ଓଡିଶା କର୍ମଜୀଵୀ ସାମ୍ବାଦିକ ସଙ୍ଘର ଭୁବନେଶ୍ୱର ଶାଖା ପୁନର୍ଗଠନ..

Sep 14, 2026 - 12:56
Sep 14, 2026 - 12:58
 33
ଓଡିଶା କର୍ମଜୀଵୀ ସାମ୍ବାଦିକ ସଙ୍ଘର ଭୁବନେଶ୍ୱର ଶାଖା ପୁନର୍ଗଠନ..

OUWJ ଭୁବନେଶ୍ୱର ତରଫରୁ ଏକ ଜରୁରୀ ବୈଠକ ପୁରୁଣା ଭୁବନେଶ୍ୱରସ୍ଥ କାର୍ଯ୍ୟାଳୟରେ ସମ୍ପାଦକଙ୍କ ଦ୍ୱାରା ଆହୁତ ହୋଇଥିଲା |

ଏହି ବୈଠକ ସଭାପତି ଅଜିତ ସାହାଣୀଙ୍କ ସଭାପତିତ୍ୱରେ ପରିଚାଳିତ ହୋଇଥିଲା |

ଏହି ବୈଠକରେ ରାଜ୍ୟ ସଭାପତି ସୁଜ୍ଞାନ ଚୌଧୁରୀଙ୍କୁ ଉତ୍ତରୀ ଦେଇ ସମ୍ମାନିତ କରାଯାଇଥିବା ଵେକେ ଭୁବନେଶ୍ୱର ଶାଖାର ପୁନର୍ଗଠନ ହୋଇଥିଲା |

ନୂତନ ସଭ୍ୟ ଭାବେ ତ୍ରିଲୋଚନ ମିଶ୍ର, ନବ କିଶୋର ସୁବୁଦ୍ଧି,ଦିଲୀପ କୁମାର ବିଶ୍ୱାଳଙ୍କୁ ସଂଗଠନରେ ଗ୍ରହଣ କରାଯାଇଥିଲା |

ପୁନର୍ଗଠନ ରେ ସଭାପତି - ଅଜିତ ସାହାଣୀ, ଉପସଭାପତି - ବିଜୟ କୁମାର ପ୍ରଧାନ, ସମ୍ପାଦକ - ପ୍ରକାଶ ଚନ୍ଦ୍ର ସାହୁ, ସହ ସମ୍ପାଦକ - ଦିଲୀପ କୁମାର ବିଶ୍ୱାଳ , କୋଷାଧକ୍ଷ - ପ୍ରମୋଦ କୁମାର ନାୟକ, ସହ କୋଷାଧକ୍ଷ - ନବ କିଶୋର ସୁବୁଦ୍ଧି, କାର୍ଯ୍ୟକାରୀ ସଦସ୍ୟ ଭାବେ ତ୍ରିଲୋଚନ ମିଶ୍ରଙ୍କ ନାମକୁ ସାଧାରଣ ଭାବେ ଘୋଷଣା କରାଯାଇଥିଲା |

ମୋଟ ୨୫ ଜଣ ସଭ୍ୟଙ୍କ ସହମତି ରେ ଶାଖା ପୁନର୍ଗଠନ କୁ ସାର୍ବଜନୀନ କରାଗଲା ବୋଲି ରାଜ୍ୟ ସଭାପତି ଶ୍ରୀଯୁକ୍ତ ସୁଜ୍ଞାନ ଚୌଧୁରୀ ସ୍ୱୀକୃତି ପ୍ରଦାନ କରିଥିଲେ |

ଆଗାମୀ କାର୍ଯ୍ୟକ୍ରମ ଭାବେ ଖୁଵ ଶୀଘ୍ର ସଙ୍ଘର ଗ୍ରୁପ ଇନ୍ସୁରାନ୍ସ (ବୀମା) କରିବା ସହିତ ରାଜ୍ୟ I & P ର ନିର୍ଦେଶକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା |