କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ଭୁବନେଶ୍ବର ଦ୍ବାରା କିଷାନ ଦିବସ ପାଳିତ
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତଃ ଶ୍ରୀ ଚୌଧୁରୀ ଚରଣ ସିଂ ଜୀଙ୍କର ଜନ୍ମ ବାର୍ଷିକୀ ତିଥ୍ୟାରେ ଦେଶର ଖାଦ୍ୟ ନିରାପତ୍ତାରେ କୃଷକଙ୍କ ଅବଦାନକୁ ସମ୍ମାନିତ କରିବା ଏବଂ କୃଷି କ୍ଷେତ୍ରରେ ମହିଳାମାନଙ୍କର ମହତ୍ଵପୂର୍ଣ୍ଣ ଭୂମିକାକୁ ଆଲୋକିତ କରିବା ପାଇଁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ଭୁବନେଶ୍ବର, ଦ୍ବାରା ୨୩ ଡ଼ିସେମ୍ବର ୨୦୨୫ ଦିନ କିଷାନ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ବିକଶିତ ଭାରତ-ଗ୍ୟାରେଣ୍ଟି ରୋଜଗାର ଆଜୀବିକା ମିଶନ (ଗ୍ରାମୀଣ) ଭିବି-ଜୀ ରାମ ଜୀ-2025 ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ବିକାଶ ଗ୍ରାମ @ 2047 ର ଜାତୀୟ ଦୃଷ୍ଟିକୋଣ ସହିତ ଏକ ଗ୍ରାମୀଣ ବିକାଶ ଢାଞ୍ଚା ପ୍ରତିଷ୍ଠା କରିବା ପାଇଁ ଏହା ଏକ କାର୍ଯ୍ୟ, ଯାହାକି ପ୍ରତ୍ୟେକ ଆର୍ଥକ ବର୍ଷରେ ପ୍ରତି ଗ୍ରାମୀଣ ପରିବାରକୁ 125 ଦିନର ଗ୍ୟାରେଣ୍ଟି ବେତନ ନିଯୁକ୍ତି ସୁନିଶ୍ଚିତ କରିବ । ଏହାଦ୍ବାରା ବୟସ୍କ ସଦସ୍ୟମାନେ ସ୍ବଇଚ୍ଛାରେ ଅଣକୁଶଳ ଶାରୀରିକ ଶ୍ରମ କରିବାକୁ ସକ୍ଷମ ହେବେ ଯାହାକି ଏକ ସମୃଦ୍ଧ ସ୍ଥାୟୀ ଗ୍ରାମୀଣ ଭାରତ ପାଇଁ ସଶକ୍ତିକରଣ, ଅଭିବୃଦ୍ଧି, ସମ୍ମିଶ୍ରଣ ଏବଂ ପରିପୂର୍ଣ୍ଣତାକୁ ପ୍ରୋତ୍ସାହିତ କରିବ | ଏହି ଉତ୍ସବରେ 500 ରୁ ଅଧୂକ ମହିଳା ଚାଷୀ, ଉଦ୍ୟୋଗୀ, ଏଫପିଓ ଏବଂ ଏସଏଚଜି ସଦସ୍ୟଙ୍କ ବ୍ୟତୀତ ଜନପ୍ରତିନିଧ୍ବ, ଛାତ୍ର ଛାତ୍ରୀ ଏବଂ ପ୍ରତିଷ୍ଠାନର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।
ମାନ୍ୟବର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଜୀ ତାଙ୍କ ଅଭିଭାଷଣରେ କୃଷକଙ୍କ ଉତ୍ସର୍ଗୀକୃତ ତଥା କଠିନ ପରିଶ୍ରମକୁ ପ୍ରଶଂସା କରିବା ସହ ଆର୍ଥିକ ଅଭିବୃଦ୍ଧି ପଦକ୍ଷେପ, ଜଳବାୟୁ ସହନଶୀଳ ପ୍ରଯୁକ୍ତିବିଦ୍ୟା, ଡିଜିଟାଲ କୃଷି, ଏବଂ ଅନ୍ତର୍ଭୂକ୍ତ ନୀତି ମାଧ୍ଯମରେ ଜାତୀୟ ଖାଦ୍ୟ ନିରାପତ୍ତା ତଥା ଗ୍ରାମାଞ୍ଚଳର ସମୃଦ୍ଧତାକୁ ସୁନିଶ୍ଚିତ କରିବା ପାଇଁ ନିରନ୍ତର ପ୍ରୟାସ କରିବାକୁ ଉତ୍ସାହିତ କରିଥିଲେ। ଭିବି-ଜୀ ରାମ ଜୀ-2025 ଅଧୂନିୟମ ଗ୍ରାମୀଣ ରୋଜଗାରକୁ ଏକ ସ୍ବତନ୍ତ୍ର କଲ୍ୟାଣମୂଳକ ପଦକ୍ଷେପରୁ ସମନ୍ବିତ ବିକାଶର ଏକ କ ବିସ୍ତୃତ ଉପକରଣରେ ପରିଣତ କରିବାକୁ ଲକ୍ଷ୍ୟ ରଖୁଛି ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ଯାଣ ମନ୍ତ୍ରୀ ମତ ରଖୁଥିଲେ । ଶ୍ରୀ ଭାଗୀରଥ ଚୌଧୁରୀ, ମାନ୍ୟବର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ, ଏହି ଆଇନ ଗ୍ରାମୀଣ ଜୀବିକା କା ସୁରକ୍ଷାର ଢାଞ୍ଚାକୁ ଆଧୁନିକୀକରଣ ଏବଂ ସୁଦୃଢ଼ କରିବାରେ ସହାୟକ ହେବ ଏବଂ ପ୍ରତ୍ୟେକ କୃଷକ, ଯେଉଁମାନେ କି କ୍ଷେତରେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି, ସେମାନଙ୍କୁ ସହାୟତା ପ୍ରଦାନ କରିବ ବୋଲି ତାଙ୍କ ଅଭିଭାଷଣରେ ଗୁରୁତ୍ବାରୋପ କରିଥିଲେ । ଆଇସିଏଆର- ସିଆଇଡବ୍ଲ୍ୟୁଏ ର ନିର୍ଦେଶିକା ଡକ୍ଟର ମ୍ରିଦୁଲା ଦେବୀ ତାଙ୍କ ଅଭିଭାଷଣରେ କୃଷିର ଗୁରୁତ୍ବପୂର୍ଣ୍ଣ ଅବଦାନକୁ ଗୁରୁତ୍ବ ଦେଇଥିଲେ ଏବଂ ନିରନ୍ଧର ତଥା ଅନୁର୍ଭୂକ୍ତ କୃଷି ବିକାଶ ପାଇଁ ଗବେଷଣା, ବିସ୍ତାର ଏବଂ ଦକ୍ଷତା ବୃଦ୍ଧି ପାଇଁ ଅନୁଷ୍ଠାନର ପ୍ରତିବଦ୍ଧତାକୁ ଦର୍ଶାଇଥିଲେ। ଏହି ଅବସରରେ ସେ ଜଳବାଯୁ ସହନଶୀଳ ପ୍ରଯୁକ୍ତି ଏବଂ ମହିଳା ସଶକ୍ତିକରଣକୁ ଗୁରୁତ୍ବ ଦେବା ସହ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।