ଓଡିଶା ଅବସରପ୍ରାପ୍ତ କର୍ମଚାରୀସଙ୍ଘ ର ଚେତାବନୀ...

Apr 12, 2026 - 10:16
 19
ଓଡିଶା ଅବସରପ୍ରାପ୍ତ କର୍ମଚାରୀସଙ୍ଘ ର ଚେତାବନୀ...

ପେନ୍‌ସନ ଦିଅ ନଚେତ୍ ଆନ୍ଦୋଳନ

ମାନ୍ୟବର ଟ୍ରିବୁନାଲ୍ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଆଦେଶକ୍ରମେ ତା ୧ ୨.୦୪.୧୯୯୩ରିଖ ପୂର୍ବରୁ କାର୍ଯ୍ୟରତ ଡିଏନ୍ସିଆର, ଏଏମ୍‌ଆର ଓ ଠିକା କର୍ମଚାରୀଙ୍କୁ ଖାଲିଥିବା ପଦପଦବୀରେ ସ୍ଥାୟୀ ନିଯୁକ୍ତି ଦେବା ନିମନ୍ତେ ଅର୍ଥବିଭାଗ ତା ୧୫.୫.୧୯୯୭ ରିଖରେ ଏକ ସଂକଳ୍ପ ପ୍ରଣୟନ କରିଥିବାର ସରକାରଙ୍କ ନଜିର ଅଛି କି

ତା ୧୫.୦୫.୧୯୯୭ ରିଖ ପ୍ରଣୀତ ରେଜୋଲ୍ୟୁସନ ଅନୁଯାୟୀ ଡିଏଲ୍‌ଆର, ଏନ୍‌ଏମ୍‌ଆର ଓ ଠିକା କର୍ମଚାରୀଙ୍କୁ ଶୂନ୍ୟ ପଦପଦବୀରେ ସ୍ଥାୟୀ ନିଯୁକ୍ତି ଦେବା ନିମନ୍ତେ ସରକାର ମାନ୍ୟବର କୋର୍ଟରେ ଯେଉଁ ସତ୍ୟପାଠ ଦାଖଲ କରିଥିଲେ, ୧୯୯୮ ଓ ୧୯୯୯ ମସିହାରେ ୭୫ ପ୍ରତିଶତ ଗ୍ରୁପ୍ ‘ସି’ ଓ ଗ୍ରୁପ୍ ‘ଡି’ ଭିତ୍ତିକ ବିଭିନ୍ନ ପଦପଦବୀ ଉଚ୍ଛେଦ କରି ପ୍ରଣିତ ରେଜୋଲ୍ୟୁସନ୍ ଓ ସତ୍ୟପାଠ ପ୍ରତି ସରକାର ଅବମାନନା କରିନାହାନ୍ତି କି ?

ରେଜୋଲ୍ୟୁସନ୍ ପ୍ରକାଶ ହେବାର ଆଠ ବର୍ଷ ପରେ ଡିଏଲ୍‌ଆର କର୍ମଚାରୀମାନଙ୍କର ପଦକ୍ରମ ତାଲିକା ଘୋଷଣା କରାଯିବା ସରକାରଙ୍କ ଗୁରୁତର ଅବହେଳା ନୁହେଁ କି ?

ସରକାର ରିଜୋଲ୍ୟୁସନ୍ ଅନୁସାରେ ଡିଏଲ୍‌ଆର କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତିରେ ଅବସ୍ଥାପିତ କରିବା ପରିବର୍ଭେ ୧୩ ବର୍ଷ ପରେ ଅର୍ଥାତ୍ ୨୦୧୧ ମସିହାରେ ୱାର୍କଚାର୍ଜଡ୍‌କୁ ରୂପାନ୍ତରିତ କରାଯିବା ଭୁଲ୍ ନିଷ୍ପରି ନୁହେଁ କି ?

ସରକାର ରେଜୋଲ୍ୟୁସନ୍ ଅନୁସାରେ ବିଳମ୍ବରେ ହେଲେ ବି ଯେଉଁ କର୍ମଚାରୀମାନେ ସ୍ଥାୟୀ ନିଯୁକ୍ତି ପାଇ ଅବସର ନେଇଛନ୍ତି, ସେମାନଙ୍କୁ ପେନ୍‌ସନ୍ ନଦେବା ଉକ୍ତ ରିଜୋଲ୍ୟୁସନ୍ ପ୍ରତି ଅବମାନନା କରୁନାହାନ୍ତି କି ?

ମାନ୍ୟବର ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଆଦେଶ ଓ କୋର୍ଟ ଅବମାନନା ମକଦ୍ଦମାର ସମ୍ମୁଖୀନ ହୋଇ ସରକାର ଯେଉଁମାନଙ୍କୁ OCS(P) Rule 1992 ଅନୁସାରେ ପେନ୍‌ସନ୍ ଦେଇଛନ୍ତି, ଅନ୍ୟ ଅବସରପ୍ରାପ୍ତ କର୍ମଚାରୀଙ୍କ ପ୍ରତି ପେନ୍‌ସନ୍ ଲାଗୁ କରିବା ନ୍ୟାୟୋଚିତ ପଦକ୍ଷେପ ହେବ ନାହିଁକି ?

ଉପରୋକ୍ତ କର୍ମଚାରୀମାନେ ୩୫-୪୦ ବର୍ଷ ସେବାଦାନ କରିଥିବା ଦୃଷ୍ଟିରୁ ତା ୧୫.୦୫.୧୯୯୭ ରିଖ ରେଜୋଲ୍ୟୁସନ୍ ଅନୁସାରେ ସେବା ଯୋଗ୍ୟତା ଆଧାରରେ ଅବସରପ୍ରାପ୍ତ ଓ୍ବାର୍କଚାର୍ଜଡ୍ ଓ ନିୟମିତ କର୍ମଚାରୀଙ୍କୁ OCS (P) Rule 1992 ଅନୁସାରେ ପେନ୍‌ସନ୍ ପ୍ରଦାନ କରାଯିବା ସରକାରଙ୍କ ପକ୍ଷେ ଉଚିତ୍ ପଦକ୍ଷେପ ହେବନାହିଁ କି ?

ଆଲୋଚନାଚକ୍ର କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ, ଆଇନ୍ ପରାମର୍ଶଦାତା ଲକ୍ଷ୍ମୀଧର ନାୟକ ଓ ଅନ୍ୟ ପ୍ରମୁଖ ଶିକ୍ଷାବିତ୍‌ମାନେ ଅଂଶଗ୍ରହଣ କରି ବକ୍ତବ୍ୟ ରଖୁଥିଲେ । ସଂଘର ସଭାପତି ଅରୁଣ କେଶରୀ ପରିଡ଼ା ସଭା ପରିଚାଳନା କରିଥିଲେ। ସାଧାରଣ ସମ୍ପାଦକ ଗଗନ ଭଞ୍ଜ ବିବରଣୀ ପାଟ କରିଥିଲେ ।୨୫ଟି ଜିଲ୍ଲାର ପ୍ରତିନିଧୂମାନେ ସାଧାରଣ ପରିଷଦ ବୈଠକରେ ଉପସ୍ଥିତ ଥିଲେ । ଭାଗ୍ୟରଥ୍ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।