ଓଷ୍ଟା ର ନୂତନ କର୍ମକର୍ତ୍ତା ନିର୍ବାଚିତ

ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ( ଓଷ୍ଟା) ରାଉରକେଲା ସିଟି ଜୋନ୍ ତରଫରୁ ବିଭିନ୍ନ ଦାବି ସହ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସେକ୍ଟର ୨୦ ସ୍ଥିତ କୋଏଲ ବିଦ୍ୟାପୀଠ ଠାରେ ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ନାୟକଙ୍କ ଆବାହକତ୍ୱ ଓ ସିଟି ଜୋନ୍ ସମ୍ପାଦକ ଅରୁଣ କୁମାର ସ୍ବାଇଁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିଶିର କୁମାର ପାଣି ଅଧ୍ୟକ୍ଷତା ଓ ସୁନ୍ଦରଗଡ ଜିଲ୍ଲାର ଉପଦେଷ୍ଟା ବ୍ରଜେନ୍ଦ୍ର ଦାଶ ଓ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ କମଳାକାନ୍ତ ରାଉତ ପ୍ରମୁଖ ମଞ୍ଚାସୀନ ରହି ଆଗାମୀ ୧୧ ଓ ୧୨ ତାରିଖରେ ଭୁବନେଶ୍ୱର ଠାରେ ହେବାକୁଥିବା ସଂକଳ୍ପ ସମାବେଶ ସମ୍ପର୍କରେ ଆଲୋଚନା କରିଥିଲେ।