ବାୟୋଫାର୍ମା ଶକ୍ତି କେନ୍ଦ୍ର ବଜେଟ୍ ୨୦୨୬-୨୭ରେ ପ୍ରସ୍ତାବିତ

Feb 2, 2026 - 08:08
 6
ବାୟୋଫାର୍ମା ଶକ୍ତି କେନ୍ଦ୍ର ବଜେଟ୍ ୨୦୨୬-୨୭ରେ ପ୍ରସ୍ତାବିତ

ବାୟୋଫାର୍ମା ଶକ୍ତି କେନ୍ଦ୍ର ବଜେଟ୍ ୨୦୨୬-୨୭ରେ ପ୍ରସ୍ତାବିତ

ବିଦ୍ୟମାନ ସହଯୋଗୀ ସ୍ବାସ୍ଥ୍ୟ ପେଶାଦାର (ଏଏଚପି) ପ୍ରତିଷ୍ଠାନଗୁଡ଼ିକୁ ଅପଗ୍ରେଡ୍‌ କରାଯିବ ଏବଂ ଆଗାମୀ ୫ ବର୍ଷ ମଧ୍ୟରେ ୧୦୦,୦୦୦ ନୂତନ ଏଏଚପି ଯୋଡାଯିବ

ଜେରିଆଟ୍ରିକ୍ ଓ ସହଯୋଗୀ ସେବା ପାଇଁ ନୂଆ ଇକୋସିଷ୍ଟମ, ୧.୫ ଲକ୍ଷ ସେବାପ୍ରଦାନକାରୀଙ୍କୁ ପ୍ରଶିକ୍ଷଣ

୦୧.୦୨.୨୦୨୬ : କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ କେନ୍ଦ୍ର ବଜେଟ୍ ୨୦୨୬-୨୭ଉପସ୍ଥାପନ କରିଛନ୍ତି। ତାଙ୍କ ଭାଷଣରେ, ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାର ୩ଟି କର୍ତ୍ତବ୍ୟ ଦ୍ବାରା ଅନୁପ୍ରାଣିତ: (୧) ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ ଏବଂ ସ୍ଥାୟୀ କରିବା; (୨) ଆକାଂକ୍ଷା ପୂରଣ କରିବା ଏବଂ ଜନସଂଖ୍ୟାର କ୍ଷମତା ନିର୍ମାଣ କରିବା; (୩) ପ୍ରତ୍ୟେକ ପରିବାର, ସମ୍ପ୍ରଦାୟ, ଅଞ୍ଚଳ ଏବଂ କ୍ଷେତ୍ରର ସମ୍ବଳ ଉପଲବ୍ଧତା ନିଶ୍ଚିତ କରିବା। କେନ୍ଦ୍ର ବଜେଟରେ ସ୍ବାସ୍ଥ୍ୟ ତିନୋଟି କର୍ତ୍ତବ୍ୟର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଭାବରେ ଉଭା ହୋଇଛି।

ଭାରତକୁ ଏକ ବିଶ୍ବ ବାୟୋଫାର୍ମା ଉତ୍ପାଦନ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ, କେନ୍ଦ୍ର ବଜେଟରେ ଆଗାମୀ ୫ ବର୍ଷ ମଧ୍ୟରେ ୧୦,୦୦୦ କୋଟି ଟଙ୍କା ବ୍ୟୟ ସହିତ ବାୟୋଫାର୍ମା ଶକ୍ତି (ଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ମାଧ୍ୟମରେ ସ୍ବାସ୍ଥ୍ୟସେବା ଉନ୍ନତି ପାଇଁ ରଣନୀତି) ପ୍ରସ୍ତାବ ଦିଆଯାଇଛି। ଏହା ବାୟୋଲୋଜିକ୍ସ ଏବଂ ବାୟୋସିମିଲାରର ଘରୋଇ ଉତ୍ପାଦନ ପାଇଁ ଇକୋସିଷ୍ଟମ ନିର୍ମାଣ କରିବ।

ଯୁବପିଢ଼ିଙ୍କ ପାଇଁ ନୂତନ ଦକ୍ଷତା ସମ୍ପନ୍ନ କ୍ୟାରିଅର ମାର୍ଗ ସୃଷ୍ଟି କରିବା ପାଇଁ, ଅର୍ଥମନ୍ତ୍ରୀ ସ୍ବାସ୍ଥ୍ୟ କ୍ଷେତ୍ର ସମେତ ବହୁବିଧ କ୍ଷେତ୍ରରେ ହସ୍ତକ୍ଷେପ ପ୍ରସ୍ତାବ ଧ୍ରୁବ ଦେଇଛନ୍ତି। ଏଗୁଡ଼ିକରେ ନିମ୍ନଲିଖୂତ ସାମିଲ୍ ରହିଛି :

(୧) ସହଯୋଗୀ ସ୍ବାସ୍ଥ୍ୟ ପେଶାଦାର (ଏଏଚପି) ପାଇଁ ବିଦ୍ୟମାନ ପ୍ରତିଷ୍ଠାନଗୁଡ଼ିକୁ ଅପଗ୍ରେଡ୍‌ କରାଯିବ ଏବଂ ଘରୋଇ ତଥା ସରକାରୀ କ୍ଷେତ୍ରରେ ନୂତନ ଏଏଚପି ପ୍ରତିଷ୍ଠା କରାଯିବ। ଏହା ଅପ୍ଲୋମେଟ୍ରି, ରେଡିଓଲୋଜି, ଆନାସ୍ପେସିଆ, ଓଟି ପ୍ରଯୁକ୍ତିବିଦ୍ୟା, ପ୍ରୟୋଗିକ ମନସୁ ଏବଂ ଆଚ ଚରଣଗତ ସ୍ବାସ୍ଥ୍ୟ ସମେତ ୧୦ଟି ମନୋନୀତ ବିଷୟକୁ କଭର କରିବ ଏବଂ ଆଗାମୀ ୫ ବର୍ଷ ମଧ୍ୟରେ ୧୦୦,୦୦୦ ଏଏଚପି ଯୋଡ଼ାଯିବ।

(୨) ଅର୍ଥମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ ଯେ ଜେରିଆଟ୍ରିକ୍ ଏବଂ ଆନୁସଙ୍ଗିକ ଯନ୍ତ୍ର ସେବାକୁ କଭର କରି ଏକ ଦୃଢ଼ ଯନ୍ତ୍ର ଇକୋସିଷ୍ଟମ୍ ନିର୍ମାଣ କରାଯିବ । ମୂଳ ଯନ୍ତ୍ର ଏବଂ ଆନୁସଙ୍ଗିକ ଦକ୍ଷତା, ଯେପରିକି ସୁସ୍ମିତା, ଯୋଗ ଏବଂ ଚିକିତ୍ସା ତଥା ସ‌ହାୟକ ଉପକରଣ ପରିଚାଳନା ମିଶ୍ରଣ କରି ବହୁ-ଦକ୍ଷ ସେବାପ୍ରଦାନକାରୀମାନଙ୍କୁ ତାଲିମ ଦେବା ପାଇଁ ବିଭିନ୍ନ ପ୍ରବ ପ୍ରକାରର ଏନଏସକ୍ୟୁଏଫ୍ -ସମତ କାର୍ଯ୍ୟକ୍ରମ ବିକ କରାଯିବ ଯିବ। ଏହା ବ୍ୟତୀତ, ଆଗାମୀ ବର୍ଷରେ, ୧.୫ ଲକ୍ଷ ସେବାପ୍ରଦାନକା ନାରୀଙ୍କୁ ତାଳି ତାଲିମ ଦିଆଯିବ। ବିକଶିତ

(୩) ଭାରତକୁ ଚିକିତ୍ସା ପର୍ଯ୍ୟଟନ ସେବାର ଏକ କେନ୍ଦ୍ର ଭାବରେ ପ୍ରୋତ୍ସାହିତ କରିବା ପାଇଁ, କେନ୍ଦ୍ରୀୟ ବଜେଟରେ ଘରୋଇ କ୍ଷେତ୍ର ସହଭାଗ ରାଗୀତାରେ ପାଞ୍ଚଟି ଆଞ୍ଚଳିକ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରିବାରେ ରାଜ୍ୟଗୃ ନ୍ଯଗୁଡ଼ିକୁ ସ ସମର୍ଥନ କରିବା ପାଇଁ ଏକ ଯୋଜନା ଆରମ୍ଭ କରିବାର ପ୍ରସ୍ତାବ ଦିଆଯାଇଛି। ଏହି କେନ୍ଦ୍ରଗୁଡ଼ିକ ଚିକିତ୍ସା, ନିତ୍ସା, ଶିକ୍ଷା ଏବଂ ଗବେଷଣା ସୁବିଧାଗୁଡ଼ିକୁ ମିଶ୍ରଣ କରୁଥିବା ସମନ୍ବିତ ସ୍ବାସ୍ଥ୍ୟସେବା କମ୍ପ୍ଲେକ୍ସ ବରେ କାର୍ଯ୍ୟ କରିବ। ସେମାନଙ୍କ ପାଖରେ ଆୟୁଷ କେନ୍ଦ୍ର, ମେଡିକାଲ୍ ଭାଲ୍ୟୁ ପର୍ଯ୍ୟଟନ ସୁବିଧା କେନ୍ଦ୍ର ଏବଂ ନିଦାନ, ପରବର୍ତ୍ତୀ ଯନୂ ତଥା ପୁନର୍ବାସ ପାଇଁ ଭିତ୍ତିଭୂମି ରହିବ। ଏହି କେନ୍ଦ୍ରଗୁଡ଼ିକ ଡାକ୍ତର ଏବଂ ଏଏଚପି ସମେତ ସ୍ବାସ୍ଥ୍ୟ ବୃତ୍ତଗତଙ୍କ ପାଇଁ ବିବିଧ ନିx ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ଭାବରେ

ଅର୍ଥମନ୍ତ୍ରୀ ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ ଯେ ପ୍ରାଚୀନ ଭାରତୀୟ ଯୋଗ, ଯାହା ପୂର୍ବରୁ ବିଶ୍ବର ବିଭିନ୍ନ ସ୍ଥାନରେ ସମ୍ମାନିତ ହୋଇଛି ମାନନୀୟ ପ୍ରଧାନମନ୍ତ୍ରୀ ଜାତିସଂଘରେ ଏହାକୁ ନେଇଯିବା ପରେ ଏହାକୁ ବହୁଳ ଭାବରେ ବିଶ୍ବସ୍ତରୀୟ ସ୍ବୀକୃତି ସ୍ବୀକୃତି ମିଳିଥିଲା। ଲା। ଏହା ସହିତ, କୋଭିଡ୍ ପରେ, ଆୟୁର୍ବେଦ ମଧ୍ଯ ବିଶ୍ବସ୍ତରୀୟ ସ୍ବୀକୃତି ପାଇଥିଲା । ଏହି ବର୍ଷିତି ବିଶ୍ବ ଚାହିଦା ପୂରଣ କରିବା ପାଇଁ, ଆହୁରି କିଛି ପଦକ୍ଷେପ ଘୋଷଣା କରାଯାଇଥିଲା।

ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ: (i) ୩ଟି ନୂତନ ଅଖୂଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ ସ୍ଥାପନ କରିବା; (ii) ସାର୍ଟିଫିକେସନ୍ ଇକୋସିଷ୍ଟମର ଉଚ୍ଚ ମାନଦଣ୍ଡ ପାଇଁ ଆୟୁଷ ଫାର୍ମାସି ଏବଂ ଔଷଧ ପରୀକ୍ଷା ଲ୍ୟାବକୁ ଉନ୍ନତ କରିବା ଏବଂ ଅଧୂକ ଦକ୍ଷ କର୍ମଚାରୀ ଉପଲବ୍ଧ କରିବା; (iii) ପାରମ୍ପରିକ ଔଷଧ ପାଇଁ ପ୍ରମାଣ-ଆଧାରିତ ଗବେଷଣା, ତାଲିମ ଏବଂ ସଚେତନତାକୁ ବୃଦ୍ଧି କରିବା ପାଇଁ ଜାମନଗରରେ ଡବ୍ଲୁଏଚଓ ଗ୍ଲୋବାଲ୍ ପାରମ୍ପରିକ ଔଷଧ କେନ୍ଦ୍ରକୁ ବିକଶିତ କରିବା।