ଓଡ଼ିଶାରେ ଅପ୍ରେଲରୁ ମଇ ମାସରେ ମାସେ ବ୍ୟାପୀ ଗୃହ ତାଲିକା ଏବଂ ଗୃହ ଗଣନା କାର୍ଯ୍ୟ

Jan 8, 2026 - 14:13
 5
ଓଡ଼ିଶାରେ ଅପ୍ରେଲରୁ ମଇ ମାସରେ ମାସେ ବ୍ୟାପୀ ଗୃହ ତାଲିକା ଏବଂ ଗୃହ ଗଣନା କାର୍ଯ୍ୟ

ଓଡ଼ିଶାରେ ଅପ୍ରେଲରୁ ମଇ ମାସରେ ମାସେ ବ୍ୟାପୀ ଗୃହ ତାଲିକା ଏବଂ ଗୃହ ଗଣନା କାର୍ଯ୍ୟ

୨୦୨୭ ଫେବୃୟାରୀ ୯ରୁ ୨୮ ପର୍ଯ୍ୟନ୍ତ ହେବ ଜନ ଗଣନା

ରାଜ୍ୟସ୍ତରୀୟ ଜନଗଣନା ସମନ୍ବୟ କମିଟି ବୈଠକ ଆଜି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂଙ୍କ ଅଧ୍ଯକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଗିରୀଶ ଏସ୍.ଏନ ଙ୍କ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ପଦାଧୂକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ । ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶାର ନିର୍ଦ୍ଦେଶକ ଶ୍ରୀ ନିଶୂଳ ପୱନ କଲ୍ୟାଣ ଓଡ଼ିଶାରେ ଜନଗଣନା ପ୍ରସ୍ତୁତି ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।

ବୈଠକରୁ ଜଣାଯାଇଛି ଯେ, ଦେଶରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଘର ତାଲିକା ଓ ଗୃହ ଗଣନା ଆରମ୍ଭ ହେବ । ସାରା ଦେଶରେ ଏପ୍ରିଲରୁ ସେପ୍ଟେମ୍ବର ୨୦୨୬ ମଧ୍ୟରେ ଏହି ପର୍ଯ୍ୟାୟ ଗଣନା ଅନୁଷ୍ଠିତ ହେବ । ବିଭିନ୍ନ ରାଜ୍ୟମାନେ ନିଜର ସୁବିଧା ଅନୁସାରେ ୩୦ ଦିନ ମଧ୍ୟରେ ଏହି ମାସ ମଧ୍ଯରେ ଗୃହ ତାଲିକା ଓ ଘର ଗଣନା କରିପାରିବା ନେଇ ନିର୍ଦ୍ଦେଶ ରହିଥ‌ିବା ବେଳେ ଓଡ଼ିଶାରେ ଏପ୍ରିଲରୁ ମେ ମାସ ମଧ୍ୟରେ ଗୃହ ତାଲିକା ଓ ଗୃହ ଗଣନା କରାଯିବା ନେଇ ଆଜିର ରାଜ୍ୟସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୨୦୨୭ ଫେବୃୟାରୀ ମାସ

୯ ରୁ ୨୮ ତାରିଖ ପର୍ଯ୍ୟନ୍ତ ଜନ ଗଣନା ଅନୁଷ୍ଠିତ ହେବ ଏବଂ – ମାଚ୍ଚ ୧ ରୁ ୫ ପର୍ଯ୍ୟନ୍ତ ପୁନଃ ଅବଲୋକନ (ରିଭିଜନାଲ ରାଉଣ୍ଡ) ଅନୁଷ୍ଠିତ ହେବା ନେଇ ନିର୍ଦ୍ଧାରିତ ରହିଥ‌ିବା ବୈଠକରେ ସୂଚନା ଦିଆଯାଇଛି ।

ଏଥିପାଇଁ ଓଡ଼ିଶାରେ ଜନଗଣନା ନିର୍ଦ୍ଦେଶାଳୟ ତରଫରୁ ପ୍ରସ୍ତୁତି ଜାରି ରହିଛି । ଆଜି ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକରେ ଉନ୍ନୟନ କମିଶନର ଶ୍ରୀ ସିଂ କହିଛନ୍ତି ଯେ ଦୀର୍ଘ ବର୍ଷ ପରେ ଜନଗଣନା ହେବାକୁ ଯାଉଛି । ଏହି ଜାତୀୟ ଏବଂ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମକୁ ଯେପରି ନିର୍ଭୁଲ ଏବଂ ସଠିକ୍ ଭାବରେ କରା‌ଯିବ, ସେଥ‌ିପାଇଁ ସହଯୋଗ କରିବାକୁ ସେ ସଂପୂକୁ ସବୁ ବିଭାଗଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।

ଆଲୋଚନା ଅନୁସାରେ ଗତ ୩୧ ଡିସେମ୍ବର,୨୦୨୫ ପର୍ଯ୍ୟନ୍ତ ଘୋଷିତ ହୋଇଥିବା ନିର୍ଦ୍ଦେଶିତ ଅଂଚଳ ବ୍ୟତୀତ ଏହି ଜନଗଣନା ସମୟରେ ନୂଆ ଗାଁ, ନୂଆ ସହର, ଗାଁ ସହରରେ ମିଶିବା ଭଳି ସୀମା ପୁନଃ ନିର୍ଦ୍ଧାରଣ କାର୍ଯ୍ୟ ହେବନାହିଁ । ଜନଗଣନା କାର୍ଯ୍ୟର ସୁସମ୍ପାଦନ ପାଇଁ ଜାତୀୟ ସ୍ତରରେ ରେଜିଷ୍ଟ୍ରାର ଜେନେରାଲ ଓ ଜନଗଣନା ଆୟୁକ୍ତି ଥ‌ିବା ବେଳେ ରାଜ୍ୟସ୍ତରରେ ମୁଖ୍ୟ ଶାସନ ସଚିବ ରାଜ୍ୟ ନୋଡାଲ ଅଧୁକାରୀ ଓ ଏବଂ ଜିଲ୍ଲାସ୍ତରରେ ଜିଲ୍ଲାପାଳମାନେ ଜିଲ୍ଲାର ଏବଂ ମହାନଗର ନିଗମ ଅଂଚଳରେ ମ୍ୟୁନିସିପାଲ କମିଶନରମାନେ ପ୍ରମୁଖ ଜନଗଣନା ଅଧୂକାରୀ ଭାବେ ନିୟୋଜିତ ରହିବେ । ଉପଖଣ୍ଡ ବା ସହରାଂଚଳରେ ତହସିଲଦାର ଓ ଡେପୁଟୀ କମିଶନରମାନେ ଚାର୍ଜ ଅଧୂକାରୀ ଭାବେ କାର୍ଯ୍ୟ କରିବେ । ଶିକ୍ଷକ, ରାଜ୍ୟ ସରକାର ଏବଂ ସ୍ଥାନୀୟ ସ୍ବାୟତ୍ତଶାସନ ସଂସ୍ଥାର ଅନ୍ୟ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଜନଗଣନାକାରୀ (ଏନ୍ୟୁମେରେଟର) ଏବଂ ସୁପରଭାଇଜର ଦାୟିତ୍ୱ ତୁଲାଇବେ । ଏଥ୍ ପାଇଁ ଜନଗଣନାକାରୀ, ସୁପରଭାଇଜର, ରାଜ୍ୟ, ଜିଲ୍ଲା, ମହାନଗର ନିଗମ ଓ ଚାର୍ଜ ଅଧୂକାରୀଙ୍କ ପାଇଁ ପାରିତୋଷିକ ଏବଂ ଜନ ଗଣନା କାର୍ଯ୍ୟରେ ପ୍ରଯୁକ୍ତିବିଦ୍ୟା ସହାୟତା ପାଇଁ ଆର୍ଥକ ବ୍ୟବସ୍ଥା ରହିଛି ।

ବିଭିନ୍ନ ପ୍ରକାର ବିଜ୍ଞାପ୍ତି ପ୍ରକାଶନ ନେଇ ରାଜସ୍ବ ବିଭାଗ ସମନ୍ବୟ କାର୍ଯ୍ୟ କରିବ । ଜନଗଣନାକାରୀ ଓ ସୁପରଭାଇଜର ତାଲିକା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସହରାଞ୍ଚଳ ସଂପର୍କିତ ବିଜ୍ଞପ୍ତି ନେଇ ଗୃହ ନିର୍ମାଣ ଓଁ ନଗର ଉନ୍ନୟନ ବିଭାଗ ସମେତ ଅନ୍ୟ ସଂପୂକୁ ବିଭାଗମାନେ ସହଯୋଗ କରିବେ । ଓଡ଼ିଆ ବା ଇଂରାଜୀ ଭାଷାରେ ଜନଗଣନାକାରୀମାନେ ଜନସାଧାରଣଙ୍କର ସୁବିଧା ଅନୁସାରେ ତଥ୍ୟ ଅନୁର୍ଭୁକ୍ତ କରିବେ । ଜନଗଣନା ପାଇଁ ପୂର୍ବରୁ ମାଷ୍ଟର ଟ୍ରେନର ଏବଂ କ୍ଷେତ୍ରସ୍ତରୀୟ ପ୍ରଶିକ୍ଷଣକଙ୍କ ପାଇଁ ବ୍ୟାପକ ପ୍ରଶିକ୍ଷଣ ଦିଆଯିବ । ଜନଗଣନା ବ୍ୟବସ୍ଥା ସଂପର୍କରେ ପୂର୍ବରୁ ବ୍ୟାପକ ସୂଚନା, ଶିକ୍ଷା ଓ ଯୋଗାଯୋଗ କରାଯିବ । ଜନ ଗଣନାରେ କାଗଜ ପତ୍ରରେ ଫର୍ମ ପୂରଣ କରି ତଥ୍ୟ ନିଆଯିବା ବଦଳରେ ମୋବାଇଲ ଆପ୍ ତଥା କମ୍ପ୍ୟୁଟରୀକରଣ ବା ଡିଜିଟାଲ ବ୍ୟବସ୍ଥାରେ ତଥ୍ୟ ସଂଗ୍ରହ କରାଯିବା ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା ।