କୋଟାରେ ଗଲା ଆଉ ଏକ ଜୀବନ

କୋଟା : ପୁଣି ଥରେ କୋଟାରେ ଜୀବନ ହାରିଛନ୍ତି ଜଣେ ଛାତ୍ର। ମୃତ ଛାତ୍ରଜଣକ ଦ୍ୱାଦଶରେ ପଢ଼ୁଥିବା ବେଳେ କୋଟାରେ ରହି ଜେଇଇ ପାଇଁ ପ୍ରସ୍ତୁତ ହେଉଥିଲେ। ଆଜି ସକାଳେ ପରିବାର ଲୋକେ ପୁଅ ପାଖକୁ ବାରମ୍ବାର ଫୋନ୍ କରିବା ସତ୍ତ୍ୱେ ସେ ଉଠାଇ ନ ଥିଲା। ଏହାପରେ ସେମାନେ ତୁରନ୍ତ ହଷ୍ଟେଲ ୱାର୍ଡେନଙ୍କ ନିକଟକୁ ଫୋନ୍‌ କରିଥିଲେ। ୱାର୍ଡେନଜଣକ ତୁରନ୍ତ ଉକ୍ତ ଛାତ୍ରଙ୍କ ରୁମ୍‌ ନିକଟରେ ପହଞ୍ଚି ଯାହା ଦେଖିଥିଲେ ନିଜକୁ ବିଶ୍ୱାସ କରି ପାରି ନ ଥିଲେ। ଛାତ୍ରଜଣକ ଫ୍ୟାନ୍‌ରେ ଝୁଲି ରହିଥିଲେ। ଏନେଇ ୱାର୍ଡେନ ତୁରନ୍ତ ଛାତ୍ରଙ୍କ ପରିବାର ସମେତ ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ୍‌ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

କୋଟାରେ ଗଲା ଆଉ ଏକ ଜୀବନ