ପ୍ରକୁତରେ ଭୋଟ ଚୋରି ଘଟଣା ଘଟିଛି ନା କୌଣସି ପ୍ରକାରେ ତାହାକୁ ଭୁଲ ବନେଇ ଦିଆ ଯାଇଛି !
ବିରୋଧୀ ଦଳଙ୍କ ଭୋଟ-ଚୋରି ଏକ ନୂଆ ମୋଡ଼ ନେଇଛି| ମହାରାଷ୍ଟ୍ରରେ ଭୋଟ ବିଭ୍ରାଟ ଅଭିଯୋଗ ପ୍ରଥମେ ଆଣିଥିବା ନିର୍ବାଚନ-ସର୍ଭେ ସଂସ୍ଥା, ସିଏସଡିଏସର ମୁଖ୍ୟ ସଞ୍ଜୟ କୁମାର ୧୭ ଅଗଷ୍ଟରେ ଟାଇମ୍ସ ଅଫ ଇଣ୍ଡିଆରେ ଏକ ଆଲେଖ୍ୟ ଲେଖିବା ପରେ ୧୮ ଅଗଷ୍ଟରେ ତାଙ୍କର ତଥ୍ୟ ଭୁଲଥିବା ଜାଣିପାରି କ୍ଷମାପ୍ରାର୍ଥନା କରିଛନ୍ତି। କଂଗ୍ରେସର ଇକୋ-ସିଷ୍ଟମ ଭିତରେ ଥିବା ଏହି ବ୍ୟକ୍ତିଙ୍କ କଥାରେ କଂଗ୍ରେସ ଅଭିଯୋଗ କରୁଥିଲା। ନିର୍ବାଚନବେଳେ ଜନମତ ଆକଳନ କରୁଥିବା ସଂସ୍ଥାମାନେ କିପରି ଦେଶରେ ବିଭ୍ରାଟ କରିପାରନ୍ତି ତାହା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି|
ଭାରତ ଗଣତନ୍ତ୍ର ଶାସନ ରେ ଭାରତୀୟ ନିର୍ବାଚନ କମିଶନ; ଲୋକସଭା, ରାଜ୍ୟସଭା, ବିଧାନସଭା, ବିଧାନପରିଷଦ, ରାଷ୍ଟ୍ରପତି, ଉପରାଷ୍ଟ୍ରପତି ନିର୍ବାଚନ କରାଇବା ବେଳେ ରାଜ୍ୟ ନିର୍ବାଚନ କମିଶନ; ପଞ୍ଚାୟତ, ଜିଲ୍ଲା ପରିଷଦ, NAC, ନଗରପାଳିକାଆଦି ନିର୍ବାଚନ କରାଇଥାନ୍ତି।
ଯଦି ବିରୋଧୀ ଦଳ, ସମଗ୍ର ନିର୍ବାଚନ ପ୍ରକ୍ରିୟା ଅଧିକ ସ୍ଵଚ୍ଛ ହେଉ ବୋଲି ଚାହୁଁଥାନ୍ତେ, ତେବେ ସେମାନେ ରାଜ୍ୟ ନିର୍ବାଚନ କମିଶନଙ୍କ ଦକ୍ଷତା ଉପରେ ବି ପ୍ରଶ୍ନ ଉଠାଉଥାନ୍ତେ। ବିଧାନସଭା ଓ ଲୋକସଭା ନିର୍ବାଚନ କଥା ଉଠାଇ ବିରୋଧୀ ଦଳ ଗୋଟିଏ କଥା ସ୍ପଷ୍ଟ କରୁଛନ୍ତି ଯେ ସେମାନେ ବିଜେପିର କେନ୍ଦ୍ର ସରକାର ତଥା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର ରାଜ୍ୟ ସରକାରମାନଙ୍କୁ ଟାର୍ଗେଟ କରୁଛନ୍ତି। ବିରୋଧୀଙ୍କ ଏହି ମିଛ ପ୍ରଚାରର ପ୍ରସାରକ ହୋଇଛି କଂଗ୍ରେସ।
ଭାରତୀୟ ନିର୍ବାଚନ କମିଶନଙ୍କ ପାଖରେ ଦେଶରେ କୌଣସି କର୍ମଚାରୀ ନଥାନ୍ତି, ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଆଇଏଏସ ଅଧିକାରୀ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ହୋଇ ଭୋଟର ଲିଷ୍ଟ ପ୍ରସ୍ତୁତି ଠାରୁ ଆରମ୍ଭ କରି ଭୋଟ ଗଣତି ପର୍ଯ୍ୟନ୍ତ ସବୁ ନିର୍ବାଚନ କାମ କରିଥାନ୍ତି।
ତେଣୁ ଭାରତର ନିର୍ବାଚନ କମିଶନ, କେନ୍ଦ୍ର ସରକାରରେ ଥିବା ଦଳକୁ କେବଳ ଭୋଟ ତାରିଖ ଘୋଷଣା ଓ ଭୋଟର ପର୍ଯ୍ୟାୟ ସ୍ଥିର କରିବାରେ ସାହାଯ୍ୟ କରନ୍ତି, କିନ୍ତୁ ନିର୍ବାଚନ ପରିଚାଳନାରେ କିଛି ସାହାଯ୍ୟ କରିପାରନ୍ତି ନାହିଁ। ଏହି ବ୍ୟବସ୍ଥା ବିଷୟ କଂଗ୍ରେସ ଓ ସମସ୍ତ ଦଳ ଜାଣିଛନ୍ତି। ତଥାପି କିଛି ଦଳ ଭିଭିହୀନ ଅଭିଯୋଗ କରୁଛନ୍ତି। ମୁସଲିମ ତୁଷ୍ଟୀକରଣ ଓ ଧ୍ରୁବୀକରଣ ରାଜନୀତି କରୁଥିବା କଂଗ୍ରେସ ଓ କେତେକ ବିରୋଧୀ ଦଳ, ବିଜେପି ଦ୍ବାରା ହିନ୍ଦୁଙ୍କ ସାଂସ୍କୃତିକ ଉତଥାନକୁ ସହ୍ୟ କରି ପାରୁନାହାନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି |
ଏକଥା ବି ବିରୋଧୀ ଦଳ ଜାଣିଛନ୍ତି ଯେ କେନ୍ଦ୍ରର ବିଜେପି-ଏନ.ଡି.ଏ ସରକାର ଯଦି ନିର୍ବାଚନ ପ୍ରକ୍ରିୟାରେ ଗଡବଡ କରିପାରିଥାନ୍ତା ତେବେ ଗତ ଲୋକସଭା ନିର୍ବାଚନରେ ବିଜେପି ୨୪୦ ଲୋକସଭା ଆସନ ପାଇନଥାନ୍ତା କି କଂଗ୍ରେସ ମଧ୍ୟ ହିମାଚଳ ପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକରେ ରାଜ୍ୟ ସରକାର କରିପାରିନଥାନ୍ତା। ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ଯଥାକ୍ରମେ ଟିଏମସି ଓ ଜେଏମଏମର ସରକାର ନଥାନ୍ତା। ତେଣୁ ବିରୋଧୀ କୌଣସି ବିଷୟକୁ ନେଇ ବିରୋଧ କରିବା ପୂର୍ବରୁ ପ୍ରଥମେ ସମ୍ପୃକ୍ତ ବିଷୟର ସ୍ଥିତବସ୍ଥା ଉପରେ ଦୃଷ୍ଟି ଦିଅନ୍ତୁ ବୋଲି ବୁଦ୍ଧିଜୀବୀମାନେ ମତପୋଷଣ କରିଛନ୍ତି। ନଚେତ ଲୋକମାନେ ବିରୋଧୀଙ୍କ କଥାକୁ ଆଦୌ ବିଶ୍ୱାସକୁ ନେବେନି।
ଏପରି ହେଲେ ବିରୋଧୀ ଦଳଙ୍କୁ ନିଜର ବିଶ୍ୱାସନୀୟତାକୁ ହରାଇବାକୁ ପଡିପାରେ |