ଦିବ୍ୟାଙ୍ଗମାନଙ୍କ ପାଇଁ ଆଧୁନିକ ରିଟେଲ୍ ଶୈଳୀର କେନ୍ଦ୍ର ଭାବରେ ‘ଆସିଷ୍ଟିଭ୍ ଟେକ୍ନୋଲୋଜି ମାର୍ଟ' ସ୍ଥାପନ କରିବା ପାଇଁ ‘ଦିବ୍ୟାଙ୍ଗ ସହାରା ଯୋଜନା

Feb 2, 2026 - 08:02
 8
ଦିବ୍ୟାଙ୍ଗମାନଙ୍କ ପାଇଁ ଆଧୁନିକ ରିଟେଲ୍ ଶୈଳୀର କେନ୍ଦ୍ର ଭାବରେ ‘ଆସିଷ୍ଟିଭ୍ ଟେକ୍ନୋଲୋଜି ମାର୍ଟ' ସ୍ଥାପନ କରିବା ପାଇଁ ‘ଦିବ୍ୟାଙ୍ଗ ସହାରା ଯୋଜନା

ଦିବ୍ୟାଙ୍ଗମାନଙ୍କ ପାଇଁ ଆଧୁନିକ ରିଟେଲ୍ ଶୈଳୀର କେନ୍ଦ୍ର ଭାବରେ ‘ଆସିଷ୍ଟିଭ୍ ଟେକ୍ନୋଲୋଜି ମାର୍ଟ' ସ୍ଥାପନ କରିବା ପାଇଁ ‘ଦିବ୍ୟାଙ୍ଗ ସହାରା ଯୋଜନା’

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ କେନ୍ଦ୍ରୀୟ ୟ ବଜେଟ୍ ୨୦୨୬-୨୦୨୭ ଉପସ୍ଥାପନ କରି ଦିବ୍ୟାଙ୍ଗମାନଙ୍କ ପାଇଁ ଦୁଇଟି ଗୁରୁତ୍ବପୂର୍ଣ୍ଣ ଯୋଜନା ଘୋଷଣା ଷଣା କରିଛନ୍ତି। ସେ କହିଛନ୍ତି ‘ସବକା ସାଥ୍‌, ସବକା ବିକାଶ'ର ସଂକଳ୍ପକୁ ଆଗକୁ ନେବା ଲାଗି ପ୍ରତ୍ୟେକ ପରିବାର, ସମ୍ପ୍ରଦାୟ, ସମ୍ପ୍ର ଅଞ୍ଚଳ ଏବଂ କ୍ଷେତ୍ର ଯେପରି ସମ୍ପଦ, ସୁବିଧା ଏବଂ ସାର୍ଥକ ଅଂଶଗ୍ରହଣ ପାଇଁ ସୁଯୋଗ ପାଇପାରିବେ ତାହା ନିଶ୍ଚିତ କରିବା ଲାଗି ଏହି ଯୋଜନା ସ‌ହ‌ଯୋଗୀ ହେବ।

ଘୋଷଣା କରାଯାଇଥିବା ଯୋଜନାଗୁଡ଼ିକ ଭିତରେ ପ୍ରଥମଟି ହେଉଛି ଦିବ୍ୟାଙ୍ଗ କୌଶଳ ଯୋଜନା। ସୂଚନା ଓ ପ୍ରଯୁକ୍ତି ବିଦ୍ୟା (ଆଇଟି), ଏଭିଜିସି କ୍ଷେତ୍ର, ଆତିଥ୍ୟ ଏବଂ ଖାଦ୍ୟ ଓ ପାନୀୟ କ୍ଷେତ୍ର ପ୍ରଭୃତି କାର୍ଯ୍ୟ-ଆଧାରିତ ତଥା ପ୍ରକ୍ରିୟା-ଚାଳିତ ଭୂମିକା ପ୍ରଦାନ କରିଥାଏ, ଯାହା ଦିବ୍ୟାଙ୍ଗମାନଙ୍କ ପାଇଁ ଉପଯୁକ୍ତ। ଏହା ଶିଳ୍ପ-ଉପଯୋଗୀ ଏବଂ ପ୍ରତ୍ୟେକ ଦିବ୍ୟାଙ୍ଗ ସମ୍ପ୍ରଦାୟ ପାଇଁ ନିର୍ଦ୍ଦିଷ୍ଟ ଆବଶ୍ୟକତା ଅନୁସାରେ ପ୍ରସ୍ତୁତ ତାଲିମ ମାଧ୍ଯମରେ ସମ୍ମାନଜନକ ଜୀବିକା ନିର୍ବାହର ସୁଯୋଗ ସୁ ନିଶ୍ଚିତ କରିବ।

ସେହିପରି ଦିବ୍ୟାଙ୍ଗ ସହାରା ଯୋଜନା ମାଧ୍ୟମରେ ସମସ୍ତ ଯୋଗ୍ୟ ଦିବ୍ୟାଙ୍ଗଙ୍କ ପାଇଁ ଉଚ୍ଚମାନର ସହାୟକ ଉପକରଣଗୁଡ଼ିକର ସମୟାନୁବର୍ତ୍ତୀ ଉପଲବ୍ଧକୁ ନିଶ୍ଚିତ କରିବା ଲାଗି ସ୍ବତନ୍ତ୍ର ଧ୍ୟାନ ଦିଆଯ ଥାଯାଇଛି। ସହାୟକ ଉପକରଣଗୁଡ଼ିକୁ ଏକ ମୌଳିକ ଆବଶ୍ୟକତା ଭାବେ ଗ୍ରହଣ କରି ବଜେଟରେ ଏହିକ୍ରମ ।ହିକ୍ରମରେ ଉଭୟ ଉତ୍ପାଦନ ବୃଦ୍ଧି ଓ ବିତରଣକୁ ଧ୍ୟାନ ଦିଆଯ ଆଯାଇଛି। ଆର୍ଟିଫିସିଆଲ୍ ଲିମ୍ବସ୍ ମାନୁଫ୍ୟାକ୍ଟରିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଅଲିମକୋ)କୁ ସହାୟକ ଉପକରଣରୁ ଉତ୍ପାଦନ ବୃଦ୍ଧି, ବୃଦ୍ଧି, ଗବେଷଣା ଓ ବିକାଶ ଏବଂ )° ଏଆଇ ସଂଯୋଗୀକରଣ ଣରେ ପୁଞ୍ଜି ବିନିଯୋଗ ପାଇଁ ସହାୟତା କରିବାକୁ ଏହି ଯୋଜନାରେ ବ୍ୟବସ୍ଥା କରାଯାଇଛି। ସେହିପ ପିଏମ ଦିବ୍ୟାଶା କେନ୍ଦ୍ରଗୁଡ଼ି କନ୍ଦ୍ରଗୁଡ଼ିକୁ ସୁଦୃଢ଼ କରିବା ଲାଗି ଏହି ଯୋଜନାରେ ବ୍ୟବସ୍ଥା କରାଯାଇଚି । ଏହିକ୍ରମରେ ‘ଆସିଷ୍ଟିଭ୍ ଟେକ୍ନୋଲୋଜି ମାର୍ଟ' ସ୍ଥାପନ ପନରେ ସହାୟତା କରିବାକୁ ପ୍ରସ୍ତାବ ଦିଆଯାଇଛି, ଯାହାକି ଆଧୁନିକ ରିଟେଲ୍ ଶୈ ଶୈଳୀର କେନ୍ଦ୍ର ଭାବେ ବ କାର୍ଯ୍ୟ କରିବ ଯେଉଁଠାରେ ରେ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକମାନେ ସହାୟକ ସାମଗ୍ରୀଗୁଡ଼ିକୁ ଦେଖୂପାରିବେ, ପରୀକ୍ଷ ପରୀକ୍ଷା କରିପାରିବେ ଏବଂ କ୍ରୟ କରିପାରିବେ।