"ଜରୁରୀ କାଳୀନ ସହାୟତା କେନ୍ଦ୍ର" ERSS ର ଆଧୁନିକିକରଣ ଦିଗରେ ତୁରିତ ପଦକ୍ଷେପ I

Jul 29, 2025 - 17:27
Jul 29, 2025 - 17:34
 13
"ଜରୁରୀ କାଳୀନ ସହାୟତା କେନ୍ଦ୍ର" ERSS ର ଆଧୁନିକିକରଣ ଦିଗରେ ତୁରିତ ପଦକ୍ଷେପ I

ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଏବଂ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ  ମଞ୍ଚେଶ୍ୱର ସ୍ଥିତ ଜରୁରୀ କାଳୀନ ସହାୟତା କେନ୍ଦ୍ର (ERSS)( ଡାଏଲ-112)କୁ ଗସ୍ତ କରି ଏହାର କାର୍ଯ୍ୟକାରିତା, ପରିଚାଳନା ଏବଂ ଆଧୁନିକୀକରଣ ସମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରିଛନ୍ତି।  ସମସ୍ୟାରେ ପଡ଼ିଥିବା ସାଧାରଣ ଲୋକଙ୍କୁ ଅଳ୍ପ ସମୟ ମଧ୍ୟରେ ତ୍ୱରିତ ସେବା ଯୋଗାଇ ଦେବା ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଗୁରୁତ୍ୱାରୋପ କରିଛନ୍ତି। ଏଥି ନିମନ୍ତେ ଉପଯୁକ୍ତ ମାନବ ସମ୍ବଳ, ଅଧିକ ଜରୁରୀ କାଳୀନ ସହାୟତା ଯାନ ଏବଂ ଅତ୍ୟାଧୁନିକ ଯନ୍ତ୍ରପାତିରେ ଯାନ ଗୁଡିକୁ ସୁସଜ୍ଜିତ କରାଯାଇ   ERSSକୁ ଅଧିକ ସଶକ୍ତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ ବିଭାଗଗୁଡିକରେ ନିୟୋଜିତ ଥିବା ଜରୁରୀ କାଳୀନ ଯାନ ଗୁଡିକୁ ମଧ୍ୟ ERSS ସହ ସଂଯୋଗ କରିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ |
ଖୁବ ଶୀଘ୍ର 409ଟି ଜରୁରୀ କାଳୀନ ଯାନକୁ ଭଡା ସୂତ୍ରରେ ଆଣି ERSS କାର୍ଯ୍ୟରେ ନିୟୋଜିତ କରିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।ମୋବାଇଲ ଡାଟା ଟର୍ମିନାଲ, ସ୍ମାର୍ଟ ଫୋନ, ଜିପିଏସ ଭଳି ଅତ୍ୟାଧୁନିକ ଯନ୍ତ୍ରପାତିକୁ ଜରୁରୀ କାଳୀନ ଯାନରେ ଲଗାଯାଇ ERSS ବ୍ୟବସ୍ଥାକୁ ସଶକ୍ତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି।