କଳ୍କି ଧାମ ଭାରତୀୟ ବିଶ୍ଵାସର ଅନ୍ୟ ଏକ ମହାନ କେନ୍ଦ୍ର ଭାବରେ ଉଭା ହେବ : ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ସମ୍ଭାଲଠାରେ ଶ୍ରୀ କଲ୍‌କୀ ଧାମ୍‌ ମନ୍ଦିରର ଶିଳାନ୍ୟାସ କରିଛନ୍ତି । ଉତ୍ତରପ୍ରଦେଶର ସମ୍ୱଲରେ କଳ୍କି ଧାମର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆଜି ଉତ୍ତରପ୍ରଦେଶର ମାଟିରୁ ଭକ୍ତି ଓ ଆଧ୍ୟାତ୍ମିକତାର ଆଉ ଏକ ସ୍ରୋତ ପ୍ରବାହିତ ହେଉଛି। ଆଜି ଅନ୍ୟ ଏକ ପବିତ୍ର ସ୍ଥାନର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଛି। ମୋତେ ଭବ୍ୟ କଳ୍କି ଧାମର ମୂଳଦୁଆ ପକାଇବାର ସୌଭାଗ୍ୟ ମିଳିଛି | ମୋର ବିଶ୍ୱାସ ଅଛି ଯେ, କଳ୍କି ଧାମ ଭାରତୀୟ ବିଶ୍ଵାସର ଅନ୍ୟ ଏକ ମହାନ କେନ୍ଦ୍ର ଭାବରେ ଉଭା ହେବ। ଆଜିର ଭାରତ ବିକାଶ ପଥରେ ଦ୍ରୁତ ଗତିରେ ଆଗକୁ ବଢୁଛି। ଉତ୍ତରପ୍ରଦେଶର ସମ୍ୱଲରେ ଶ୍ରୀ କଳ୍କି ଧାମ ମନ୍ଦିରର ମୂଳଦୁଆ ପକାଇବା ସମାରୋହର ଅଂଶ ଗ୍ରହଣ କରିବା ସୌଭାଗ୍ୟର କଥା । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, କଳିଯୁଗରେ ଯଦି ସୁଦାମା ଶ୍ରୀ କୃଷ୍ଣଙ୍କୁ ଚାଉଳ ଦେଇଥାନ୍ତେ ତେବେ ତାଙ୍କ ଭିଡିଓ ମଧ୍ୟ ଭାଇରାଲ ହୋଇଥାନ୍ତା । ଏହି ମାମଲାକୁ ନେଇ ସୁପ୍ରିମକୋର୍ଟରେ ମଧ୍ୟ ଏଲ ପିଟିସନ ଜାରି ହୋଇଥାଆନ୍ତା । ଯେଉଁଥିରେ ଭଗବାନ କୃଷ୍ଣଙ୍କ ଉପରେ ଭ୍ରଷ୍ଟାଚାରର ଆରୋପ ଲାଗିଥାଆନ୍ତା ଏବଂ ଏକ ନିର୍ଦ୍ଦେଶ ଜାରି କରାଯାଇଥାନ୍ତା ।

କଳ୍କି ଧାମ ଭାରତୀୟ ବିଶ୍ଵାସର ଅନ୍ୟ ଏକ ମହାନ କେନ୍ଦ୍ର ଭାବରେ ଉଭା ହେବ : ପ୍ରଧାନମନ୍ତ୍ରୀ