ଓଡ଼ିଶାରେ ଖୁବ ଶୀଘ୍ର ଲାଗୁ ହୋଇପାରେ "ନୂଆ ଅପରାଧିକ ଆଇନ I

Jul 29, 2025 - 18:21
Jul 30, 2025 - 15:07
 27
ଓଡ଼ିଶାରେ ଖୁବ ଶୀଘ୍ର ଲାଗୁ ହୋଇପାରେ "ନୂଆ ଅପରାଧିକ  ଆଇନ I

ରାଜ୍ୟରେ ବଢ଼ୁଛି ଅପରାଧ , 
ସାମ୍ନାକୁ ଆସୁଛି ଚୋରି, ନାରୀ ନିର୍ଯାତନା ମାମଲା । ଅପରାଧ ପ୍ରବଣର ଅପବାଦରେ ଓଡିଶା ବେଳକୁ ବେଳ ଭାରାକ୍ରାନ୍ତ ହୋଇ ପଡୁଛି ।
ଅପରାଧୀଙ୍କୁ ଦମନ ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଆହ୍ବାନ ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ |

ଓଡ଼ିଶା ପାଇଁ ଆସୁ ‘ଓଡ଼ିଶା ଗ୍ୟାଙ୍ଗଷ୍ଟର୍ସ ଓ ଅସାମାଜିକ ଗତିବିଧି ଆଇନ୍‌ ’ ।

ମୁଖ୍ୟମନ୍ତ୍ରୀଙ୍କୁ ଉପବାଚସ୍ପତିଙ୍କ ପ୍ରସ୍ତାବ , ଓଡ଼ିଶାରେ ଆସୁ ଉତ୍ତର ପ୍ରଦେଶ ଷ୍ଟାଇଲ୍‌ ଆଇନ୍‌ । 
ସେ କହିଛନ୍ତି , ଅପରାଧୀଙ୍କୁ ଦମନ ପାଇଁ ଅଣ୍ଟା ଭିଡ଼ନ୍ତୁ ସରକାର । ରାଜ୍ୟରେ ବଢ଼ୁଛି ଅପରାଧ , ସାମ୍ନାକୁ ଆସୁଛି ଚୋରି, ନାରୀ ନିର୍ଯାତନା ମାମଲା ।
ଓଡ଼ିଶା ପାଇଁ ଆସୁ ‘ଓଡ଼ିଶା ଗ୍ୟାଙ୍ଗଷ୍ଟର୍ସ ଓ ଅସାମାଜିକ ଗତିବିଧି ଆଇନ୍‌ ’ । 


ସେ ଆହୁରି ମଧ୍ୟ କହିଛନ୍ତି ଅପରାଧ ଦମନ ପ୍ରସ୍ତାବରେ କଡ଼ା ଦଣ୍ଡବିଧାନ ଓ ସମ୍ପତ୍ତି ଜବରଦଖଲର ଭୟ ରଖାଯାଉ । 
ବଡ଼ ବଡ଼ ନେତା, ଅର୍ଥ ଲଗାଉଥିବା ବ୍ୟକ୍ତିବିଶେଷଙ୍କୁ ଦମନ କରାଯାଉ ଅପରାଧଶ୍ରେଣୀୟ ଗୋଷ୍ଠୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରିବାକୁ ନିୟମ ଆସୁ । ଏହା ସହ ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ କଡ଼ା ଆଇନକାନୁନ୍‌ ଲାଗୁ ହେବା ଦରକାର ବୋଲି ସେ ପ୍ରସ୍ତାବ ରଖିଛନ୍ତି

‘ଓଡ଼ିଶା ଅପରାଧିକ ଆଇନ " ବ୍ୟବସ୍ଥା ରେ କେଉଁ ଦିଗ ସବୁ ରହିବ ?

ସଂଗଠିତ ଅପରାଧୀ ଗୋଷ୍ଠୀର ଗଠନ ଓ ଆପରାଧିକ ଗତିବିଧି ଉପରେ ଲାଗିବ ଲଗାମ
ଗ୍ୟାଙ୍ଗ୍‌ଷ୍ଟର ଓ ଗୁଣ୍ଡାଙ୍କ ପ୍ରଭାବଶାଳୀ ମକଦ୍ଦମା ଏବଂ ନିବାରଣ ସୁନିଶ୍ଚିତ କରାଯିବ
ଏକ କେନ୍ଦ୍ରୀଭୂତ ଆଇନଗତ ଢାଞ୍ଚା ମାଧ୍ୟମରେ ଜନତାଙ୍କ ଶାନ୍ତି, ସୁରକ୍ଷା ଓ ସମ୍ପତ୍ତିକୁ ସୁନିଶ୍ଚିତ ହେବ
ସମ୍ପତ୍ତି ବାଜ୍ୟାପ୍ତି ସହ ତ୍ବରିତ ପ୍ରତିରୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ 
ଗ୍ୟାଙ୍ଗ୍‌ ନେଟ୍‌ୱର୍କକୁ ଚିହ୍ନଟ କରି ନିଷ୍କ୍ରିୟ କରିବା ପାଇଁ ସ୍ବତନ୍ତ୍ର ଆଇନ୍‌ ଲାଗୁ ହେବ
ଆର୍ଥିକ ପ୍ରୋତ୍ସାହନ ଦିଗରେ ଗ୍ୟାଙ୍ଗ୍‌ଷ୍ଟରଙ୍କ ସମ୍ପତ୍ତି ବାଜ୍ୟାପ୍ତି
ଅଭ୍ୟାସଗତ ଗୁଣ୍ଡାଙ୍କ ବିରୋଧରେ ନିବାରଣମୂଳକ ପଦକ୍ଷେପ
ତୁରିତ ବିଚାର ପାଇଁ ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା କରିବା