର ବିଶ୍ବାଳ,କୋଷାଧ୍ୟକ୍ଷ ସୁଧାଂଶୁ ମିଶ୍ର,ପ୍ରକୃତି ପ୍ରେମୀ ସହଦେବ ମଲ୍ଲିକ,ଶ୍ରୀମତୀ ଭବାନୀ ପୂଜାପଣ୍ଡା, ପ୍ରଶାନ୍ତ ପ୍ରହରାଜ, ହେମନ୍ତ ପଣ୍ଡା, ଗୌରୀ ପ୍ରସାଦ ମହାନ୍ତି ,ବିଜୟକୁମାର ମଲିଆ, ଅମିତ କୁମାର ମଲିଆ, ଜ୍ଞାନେନ୍ଦ୍ର ପଟ୍ଟନାୟକ, ଗୋପନ ମହାସୁଆର, ଜ୍ଞାନେନ୍ଦ୍ର ବଟୁ ,ଅମ୍ବିକା ଶିଶୁ ଗୋସ୍ୱାମୀ,ନିର୍ମଳ ଦେ ,ଦେବୀ ପ୍ରସାଦ ମହାପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଂଗଠିତ ହୋଇଥିଲା |
ଶତାଧିକ ବରିଷ୍ଠ ନାଗରିକ ସେମାନଙ୍କର ସଂଗଠନର ୟୁନିଫର୍ମ ପିନ୍ଧି ଏଥିରେ ଅଂଶଗ୍ରହଣ କରିଥିଲେ |
ଏହା ଅତ୍ଯନ୍ତ ଚିତାକର୍ଷକ ଲାଗୁଥିଲା ସମସ୍ତେ ବୃକ୍ଷ ହିଁ ଜୀବନ ଏହାର ବିନା ଜୀବଜଗତ ଅସମ୍ଭବ |
ଚାରା ଲଗାଅ, ଜୀବନ ବଞ୍ଚାଅ, ପରିବେଶର ସୁରକ୍ଷା ,,ଜଳବାୟୁ ପରିବର୍ତ୍ତନ ର ମୁକାବିଲା ,ଏବଂ ପାଣିପାଗର ସନ୍ତୁଳନ ରକ୍ଷା ନିମନ୍ତେ ବୃକ୍ଷରୋପଣ କରି ଏକ ସବୁଜ ବଳୟ ସୃଷ୍ଟି କରିବା ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ଯ ବୋଲି କହିଥିଲେ |
ଏଥିରେ ପିଜୁଳି,ସପେଟା, ତେଜପତ୍ର,ଚନ୍ଦନ ,ଲିଚୁ,ଅଶୋକାଟଗର,ଜୁଈ ତୁଳସୀ,ପ୍ରଭୁତି ୬୦ରୁ ଉର୍ଦ୍ଧ୍ବ ଗଛ ଲଗାଇଥିଲେ |
ଏହାକୁ ତାର ଜାଲିରେ ଆବଦ୍ଧ କରିବାପାଇଁ ପ୍ରତିଶୃତି ଦିଆଯାଇଥିଲା .
ପରିବେଶର ସୁରକ୍ଷା ପାଇଁ ବରିଷ୍ଠ ନାଗରିକମାନେ ବିଭିନ୍ନ ସ୍ଲୋଗାନ ଦେଇ ଏକ ଜନସଚେତନତା ସୃଷ୍ଟି କରିଥିଲେ
ପାଗର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଏଭଳି ସୁନ୍ଦର ଆୟୋଜନ ସମସ୍ତ ଙ୍କୁ ଅଭିଭୂତ କରିଥିଲା ଶେଷରେ ସମସ୍ତଙ୍କୁ ଠାକୁରଙ୍କ ପ୍ରସାଦରେ ଆପ୍ୟାୟିତ କରାଯାଇଥିଲା