ବନ୍ଧକ ନାବାଳିକା ତେଲେଙ୍ଗାନାରୁ ଉଦ୍ଧାର

ପାଟଣାଗଡ: ଇଟାଭାଟିରେ ବନ୍ଧକ ପଡିଥିବା ନାବାଳିକା ଉଦ୍ଧାର ହୋଇଥିବା ସୂଚନା ରହିଛି । ତେଲେଙ୍ଗାନାରୁ ଉଦ୍ଧାର କଲା ବେଲପଡା ଥାନା ପୋଲିସ । ବୟାନ ରେକର୍ଡ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ନେଇ ସୂଚନା ରହିଛି । ଇଟାଭାଟି ମାଲିକଙ୍କଠାରୁ ୮୦ ହଜାର ବଇନା ନେଇଥିଲେ ପରିବାର ଲୋକେ । ଅସୁସ୍ଥ ହେବାରୁ ଘରକୁ ଫେରି ଆସିଥିଲେ ନାବାଳିକାଙ୍କ ବାପା । ଘରେ ପହଂଚିବା ପରେ ନାବାଳିକାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା । ଇଟାଭାଟି ମାଲିକ ନାବଳିକା ଝିଅକୁ ବନ୍ଧକ ରଖିଥିଲେ । ୫୦ ହଜାର ଟଙ୍କା ଦେଇଥିଲେ ବି ନାବାଳିକାକୁ ଛାଡନଥିଲେ ।

Feb 6, 2024 - 19:08
 5
ବନ୍ଧକ ନାବାଳିକା ତେଲେଙ୍ଗାନାରୁ ଉଦ୍ଧାର