ଏକାମ୍ର ବରିଷ୍ଠ ନାଗରିକ ସଂଘର ମେଗା ସ୍ୱାସ୍ଥ୍ୟ ସେବା ଶିବିର...

Jul 25, 2026 - 20:06
 108
ଏକାମ୍ର ବରିଷ୍ଠ ନାଗରିକ ସଂଘର  ମେଗା ସ୍ୱାସ୍ଥ୍ୟ ସେବା ଶିବିର...

ଏକାମ୍ର ବରିଷ୍ଠ ନାଗରିକ ସଂଘ ଏବଂ କଳିଙ୍ଗ ହସ୍ପିଟାଲର ମିଳିତ ସହଯୋଗର ନାଗରିକ ସଂଘ କାର୍ଯ୍ୟାଳୟ ଶାସନପଡିଆ ଠାରେ ଏକ ମେଗା ସ୍ୱାସ୍ଥ୍ୟ ସେବା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି |

ଏହି ଶିବିରକୁ ଭୁବନେଶ୍ବର ମହାନଗର ନିଗମ ଡାକ୍ତରଖାନାର ଚିଫ ମେଡିକାଲ ଅଫିସର ସିଦ୍ଧାର୍ଥ ଶେଖର ରାୟ ,ବରିଷ୍ଠ ଡାକ୍ତର ଜୀବନ କୃଷ୍ନ ମିଶ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ |

ଏଥିରେ ସଭାପତିତ୍ବ କରି ସଂଗଠନର କାର୍ଯ୍ୟକାରି ସଭାପତି ଡଃ ନୀତିରଞନ ଚାନ୍ଦ,

ବରିଷ୍ଠ ନାଗରିକ ମାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ଯୋଗୁ ସଂଗଠନ ଚିନ୍ତିତ |

ବିଭିନ୍ନ ଡାକ୍ତରଖାନାର ଅଭିଜ୍ଞ ଡାକ୍ତରମାନେ ସେମାନଙ୍କର ଚିକିତ୍ସା ପାଇଁ ଆଗେଇ ଆସିବା ଉଚିତ ବୋଲି ବକ୍ତବ୍ଯ ରଖିଥିଲେ |

ଉପଦେଷ୍ଟା ରାଜେନ୍ଦ୍ର ସମର୍ଥା, ବରିଷ୍ଠ ନାଗରିକ ମାନଙ୍କୁ ସହଜ ସୁଲଭ ମୂଲ୍ୟରେ ଚିକିତ୍ସା ସୁବିଧା ଯୋଗାଇ ଦେବା ଉଚିତ ବୋଲି କହି ଡାକ୍ତରଖାନାର କର୍ତୃପକ୍ଷ ମାନେ ଏଥିପାଇଁ ସ୍ଵତନ୍ତ୍ର ପ୍ୟାକେଜ ମାନ ଘୋଷଣା କରିବା ଉଚିତ ବୋଲି କହିଥିଲେ | 

ସମ୍ପାଦକ ଧିରେନ ପଟ୍ଟନାୟକ ବାର୍ଦ୍ଧକ୍ୟ ଜନିତ କାରଣରୁ ବହୁ ବରିଷ୍ଠ ନାଗରିକ ଚିକିତ୍ସା ସୁବିଧାରୁ ବଞ୍ଚିତ ହେଉଥିଲା ବେଳେ ସେମାନେ ଏହି ସ୍ୱାସ୍ଥ୍ୟ ଶିବିରରୁ ଭରପୁର ଫାଇଦା ଉଠାଇ ପାରିବେ ବୋଲି ଆଶା ବ୍ୟକ୍ତ କରିଥିଲେ |

କଳିଙ୍ଗ ହସ୍ପିଟାଲର ସ୍ନାୟୁ ବିଭାଗର ଅଭିଜ୍ଞ ଡାକ୍ତର ଏଚ,ଏନ.ପ୍ରହରାଜ, ପେଟ ରୋଗ ବିଶେଷଜ୍ଞ ଡାକ୍ତର ବି.ପି.ପରିଡା , ୟୁରୋଲଜି ବିଭାଗର ଡାକ୍ତର ଏ.ପାଢୀ , ଓ ଭେଷଜ ବିଭାଗର ଡାକ୍ତର ଜେ.ଏନ.ମିଶ୍ର ଏବଂ ବହୁ ନର୍ସ, ଲାବୋରେଟରୀ ଟେକନିସିଆନ,ଫାର୍ମାସିଷ୍ଟ ପ୍ରଭୁତି ଯୋଗଦେଇ ଡାଇବେଟିସ,ବି.ପି. ପଲମୋନାରୀ ପ୍ରଭୁତି ପରୀକ୍ଷା କରିଥିଲେ |

ପ୍ରବଳବର୍ଷା ସତ୍ତ୍ୱେ ବହୁ ବରିଷ୍ଠ ନାଗରିକ ଏଥିରେ ଅଂଶଗ୍ରହଣ କରି ଡାକ୍ତରମାନଙ୍କର ଆବଶ୍ୟକିୟ ପରାମର୍ଶ ନେଇଥିଲେ | 

ସ୍ଥାନୀୟ ପୋଲିସ ବରିଷ୍ଠନାଗରିକ ମାନଙ୍କର ସହାୟତାପାଇଁ ଆନୁସଙ୍ଗିକ ସବୁ ସୁବିଧା ,ସୁଯୋଗ ଯୋଗାଇ ଦେଇଥିଲେ |

ସଂଗଠନ ତରଫରୁ ଶିବିରକୁ ପରିଚାଳନା କରିଥିଲେ ଅଶୋକ ଆଚାର୍ଯ୍ଯ, ରମାକାନ୍ତମହାନ୍ତି, ପ୍ରଦୀପ କୁମାର ପାତ୍ର, ଚକ୍ରଧର ମହାରଣା,ରୁଦ୍ର ପ୍ରସାଦ ମହାପାତ୍ର, ସକଳେଶ୍ୱର ପଟ୍ଟନାୟକ, ରବି ପ୍ରସାଦ ମହାନ୍ତି ,ପ୍ରଶାନ୍ତ ପ୍ରହରାଜ,ପ୍ରଶାନ୍ତ ମହାପାତ୍ର, ବିଜୟ କୁମାର ମଲିଆ,ସତ୍ଯବ୍ରତ ନନ୍ଦ, ଗୌରୀପ୍ରସାଦ ମହାନ୍ତି, ଜ୍ଞାନେନ୍ଦ୍ର ପଟ୍ଟନାୟକ,ଗୌର ମୋହନ ଦାଶ,ହେମନ୍ତ ପଣ୍ଡା, ପ୍ରମୁଖ ପରିଚାଳନା କରିଥିଲେ .