ଏହି କାରଣ ଯୋଗୁ ଭାରତ ଠାରୁ ସହାୟତା ଲୋଡ଼ିଲା ନେପାଳ
ନୂଆଦିଲ୍ଲୀ: ମାଙ୍କଡ଼ ଆତଙ୍କରେ ଆତଙ୍କିତ ନେପାଳବାସୀ । ଯାହା ଏବେ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଏହି ସମସ୍ୟାର ସମାଧାନ ପାଇଁ ଭାରତଗସ୍ତରେ ଆସିବେ ନେପାଳୀ ସାଂସଦ ଏବଂ ଡାକ୍ତରଙ୍କ ଏକ ଦଳ । ଏହି ଦଳ ଭାରତରେ କିପରି ମାଙ୍କଡ଼ ସଂଖ୍ୟାକୁ ନିୟନ୍ତ୍ରଣ କରାଯାଉଛି ତାହା ଅଧ୍ୟୟନ କରିବ । ଖବର ଅନୁଯାୟୀ, ଏହି ଗସ୍ତ ପୂର୍ବରୁ କୃଷି, ସମବାୟ ଏବଂ ପ୍ରାକୃତିକ ସମ୍ପଦ କମିଟିର ସଦସ୍ୟମାନେ ବିଧାନସଭାରେ ‘ମାଙ୍କଡ଼ ଆତଙ୍କ’ ପ୍ରସଙ୍ଗ ଉଠାଇଥିଲେ। ନିୟନ୍ତ୍ରଣ ପଦକ୍ଷେପଗୁଡ଼ିକର ଆବଶ୍ୟକତା ଉପରେ ସଦସ୍ୟମାନେ ଗୁରୁତ୍ୱାରୋପ କରିଥିଲେ। ତେବେ ଏହି ମାମଲାରେ ଭାରତ ସରକାର ନେପାଳକୁ ସାହାଯ୍ୟ କରିବେ ବୋଲି କୁହାଯାଇଛି। ଏହି ଟିମ୍ ଦଶ ଜଣ ପ୍ରାଣୀ ଚିକିତ୍ସକ ଏବଂ ପାଞ୍ଚ ଜଣ ବନ ରେଞ୍ଜରଙ୍କ ସହ ହିମାଚଳ ପ୍ରଦେଶ ଗସ୍ତରେ ଯାଇ ମାଙ୍କଡ଼ ସଂଖ୍ୟାକୁ ନିୟନ୍ତ୍ରଣ କରିବା ବିଷୟରେ ଅଧ୍ୟୟନ କରିବେ।