କେନ୍ଦ୍ର ସରକାର ବଦଳାଇଲେ CBSE ଅଧକ୍ଷ ଓ ସଚିବ...

Jun 3, 2026 - 14:16
 8
କେନ୍ଦ୍ର ସରକାର ବଦଳାଇଲେ CBSE ଅଧକ୍ଷ ଓ ସଚିବ...

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE)ର ଅନ୍-ସ୍କ୍ରିନ୍ ମାର୍କିଂ (OSM) ବିବାଦ ଦିନକୁ ଦିନ ଜୋର୍ ଧରୁଥିବା ବେଳେ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । 

ସରକାର CBSEର ଅଧ୍ୟକ୍ଷ ଏବଂ ସଚିବଙ୍କୁ ବଦଳି କରିଛନ୍ତି ।

କେନ୍ଦ୍ର ସରକାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE)ର ନୂତନ ଅଧ୍ୟକ୍ଷ ଭାବରେ ବରିଷ୍ଠ IAS ଅଧିକାରୀ ଲୋଖଣ୍ଡେ ପ୍ରଶାନ୍ତ ସୀତାରାମଙ୍କୁ ନିଯୁକ୍ତ କରିଛନ୍ତି ଏବଂ ବରୁଣ ଭରଦ୍ୱାଜଙ୍କୁ CBSEର ନୂତନ ସଚିବ ଭାବରେ ନିଯୁକ୍ତ କରିଛନ୍ତି l 

ଅନ୍-ସ୍କ୍ରିନ୍ ମାର୍କିଂ (OSM) ସେବା ପ୍ରଦାନ ପାଇଁ CBSE ଦ୍ୱାରା ଅନୁସରଣ କରାଯାଉଥିବା ପ୍ରକ୍ରିୟାର ତଦନ୍ତ ପାଇଁ କେନ୍ଦ୍ର ଏକ କମିଟି ମଧ୍ୟ ଗଠନ କରିଛି । 

ସୂଚନା ଅନୁଯାୟୀ ଭାରତ ସରକାରଙ୍କ ସାଇବର ସୁରକ୍ଷା ଏଜେନ୍ସି, ଯେପରିକି ଇଣ୍ଡିଆନ୍ ସାଇବର କ୍ରାଇମ୍ କୋର୍ଡିନେସନ ସେଣ୍ଟର- I4C, CBSE OSM ପୁନଃମୂଲ୍ୟାୟନ ପୋର୍ଟାଲରେ ସାଇବର ଆକ୍ରମଣ ଉପରେ କଡ଼ା ନଜର ରଖିଛନ୍ତି । 

ଏପରି ଅପରାଧ କରୁଥିବା ଦାୟୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।