କେନ୍ଦ୍ର ବଜେଟ୍ ୨୦୨୬ ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ

Feb 2, 2026 - 08:03
 7
କେନ୍ଦ୍ର ବଜେଟ୍ ୨୦୨୬ ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ

କେନ୍ଦ୍ର ବଜେଟ୍ ୨୦୨୬ ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ

୨୦୪୭ ମସିହା ସୁଦ୍ଧା ଏକ ବିକଶିତ ଭାରତ ଦିଗରେ ଆମ ଯାତ୍ରାର ମୂଳଦୁଆ ହେଉଛି ଏହି ବଜେଟ୍: ପ୍ରଧାନମନ୍ତ୍ରୀ

ଚଳିତ ବର୍ଷର ବଜେଟ୍ ଭାରତର ସଂସ୍କାର ଏକ୍ସପ୍ରେସକୁ ନୂତନ ଶକ୍ତି ଏବଂ ଗତି ପ୍ରଦାନ କରିବ: ପ୍ରଧାନମନ୍ତ୍ରୀ

ଭାରତ କେବଳ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ହୋଇ ସନ୍ତୁଷ୍ଟ ନୁହେଁ; ଭାରତ ବିଶ୍ବର ତୃତୀୟ ସର୍ବବୃହତ୍ ଅର୍ଥବ୍ୟବସ୍ଥା ହେବାକୁ ଚାହୁଁଛି: ପ୍ରଧାନମନ୍ତ୍ରୀ

ଚଳିତ ବର୍ଷର ବଜେଟ୍ ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ପଦକ୍ଷେପକୁ ନୂତନ ଗତି ଦେବା ପାଇଁ ଏକ ଉଚ୍ଚାଭିଳାଷୀ ରୋଡମ୍ୟାପ୍ ଉପସ୍ଥାପନ କରିଛି: ପ୍ରଧାନମନ୍ତ୍ରୀ

ଚଳିତ ବର୍ଷର ବଜେଟରେ ଏମ୍. ଏସ୍. ଏମ୍. ଇ. ଗୁଡ଼ିକୁ ଯେଉଁ ସମର୍ଥନ ମିଳିଛି, ତାହା ସେମାନଙ୍କୁ ସ୍ଥାନୀୟରୁ ବିଶ୍ୱସ୍ତରୀୟ ହେବା ଦିଗରେ ନୂତନ ଶକ୍ତି ପ୍ରଦାନ କରିବ: ପ୍ରଧାନମନ୍ତ୍ରୀ

ଚଳିତ ବର୍ଷର ବଜେଟରେ ଯୁବ ଶକ୍ତିଙ୍କ ପାଇଁ କରାଯାଇଥ‌ିବା ବ୍ୟବସ୍ଥା ବିଭିନ୍ନ କ୍ଷେତ୍ରରେ ନେତୃତ୍ବ, ଉଦ୍ଭାବକ ଏବଂ ସୃଷ୍ଟିକର୍ତ୍ତାଙ୍କୁ ପ୍ରୋତ୍ସାହିତ କରିବ: ପ୍ରଧାନମନ୍ତ୍ରୀ

ଚଳିତ ବର୍ଷର ବଜେଟରେ ମହିଳାମାନଙ୍କ ଦ୍ବାରା ପରିଚାଳିତ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକର ଏକ ଆଧୁନିକ ଇକୋସିଷ୍ଟମକୁ ପ୍ରାଥମିକତା ଦିଆଯାଇଛି, ଏହାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଘରେ ସମୃଦ୍ଧି ପହଞ୍ଚିବା

ସୁନିଶ୍ଚିତ କରିବା: ପ୍ରଧାନମନ୍ତ୍ରୀ

ଏହି ବଜେଟ୍ ମହତ୍ବାକାଂକ୍ଷୀ ଏବଂ ଦେଶର ଆକାଂକ୍ଷାକୁ ପୂରଣ କରୁଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ଷା ମାଧ୍ୟମରେ କେନ୍ଦ୍ର ବଜେଟ୍ ୨୦୨୬ ଉପରେ ନିଜର ମନୁବ୍ୟ ରଖୁଛନ୍ତି । ଏହି ଅବସରରେ ଉଦ‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ବଜେଟ୍ ଐତିହାସିକ ଏବଂ ଏହା ଦେଶର ମହିଳାମାନଙ୍କ ସଶକୁ ମନୋବଳକୁ ପ୍ରତିଫଳିତ କରୁଛି। ସେ ଉଲ୍ଲେଖ କରିଥିଲେ ଯେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଜଣେ ମହିଳା ଅର୍ଥମନ୍ତ୍ରୀ ଭାବେ କ୍ରମାଗତ ନବମ ଥର ପାଇଁ ଦେଶର ବଜେଟ୍ ଉପସ୍ଥାପନ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ବଜେଟ୍ ଅପାର ସୁଯୋଗର ଏକ ପ୍ରଶସ୍ତ ପଥ ଯାହା ବର୍ତ୍ତମାନର ସ୍ବପ୍ନକୁ ପୂରଣ କରିବ ଏବଂ ଭାରତର ଉଜ୍ଜ୍ଵଳ ଭବିଷ୍ୟତର ମୂଳଦୁଆକୁ ସୁଦୃଢ଼ କରିବ । ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ୨୦୪୭ ମସିହା ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ଦିଗରେ ଭାରତର ଉଚ୍ଚ ଉଡାଣର ଆଧାର ଭାବେ ଏହି ବଜେଟ୍ କାର୍ଯ୍ୟ କରୁଛି।

ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଯେଉଁ ସଂସ୍କାର ଏକ୍ସପ୍ରେସରେ ଭାରତ ଯାତ୍ରା କରୁଛି, ତାହା ଏହି ବଜେଟ୍ ମାଧ୍ୟମରେ ନୂତନ ଶକ୍ତି ଏବଂ ନୂତନ ଗତି ହାସଲ କରିବ। ସେ ରେଖାଙ୍କିତ କରିଥିଲେ ଯେ ଗ୍ରହଣ କରାଯାଇଥିବା ପଥପ୍ରଦର୍ଶକ ସଂସ୍କାର ଭାରତର ଆକାଂକ୍ଷୀ, ସାହସୀ ଏବଂ ପ୍ରତିଭାବାନ ଯୁବକମାନଙ୍କୁ ଉଡ଼ାଣ ପାଇଁ ଏକ ଖୋଲା ଆକାଶ ପ୍ରଦାନ କରିଥାଏ। ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ବଜେଟ ବିଶ୍ବାସ ଆଧାରିତ ଶାସନ ଏବଂ ମାନବ କୈନ୍ଦ୍ରିକ ଆର୍ଥିକ ଢାଞ୍ଚାକୁ ସାକାର କରିଛି। ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରି କହିଥିଲେ ଯେ ଏହା ଏକ ଅନନ୍ୟ ବଜେଟ୍, ଯାହା ବିତ୍ତୀୟ ନିଅଣ୍ଡ ହ୍ରାସ କରିବା ଏବଂ ମୁଦ୍ରାସ୍କୃତି ନିୟନ୍ତ୍ରଣ ଉପରେ ଧ୍ୟାନ କେନ୍ଦ୍ରିତ କରିବା ସହିତ ଉଚ୍ଚ ପୁଞ୍ଜି ବ୍ୟୟ ଏବଂ ଉଚ୍ଚ ଅଭିବୃଦ୍ଧି ସୁନିଶ୍ଚିତ କରୁଛି।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଏହି ବଜେଟ୍ ଭାରତର ବୈଶ୍ବିକ ଭୂମିକାକୁ ପୁଣିଥରେ ସୁଦୃଢ଼ କରିଛି। ସେ ଉଲ୍ଲେଖ କରିଥିଲେ ଯେ ଭାରତର ୧୪୦ କୋଟି ନାଗରିକ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ହୋଇଥିବାରୁ ସନ୍ତୁଷ୍ଟ ନୁହଁନ୍ତି ଏବଂ ଦେଶ ଖୁବ୍ ଶୀଘ୍ର ବିଶ୍ବର ତୃତୀୟ ସର୍ବବୃହତ୍ ଅର୍ଥବ୍ୟବସ୍ଥା ହେବାକୁ ସଂକଳ୍ପବଦ୍ଧ । ଏହା ଲକ୍ଷ ଲକ୍ଷ ଭାରତୀୟଙ୍କ ସାମୂହିକ ସଂକଳ୍ପ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ବିଶ୍ଵସ୍ତ ଗଣତାନ୍ତ୍ରିକ ଅଂଶୀଦାର ଏବଂ ବିଶ୍ବସୁ ଗୁଣବତ୍ତା ଯୋଗାଣକାରୀ ଭାବେ ଭାରତର ଭୂମିକା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସେ ରେଖାଙ୍କିତ କରିଥିଲେ ଯେ ନିକଟରେ ଭାରତ ଦ୍ବାରା କରାଯାଇଥିବା ପ୍ରମୁଖ ବାଣିଜ୍ୟ ଚୁକ୍ତିଗୁଡ଼ିକ ଦେଶର ଯୁବକମାନଙ୍କ ପାଇଁ ଏବଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ ପାଇଁ ସର୍ବାଧ‌ିକ ଲାଭ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ କରାଯାଇଛି ଏବଂ ଏହି ଦିଗରେ ଆଗକୁ ବଢ଼ିବା ପାଇଁ ବଜେଟରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି।

'ମେକ୍ ଇନ୍ ଇଣ୍ଡିଆ ' ଏବଂ ' ଆତ୍ମନିର୍ଭର ଭାରତ' ଅଭିଯାନକୁ ତ୍ବରାନ୍ବିତ କରିବା ଲାଗି ବଜେଟରେ ଏକ ମହତ୍ବାକାଂକ୍ଷୀ ରୋଡମ୍ୟାପ୍ ଉପସ୍ଥାପିତ ହୋଇଛି ବୋଲି ଗୁରୁତ୍ବାରୋପ କରି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ 'ବାୟୋଫାର୍ମା ଶକ୍ତି ମିଶନ', 'ସେମିକଣ୍ଡକ୍ଟର ମିଶନ ୨.୦', 'ଇଲେକ୍ଟ୍ରୋନିକ୍ କମ୍ପାନେଣ୍ଡସ୍ ମାନୁଫାକ୍ଟରିଂ ସ୍କିମ୍ ', 'ରେୟାର ଆର୍ଥ କରିଡର' ନିର୍ମାଣ, ଗୁରୁତ୍ଵପୂର୍ଣ୍ଣ ଖଣିଜ କ୍ଷେତ୍ରକୁ ସୁଦୃଢ଼ କରିବା, ବୟନ ଶିଳ୍ପ କ୍ଷେତ୍ରରେ ନୂତନ ଯୋଜନା, ଉଚ୍ଚ-ବୈଷୟିକ ଉପକରଣ ଉତ୍ପାଦନକୁ ପ୍ରୋତ୍ସାହନ, ଏବଂ ଚାମ୍ପିଅନ୍ ଏମ୍.ଏସ୍.ଏମ୍.ଇ. ଗୁଡ଼ିକର ପ୍ରସ୍ତୁତି ଭଳି ଉଦୀୟମାନ କ୍ଷେତ୍ରଗୁଡ଼ିକୁ ଅଭୂତପୂର୍ବ ସହାୟତା ପ୍ରଦାନ କରାଯାଇଛି, ଯାହା ଦେଶର ଉଭୟ ବର୍ତ୍ତମାନର ଏବଂ ଭବିଷ୍ୟତର ଆବଶ୍ୟକତାକୁ ପୂରଣ କରିଥାଏ। ପ୍ରଧାନମନ୍ତ୍ରୀ କହିଥିଲେ ଯେ କ୍ଷୁଦ୍ର ଏବଂ କୁଟୀର ଶିଳ୍ପ ସମେତ ଏମ୍.ଏସ୍.ଏମ୍.ଇ. ଗୁଡ଼ିକୁ ଦିଆଯାଇଥିବା ସହାୟତା ସେମାନଙ୍କୁ ସ୍ଥାନୀୟରୁ ବୈଶ୍ବିକ ସ୍ତରକୁ ଯିବାରେ ସଶକ୍ତ କରିବ।