ଓଡ଼ିଶା ପାଳିବ ବିଜେପି ସରକାରର ଦୁଇ ବର୍ଷ ଫୁର୍ତ୍ତି...
ଓଡ଼ିଶାରେ ବିଜେପି ସରକାର ଆସନ୍ତା ଜୁନ ୧୨ ତାରିଖ ଦିନ ଦ୍ୱିତୀୟ ବର୍ଷ ପୂ୍ର୍ତ୍ତି କରିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାରର ଏ ପର୍ଯ୍ୟନ୍ତ ଯାତ୍ରା, କାର୍ଯ୍ୟଦକ୍ଷତା, ସଫଳତା, ଓ ବିଫଳତାକୁ ନେଇ ରାଜନୈତିକ ମହଲରେ ଆଲୋଚନା ଓ ସମୀକ୍ଷା ଜୋର ଧରିଛି ।
୨୦୨୪ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଦିଆଯାଇଥିବା ଅନେକ ପ୍ରତିଶ୍ରୁତିକୁ ସରକାର ପୂରଣ କରିବାରେ ସଫଳ ହୋଇଛନ୍ତି ।
ପୁରୀ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ବୟସ୍କ ନାଗରିକଙ୍କ ସାମାଜିକ ସୁରକ୍ଷା ଭତ୍ତା ବୃଦ୍ଧି, ମହିଳାମାନଙ୍କ ପାଇଁ ‘ସୁଭଦ୍ରା ଯୋଜନା’ର ଆରମ୍ଭ ଏବଂ ୮୦ ବର୍ଷରୁ ଅଧିକ ବୟସ୍କଙ୍କ ପେନସନ ୩ ହଜାର ୫୦୦ ଟଙ୍କାକୁ ବୃଦ୍ଧି ଭଳି ପଦକ୍ଷେପ ସରକାରଙ୍କ ପ୍ରମୁଖ ସଫଳତା ଭାବେ ଗଣାଯାଉଛି ।
ତେବେ ଏହି ସଫଳତା ସତ୍ତ୍ୱେ କେତେକ କ୍ଷେତ୍ରରେ ସରକାରଙ୍କ କାର୍ଯ୍ୟଦକ୍ଷତା ପ୍ରଶ୍ନର ସମ୍ମୁଖୀନ ହୋଇଛି ।
ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜମି, ବାଲି ଓ ପଥର ମାଫିଆଙ୍କ ସକ୍ରିୟତା ଏବଂ ସଂଗଠିତ ଅପରାଧୀ ଗୋଷ୍ଠୀଙ୍କ ପ୍ରଭାବ ଏପର୍ଯ୍ୟନ୍ତ ଜାରି ରହିଥିବା ନେଇ ସାଧାରଣ ମହଲରେ ଆଲୋଚନା ହେଉଛି ।
ପୂର୍ବ ସରକାର ଅମଳରେ ପ୍ରଭାବଶାଳୀ ଥିବା କିଛି ଗୋଷ୍ଠୀ ଏବେ ମଧ୍ୟ ସୁରକ୍ଷା ପାଉଥିବା ଅଭିଯୋଗ ରାଜନୈତିକ ଭାବେ ସରକାରଙ୍କ ପାଇଁ ଅସ୍ୱସ୍ତିକର ପରିସ୍ଥିତି ସୃଷ୍ଟି କରୁଛି ।