ସମ୍ବଲପୁରରେ 'ଡପ୍ଲାର ୱେଦର ରାଡାର' ଉଦ୍ଘାଟନ..
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁରରେ ଉଦଘାଟନ କଲେ 'ଡାପଲର ୱେଦର ରାଡାର' |
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଉପସ୍ଥିତ ଥିଲେ।
ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ମଧ୍ୟ ଉଦ୍ଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସହଯୋଗ ପାଇଁ କୃତଜ୍ଞତା ଜଣାଇଲେ।
ବିପର୍ଯ୍ୟୟ ମୁକାବିଲା ନେଇ ଆଗୁଆ ସୂଚନା ମିଳିବା ଅଧିକ ସହଜ ହେବ କହିଲେ ମୁଖ୍ୟମନ୍ତ୍ରୀ।
ବର୍ଷା, କାଳବୈଶାଖୀ, ବଜ୍ରପାତ ଓ କୁଆପଥାର ବର୍ଷା ନେଇ ପୂର୍ବାନୁମାନରେ ଖୁବ ସହାୟକ ହେବ ଏହି 'ଡପ୍ଲାର ୱେଦର ରାଡାର'।